ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ଜନଗଣନା–୨୦୨୭ର ପ୍ରାରମ୍ଭିକ ‘ଘର ତାଲିକାକରଣ ଓ ଘର ନମ୍ବରିଂର ଶୁଭାରମ୍ଭ 

ନବରଙ୍ଗପୁର ଜିଲ୍ଲାରେ ଜନଗଣନା–୨୦୨୭ର ପ୍ରାରମ୍ଭିକ ‘ଘର ତାଲିକାକରଣ ଓ ଘର ନମ୍ବରିଂର ଶୁଭାରମ୍ଭ 

ନବରଙ୍ଗପୁର:( ତା ୧୭.୪.୨୦୨୬)(ରବିନାରାୟଣମହାନ୍ତି)ଗତ କାଲି ୧୬.୪.୨୦୨୬ ରିଖ ଦିନ ନବରଙ୍ଗପୁର ଜିଲ୍ଲାରେ ଜନଗଣନା–୨୦୨୭ର ପ୍ରାରମ୍ଭିକ ପର୍ଯ୍ୟାୟ ‘ଘର ତାଲିକାକରଣ ଓ ଘର ନମ୍ବରିଂ’ କାର୍ଯ୍ୟ ସୂଚାରୁ ଓ ସୁସଂଗଠିତ ଭାବରେ ଆରମ୍ଭ ହୋଇଛି। ଏହି ସମଗ୍ର କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ଡ଼. ମହେଶ୍ୱର ସ୍ୱାଇଁଙ୍କ ନେତୃତ୍ୱ ଓ ନିର୍ଦ୍ଦେଶରେ ପରିଚାଳିତ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟବଦ୍ଧ ଓ ନିଖୁଣ ଭାବରେ କାର୍ଯ୍ୟ ସମ୍ପାଦନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପ୍ରିଲ୍ ୧୬ ଠାରୁ ମେ ୧୫ ପର୍ଯ୍ୟନ୍ତ ପ୍ରତିଘଣ୍ଟା ଆଧାରରେ ନମ୍ବରିଂ କରାଯାଇଥିବା ଘର ସଂଖ୍ୟା ସମ୍ବନ୍ଧୀୟ ତଥ୍ୟ ଜନଗଣନା କାର୍ଯ୍ୟାଳୟ, ଭୁବନେଶ୍ୱରକୁ ପ୍ରେରଣ କରାଯାଉଛି। ଏହା ମାଧ୍ୟମରେ କାର୍ଯ୍ୟର ପ୍ରଗତିକୁ ନିୟମିତ ଭାବେ ମନିଟରିଂ କରାଯାଉଛି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରଯାଉଛି । ଘର ନମ୍ବରିଂ କାର୍ଯ୍ୟ ସମୟରେ ବରିଷ୍ଠ ନୋଡାଲ୍ ଅଧିକାରୀମାନେ କ୍ଷେତ୍ର ପ୍ରଦର୍ଶନ କରି ଜନଗଣନା କାର୍ଯ୍ୟର ନିରୀକ୍ଷଣ କରୁଛନ୍ତି I ଚାର୍ଜ ଅଫିସର ତହସିଲଦାର ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟର ଗୁଣାତ୍ମକତା ଓ ସଠିକତା ନିଶ୍ଚିତ କରୁଛନ୍ତି।ଜନଗଣନା–୨୦୨୭ ଦେଶର ସର୍ବପ୍ରମୁଖ ଓ ବ୍ୟାପକ ପ୍ରଶାସନିକ ଅଭିଯାନ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍ତରରେ ସମନ୍ୱୟ ରଖି ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ସମ୍ପାଦନ କରିବାକୁ ପ୍ରୟାସ ଜାରି ରହିଛି।ଗତକାଲି ସୁଦ୍ଧା ୨୨୭୨୯ ଗୋଟି ଘର ଗଣନା କରାଯାଇଅଛି।ଜିଲ୍ଲାରେ ଅଧିକାରୀ ଓ କର୍ମଚାରୀ ମିଶାଇ ମୋଟ ୨୩୬୯ ଜଣ ଜଣଗଣନା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମ ପ୍ରାଥମିକ ବିଦ୍ୟାଳୟ କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାବେ ଉନ୍ନୀତ କରଣ

Sunil Chandra Nayak

ଗଭୀର କୂଅ ରୁ ଏକ ବଳଦ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

masiha

ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ମନ୍ଦିରର ପୁନଃ ନିର୍ମାଣ ନେଇ ପୀଠରେ ପୂଜାର୍ଚ୍ଚନା

Leave a Comment

error: Content is protected !!