ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘାଟିରେ ପିକ ଅପ୍ ଭ୍ୟାନ ଓଲଟି ୩୩ ଆହତ ,୧୩ ଗୁରୁତର କୋରାପୁଟ ସ୍ଥାନାନ୍ତର 

ଘାଟିରେ ପିକ ଅପ୍ ଭ୍ୟାନ ଓଲଟି ୩୩ ଆହତ ,୧୩ ଗୁରୁତର କୋରାପୁଟ ସ୍ଥାନାନ୍ତର 

ନାରାୟଣପାଟଣା,୧୮/୪/୨୬-ବାହଘର ଭୋଜି ଖାଇ ଫେରିବା ହେଲା କାଳ । ବରଯାତ୍ରୀ ଝିଅ ଘର କୁ ଯାନି ଯୈତୁକ ଦେଇ ଭୋଜି ଖାଇ ଘରକୁ ଫେରିବା ବେଳେ ଗାଡ଼ି ଓଲଟି ୩୩ ବରଯାତ୍ରୀ ଆହତ ହୋଇଛନ୍ତି।ଆହତ ମଧ୍ୟରୁ ୧୩ ଜଣ ଗୁରୁତର ଙ୍କୁ ଚିକିତ୍ସା ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଛି ଆମ୍ବୁଲାନ୍ସ ରେ ।ଘଟଣା ଘଟିଛି ନାରାୟଣପାଟଣା ବ୍ଲକ ପୋଡାପଦର ପଂଚାୟତ ବୋରିପୁଟ ଘାଟିରେ । ଆଜି ବନ୍ଧୁଗାଁ ବ୍ଲକ କାବେରିବାଡି ପଂଚାୟତ ର ଜାଙ୍ଗିଡିବାଲସା ଗାଁ ର ୪୦ ରୁ ଅଧିକ ବରଯାତ୍ରୀ ଏକ ମହିନ୍ଦ୍ରା ପିକ୍ ଅପ୍ ଭ୍ୟାନ (ଓଡି ୧୮କେ ୬୩୫୦)ରେ ତଳଗୁମାଣ୍ଡି ପଞ୍ଚାୟତ ବାଲା ଗାଁ କୁ ଭୋଜି ଖାଇବାକୁ ଯାଇଥିଲେ । ଯାନି ଯୈତୁକ ଦେଇ ପିକ୍ ଅପ୍ ଭ୍ୟାନ ରେ ଘରକୁ ଫେରୁଥିବା ବେଳେ ଅପରାହ୍ନ ୩ ଟା ବେଳେ ବୋଇରିପୁଟ ଗଡାଣି ରେ ଓଲଟି ପଡ଼ିଥିଲା ଭ୍ୟାନ୍ ଟି ଭାରସାମ୍ୟ ହୋଇ ।ଡ୍ରାଇଭର ସମେତ ୩୩ ଜଣ ବରଯାତ୍ରୀ ଆହତ ହୋଇଥିଲେ ।ଗାଡ଼ିଟି ଓଲଟି ପଡ଼ିବାରୁ ବିଲକୁ ଛିଟିକି ପଡ଼ିଥିଲେ ସବୁ ଯାତ୍ରୀ ।ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ପହଂଚି ଗୁରୁତର ଆହତ ଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା।ପରେ ଆମ୍ବୁଲାନ୍ସ ଯୋଗେ ଅନ୍ୟ ଆହତ ଙ୍କୁ ଅଣା ଯଇଥାଲା । ଖବର ପାଇ ଥାନା ଅଧିକାରୀ ମମତା ପଣ୍ଡା ଓ ସଦଳବଳ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛନ୍ତି।ବ୍ଲକ ଅଧ୍ୟକ୍ଷ ଗୋଲାପି ଗୋଲାଦି ତ୍ରୀନାଥ ମେଡିକାଲ ରେ ପହଂଚି ଆହତଙ୍କୁ କୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ପଠେଇବା ବ୍ୟବସ୍ଥା କରିଥିଲେ । ସ୍ଥାନୀୟ ଗଣମାଧ୍ୟମ,କିଛି ଯୁବଗୋଷ୍ଠୀ ମେଡିକାଲ ରେ ପହଂଚି ଗୁରୁତଳ ଆହତଙ୍କୁ ଚିକିତ୍ସା ରେ ସହଯୋଗ କରିଥିଲେ ।୬ ଜଣ ଡାକ୍ତର ଟିମ୍ ଓ ମେଡିକାଲ କର୍ମଚାରୀ ସମସ୍ତ ଆହତଙ୍କୁ ଚିକିତ୍ସା କରି ସେଥିରୁ ୧୩ ଜଣ କୁ ଙ୍କୁ ଆମ୍ବୁଲାନ୍ସ ରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ପଠାଯାଇଛି ।ସମସ୍ତ ଆହତ ସୁସ୍ଥ ଥିବା ଡାକ୍ତର ବିମଳ କୁମାର ବାଘ ସୁଚନା ଦେଇଛନ୍ତି।ଡ୍ରାଇଭର ଫେରାର ଥିବାରୁ ପୋଲିସ ଦୁର୍ଘଟଣା ଗାଡ଼ି ଥାନା କୁ ଆଣି ତଦନ୍ତ କାରୁଥିବା ଜଣା ପଡ଼ିଛି I ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

କୋକସରା ଆଦର୍ଶ ବିଦ୍ୟାଳୟ ସିବିଏସଇ ପ୍ଲସ ୨ ରେ ପ୍ରତୀକ୍ଷା ଦାସ ଓ ମାଟ୍ରିକରେ ତ୍ରିଲୋଚନ ନାଏକ ଟପ୍ପର

ବିଜୁ ସେତୁ ଉପଦେଷ୍ଟାଙ୍କ ବିଭିନ୍ନ ବ୍ରିଜ କାର୍ଯ୍ୟ ପରିଦର୍ଶନ

Sunil Chandra Nayak

ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା 

Leave a Comment

error: Content is protected !!