ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଗଣନା ର ଶୁଭାରମ୍ଭ ଓ କୀଟ ବଣ୍ଟନ କାର୍ଯ୍ୟକ୍ରମ

ଜନଗଣନା ର ଶୁଭାରମ୍ଭ ଓ କୀଟ ବଣ୍ଟନ କାର୍ଯ୍ୟକ୍ରମ

ଆସିକା, ୧୬/୪/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ତହସିଲ ଅଧିନରେ ଥିବା 279 ଏଲ ହେଚ ଭି ରେ ସରକାରୀ ଘୋଷଣା ଅନୁଯାୟୀ ଆଜି ସକାଳଳୁ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ସର୍ବ ପ୍ରଥମେ ଚାର୍ଜ ଅଫିସର ଲମ୍ବୋଦର ମାରାଣ୍ଡି ଓ ଅତିରିକ୍ତ ଚାର୍ଜ ଅଫିସର ଗଣେଶ ଦଳାଇ ଙ୍କ ଉପସ୍ଥିତିରେ 30 ଜଣ ସୁପର ଭାଇଯର ଓ 184 ଜନ ଜନଗଣନା କରୀଙ୍କୁ ସୁଚାରୁ ରୁପେ ଜନଗଣନା କରିବା ପାଇଁ ପରିଚୟ ପତ୍ର ଓ କିଟ ବ୍ୟାଗ ବଣ୍ଟନ କରାଯାଇଥିଲା। ତହସିଲଦାର ତଥା ଚାର୍ଜ ଅଫିସର ଗ୍ରାମୀଣ ଧରାକୋଟ ଲମ୍ବୋଦର ମାରାଣ୍ଡି, ସୁପର ଭାଇଇଯର ସୌରୀ ଶଙ୍କର ବେହେରା , ଜନଗଣନାକାରି ମିନତି ପତ୍ରୀ , ଝରଣା ସେନାପତି, ସୁପର୍ଣ୍ଣା ପ୍ରଧାନ ଙ୍କ ଉପସ୍ଥିତି ରେ ଜଞ୍ଜମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଙ୍କ ବାସଭବନରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱଗୃହ ଗଣନା ଶେଷ ପରେ ଆଜି ଜନଗଣନା ର ପ୍ରଥମ ଦିନରେ ଡ୍ରାଫ୍ଟ ମେପ ପ୍ରସ୍ତୁତି, ଏଲ ହେଚ ଭି ସହିତ ପରିଚିତ ହେବା କାର୍ଯ୍ୟ,ଗୃହର ନମ୍ବରିଙ୍ଗ କେଉଁ ଦିଗରୁ ପ୍ରସ୍ତୁତ ହୋଇ କେଉଁ ଦିଗରେ ସମାପ୍ତ ହେବ ତାହାର ଆକଳନ କରି ଘର ନମ୍ବରିଙ୍ଗ କରାଯାଇଥିଲା । ଏହି ପ୍ରକ୍ରିୟା ଆସନ୍ତା ମେ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଚାର୍ଜ ଅଫିସର ପ୍ରକାଶ କରିଛନ୍ତି।

Related posts

ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

masiha

କାର୍ଲି ସ୍କୁଲରେ କ୍ଳଷ୍ଟର ସ୍ତରୀୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା 

masiha

ଖଣିସହରରେ ଚୋରା ବ୍ୟବସାୟକୁ ଏଲପିଜି ଗ୍ୟାସ କିଏ ଯୋଗାଉଛି ?

masiha

Leave a Comment

error: Content is protected !!