ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାତୃପ୍ରେମୀ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟତିଥି ପାଳନ

ରାଉରକେଲା/, ସ୍ଥାନୀୟ ସେକଟର-୫ ସ୍ଥିତ ଶ୍ରୀ ଅରବିନ୍ଦ ଯୋଗମନ୍ଦିର ର ଏନେକ୍ସ ହଲ ରେ ଶିକ୍ଷlବିତ ତଥା ସମାଜସେବୀ ଡକ୍ଟର କିଶୋରୀ ଦାଶଙ୍କ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଚରଣ ଆଶ୍ରିତl ଦିବଙ୍ଗତା ମାଆ ଇନ୍ଦୁମତୀ ଦାଶଙ୍କ ସପ୍ତମ ପୁଣ୍ୟାତିଥି ପାଳନ ହୋଇ ଯାଇଛି। ଏହି ଉପଲକ୍ଷେ ଶ୍ରୀମା ଶ୍ରୀଅରବିନ୍ଦ ଦର୍ଶନ ଆଧାରିତ “ଅମୃତତ୍ତ୍ୱର ସନ୍ଧାନ ରେ ମଣିଷ” ଶୀର୍ଷକ ଏକ ଆଲୋଚନା ରେ ନିଜ ବକ୍ତବ୍ୟ ରଖିଥିଲେ ବିଶିଷ୍ଟ ପ୍ରବକ୍ତା ମାତୃପ୍ରେମୀ ରମେଶ ସାହୁ l ସ୍ୱାଗତ ଭାଷଣ ସହ ବିଷୟ ବସ୍ତୁର ଅବତାରଣା କରିଥିଲେ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହ ଓ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ଶ୍ରୀ ଅରବିନ୍ଦ ଯୋଗମନ୍ଦିରର ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର। ପ୍ରାରମ୍ଭରେ ଯନ୍ତ ସଂଗୀତ ସହ ନୀରବତା ଅବଲମ୍ବନ ପରେ ଦୁର୍ଗା ସ୍ତୋତ୍ର ପାଠ କରିଥିଲେ ଚିତ୍ତରଞ୍ଜନ ନନ୍ଦୀ, ଶ୍ରୀ ଅରବିନ୍ଦରଚିତ” ସାବିତ୍ରୀ ” ଆବୃତ୍ତି କରିଥିଲେ ଘୋଷ ଦାଦା ଓ ମାତୃସଂଗୀତ ଗାନ କରିଥିଲେ ନମିତା ଅପା l କାର୍ଯ୍ୟକ୍ରମ କୁ ବିଶ୍ୱନାଥ ଆଇଚ ସଂଚାଳନ କରିଥିଲା ବେଳେ ଆୟୋଜିକା ଡକ୍ଟର କିଶୋରୀ ଦାଶ ସଭିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏହି ଅବସରରେ ଇନ୍ଦୁମତୀ ଦlଶଙ୍କ କନିଷ୍ଠ ପୁତ୍ର ଶରତ ଦାଶ ଓ ଜ୍ୟେଷ୍ଠ ପୌତ୍ର ଅବିନାଶ ଦାଶ ମଧ୍ୟ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ରଂଜିତ ଦାଶ, ଗୋଦାବରୀଶ ପଢ଼ିଆରୀ, ଅଜୟ ସ୍ୱାଇଁ, ଅକ୍ଷୟ ଦାଶ, ଅରୂପ ସୁବୁଦ୍ଧି ବିଭାସ ଦାସ,ରମା ଦାସ, ଭାସ୍କର ପଶlୟତ, ସନ୍ତୋଷ କୁମାର,ଶ୍ରୀ ଅରବିନ୍ଦ ସ୍କୁଲର ଶିକ୍ଷକଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ lଏହି କାର୍ଯ୍ୟକ୍ରମ ରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯଥା ଡାକ୍ତର ରାଜ୍ୟବର୍ଦ୍ଧନ ପଟ୍ଟନାୟକ,ଭାରତ ଭୂଷଣ ମହାନ୍ତି, ମୀନକେତନ ପଶlୟତ ଡାକ୍ତର ଗୀତାଞ୍ଜଳି ପତ୍ରୀ, ସୁଦାମ ଦାଶ, ପ୍ରଦୀପ ରାଉତରାୟ,ଡକ୍ଟର ତୁଷାରକାନ୍ତ ଗୟା,ପ୍ରକାଶ ସାହାଣୀ, ଅକ୍ଷୟ ଧଳ, କୁଞ୍ଜନ ବୋଷ,ସ୍ନେହ ନାୟକ,ଅର୍ପିତା ମହାପାତ୍ର,ଡକ୍ଟର ସରୋଜିନୀ ସାହୁ, ସ୍ନେହ ପଟ୍ଟନାୟକ, ତଥା ବହୁ ମାତୃପ୍ରେମୀ ଓ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ରାଜ୍ୟ ସ୍ତରୀୟ ରାତ୍ରୀ କାଳୀନ ତୃତୀୟ ଫୁଟ୍ ବଲ୍ ମ୍ୟାଚ୍ ଅନୁଷ୍ଠିତ

ଚୋର,ଡକାୟତ ଙ୍କ ନା ରେ ଅଂଚଳ ବାସୀ ଭୟଭୀତ, ଯୁବ ଗୋଷ୍ଟି ଦେଉଛନ୍ତି ଗାଁରେ ରାତ୍ର ପହରା

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଏ ଯୁଗ ରାବଣ

Sunil Chandra Nayak

Leave a Comment

error: Content is protected !!