ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଡ଼ିଗଲା ଚମ୍ପାବନ ମୋହକ – ଝୁରି ବସିଛି ଗ୍ରାମବାସୀ

ଓଡିଶା ଇତିହାସ ମାନଚିତ୍ର ରେ ଚମ୍ପାବନ ଲାଗି ସ୍ୱତନ୍ତ୍ର ନା ରହିଛି ।କିଛି ବର୍ଷ ତଳେ ଚମ୍ପା ପୁଲ ମହକ ରେ ମହୁକୁ ଥିଲା ଗାଁ | ସନ୍ଧ୍ୟା ହୋଇଗଲେ ଚମ୍ପା ଫୁଲ ମହକ ରେ ମତଵାଲା ହୋଇ ଉଠୁଥିଲା ଗ୍ରାମବାସୀ | ଏହି ଚମ୍ପାଫୁଲ ରେ ଅନେକ ପରିବାର ର ଭରଣ ପୋଷଣ ହେଉଥିଲା | ବର୍ତ୍ତମାନ ଏହି ଚମ୍ପା ଫୁଲ ର ମହକ ଅଭୁଲା ହୋଇ ରହିଗଲା | ଦୂର ଦୁରାନ୍ତ ରୁ ଯିବା ଆସିବା ଲୋକ ଏହି ଚମ୍ପା ଫୁଲ ମହକ ରେ ମତଵାଲା ହୋଇଯାଉଥିଲେ | ସରକାର ଉଦାସୀନତା ଯୋଗୁଁ ହଜି ବସୀଲାଣି ଚମ୍ପାବନ ବର୍ତ୍ତମାନ ଚମ୍ପା ଖୋଜୁଛି ଚମ୍ପାବନକୁ , ନା ଅଛି ସେ ମହକ ନା ଅଛି ସେ ଚମ୍ପା ବନ ଏଭଳି ଏକ ଚମ୍ପା ବନ୍ କୁ ହରାଇ ଝୁରି ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମବାସୀ |

ନୀଳକଣ୍ଠେଶ୍ଵର ମନ୍ଦିର ରେ ବାବା ନୀଳକଣ୍ଠେଶ୍ଵର କୁ ଅତିପ୍ରିୟ ଚମ୍ପାଫୁଲ ତେଣୁ ଜୟପୁର ରାଜା ବିକ୍ରମ ସିଂଘ ଦେଓ ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ମନ୍ଦିର ପୂଜାର୍ଚନା କରିବା ପାଇଁ ଚମ୍ପାବନ କରିଥିଲେ | ଏଠାରେ ସେ ଏହି ଚମ୍ପାବନ ରେ ଆମ୍ଭ, ଗଛ ମଧ୍ୟ ଲଗେଇଥିଲେ | ଏଠାରେ ଆଖଡ଼ା ଶାଳ ମଧ୍ୟ ହେଉଥିଲା | ଏହି ଚମ୍ପାବନ କୁ ଆଖଡ଼ା ଶାଳ କୁହାଯାଉଥିଲା | ପାପଡାହାଣ୍ଡି ବସଷ୍ଟାଣ୍ଡ ଛକ ଠୁ ଧରି ମୃଗ ବିହାର ପର୍ଯ୍ୟନ୍ତ ଭରି ରହିଥିଲା ଚମ୍ପାବନ | ରାସ୍ତା କୋଡ଼ରେ ବିଛେଇ ହେଉଥିଲା ଚମ୍ପାଫୁଲ | ଅଳ୍ପ ପବନ ବହିଲେ ଚମ୍ପାଫୁଲ ବାସନା ରେ ମହକି ଉଠୁଥିଲା ପାପଡାହାଣ୍ଡି ଗ୍ରାମ | ଏହି ଫୁଲତୋଳି 50 ପରିବାର ନିଜର ପେଟପାଟଣା ମଧ୍ୟ କରୁଥିଲେ | ବସ ରେ ଯିବା ଆସିବା ଯାତ୍ରୀ ଏହି ମହକ ରେ ଚମ୍ପା ଫୁଲ କିଣି ଘରକୁ ନେଉଥିଲେ | ସେହି ସମୟରେ 10 ଟି ଚମ୍ପାଫୁଲ କୁ ଯାତ୍ରୀ 5 ଟଙ୍କା ରେ କିଣୁଥିଲେ | ବର୍ତ୍ତମାନ ଗୋଟିଏ ଚମ୍ପା ଫୁଲ ର ଦାମ 5 ଟଙ୍କା | ଚମ୍ପା ଫୁଲ ନେଇ ଭଗବାନ ନୀଳକଣ୍ଟେଶ୍ୱର ଭଗବାନ କୁ ଚଢ଼ାଉ ଥିଲେ | ଲୋକେ ପାପଡାହାଣ୍ଡି ନୀଳକଣ୍ଟେଶ୍ୱର ମନ୍ଦିର ରେ ମାନସିକ କରି ଯାଉଥିଲେ କି ମାନସିକ ପୂରଣ ହେଲେ ଚମ୍ପାଫୁଲ ଅର୍ପଣ କରିବି | ଲୋକେ ମାନସିକ ପୂରଣ ହେଲେ ଚମ୍ପାଫୁଲ ନୀଳକଣ୍ଟେଶ୍ୱର କୁ ଅର୍ପଣ କରି ଯାଉଥିଲେ | କିଛି ଦୁର୍ବୁତ୍ତ ଚମ୍ପାବନ କୁ ପଦା କରିଦେଲେ | ଆଉ କିଛି ଗଛ 100 ବର୍ଷ ରୁ ଉର୍ଦ୍ଧ ହୋଇଯାଇଥିବା ଯୋଗୁଁ ସେହି ଗଛ ଗୁଡିକ ରେ ଫୁଲ ହୋଇପାରୁନାହିଁ | ଯାହାଦ୍ୱାରା ପାପଡାହାଣ୍ଡି ରେ ଆଉ ଚମ୍ପାଫୁଲ ଦେଖିବା ଏକ ସ୍ମୁତି ହୋଇ ରହିଗଲା | ବର୍ତ୍ତମାନ ଚମ୍ପାଫୁଲ ରେ ନିଜ ପରିବାର ର ଭରଣ ପୋଷଣ କରୁଥିଲେ କିନ୍ତୁ ଏବେ କୁଲି ମଜୁରୀ କରି ଚଳୁଛନ୍ତି | ଚମ୍ପା ବନ କୁ ପୁନଃ ଉଦ୍ଧାର କାର୍ଯ୍ୟକ୍ରମ 2011 ମସିହା ରେ ପ୍ରଶାସନ ତରଫରୁ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ରେ ସଂରକ୍ଷିତ ଜଙ୍ଗଲରେ 4 ହେକଟର କ୍ଷେତ୍ରଫଳ ରେ 4400 ଚମ୍ପା ଚାରା ଲଗାଯାଇଥିଲା | ଏହାର ରାକ୍ଷଣବେକ୍ଷଣ ବନ ବିଭାଗ ଦିଆଯାଇଥିଲା | ରକ୍ଷଣବେକ୍ଷଣ ଅଭାବରେ 10 ବର୍ଷ ପରେ 4400 ଚାରା ମାତ୍ର କିଛି ସଂଖ୍ୟା ରେ ଚମ୍ପା ଗଛ ରହିଥିବା ଦେଖିବାକୁ ମିଳୁଛି | ଏହି ଚମ୍ପା ଗଛ 5 ବର୍ଷ ରୁ ଫୁଲ ଧରିବା ଆରମ୍ଭ ହୋଇ 100 ବର୍ଷ ଯାଏ ଫୁଲ ହୋଇଥାଏ | ପ୍ରଶାସନ ତରଫରୁ ଚମ୍ପାବାନକୁ ପୁନଃ ଉଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି | (ମ ନି ସ)

Related posts

ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ଓ ଗୋଟିଏ ସ୍କିଲ ଏକାଡେମୀ: ମୁଖ୍ୟମନ୍ତ୍ରୀ

ମହାବିଦ୍ୟାଳୟ ର ପଡିଆ ରେ ଉନ୍ମତ କାଣ୍ଡ – ଗେଲେରି ଗେଟ କୁ ଭାଙ୍ଗି ଦେଲେ , ପ୍ରଶାସନ ନୀରଦ୍ରଷ୍ଟା

Sunil Chandra Nayak

ଧର୍ମଗଡ ଶ୍ରୀଜଗନ୍ନାଥ ମନ୍ଦିର ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

Sunil Chandra Nayak

Leave a Comment

error: Content is protected !!