ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲା ରେ ମାଳମାଳ ସାମ୍ବାଦିକ : ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ

ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲା ରେ ମାଳମାଳ ସାମ୍ବାଦିକ : ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ

କନ୍ଧମାଳ, ତା, ୧୮/୦୪: (ମନିସ): ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସାମ୍ବାଦିକ ନାମରେ ଅନେକ ବ୍ୟକ୍ତି ନିଜକୁ ଜଣେ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ଦେଖିବାକୁ ମିଳୁଛି। ହେଲେ ଏ ସାମ୍ବାଦିକ ପଦ ବୋଲାଉଥିବା ବ୍ୟକ୍ତି ମାନେ ପ୍ରକୃତ ରେ କିଏ ଅସଲି ଆଉ କିଏ ନକଲି ତାହା ଜଣା ପଡୁନାହିଁ l କେହି କେବେ, ମାନେ କିଛି ବର୍ଷ ପୂର୍ବେ ଗଣମାଧ୍ୟମରେ କାମ କରିଥିବା ଦାବି କରୁଛନ୍ତି, ତ ଆଉ କେହି ଦୀର୍ଘଦିନ ହେଲା ସେଇ ପେଶା ଛାଡି ଦେଇଥିବା ସତ୍ତ୍ବେ ମଧ୍ୟ ସାମ୍ବାଦିକ ପରିଚୟ ବ୍ୟବହାର କରୁଛନ୍ତି। ଅନୁତାପର କଥା ହେଉଛି, ଏ ସମ୍ପର୍କ ରେ ପ୍ରଶାସନ ପାଖରେ ବର୍ତ୍ତମାନ କେତେଜଣ ସଠିକ ଓ କାର୍ଯ୍ୟରତ ପେଶାଦାର ସାମ୍ବାଦିକ ଅଛନ୍ତି, ତାହାର କୌଣସି ସଠିକ ତାଲିକା ନାହିଁ । ଅଞ୍ଚଳ ରେ ଯେତେବେଳେ ଯାହା କିଛି ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟକ୍ରମ ହେଉ ସାମ୍ବାଦିକ ଙ୍କ ପାଇଁ ଯଦି ପାସ ନ ମିଳିଛି, ତେବେ ଉକ୍ତ ବିଭାଗ ର କର୍ମଚାରୀ ଙ୍କୁ ଘାଇଲା କରି ଦେଉଛନ୍ତି l ଏବଂ ସରକାରୀ କାର୍ଯ୍ୟକ୍ରମ ରେ ପାସ ପାଇଁ ଲୋକସମ୍ପର୍କ ବିଭାଗ ଏବଂ ଏସ.ପି. କାର୍ଯ୍ୟାଳୟରେ ଭିଡ଼ ଲାଗୁଛି। ଏହି ଭିଡ଼ ମଧ୍ୟରେ ପ୍ରକୃତ ସାମ୍ବାଦିକ ଠାରୁ ଅଧିକ ନକଲି ସାମ୍ବାଦିକ ଅଧିକ ଥ‌ିବା ଅଭିଯୋଗ ଉଠୁଛି । ଯେଉଁମାନେ କେବଳ କିଛି ମାସ କାମ କରିଥିଲେ କିମ୍ବା ଦୀର୍ଘଦିନ ଧରି ଧରି ପେଶାରୁ ଦୂରେଇ ରହିଛନ୍ତି, ସେମାନେ ମଧ୍ୟ ସାମ୍ବାଦିକ ପରିଚୟ ଦେଇ ପାସ ହାତେଇବାକୁ ଚେଷ୍ଟା କରୁଛନ୍ତି। ଏହାର ପରିଣାମରେ ପ୍ରକୃତ ଓ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ପାସ ନପାଇବା  ଭଳି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏଣୁ ସମଗ୍ର କନ୍ଧମାଳ ଜିଲ୍ଲାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ପ୍ରକୃତରେ କେଉଁ ପତ୍ରପତ୍ରିକା ଓ ଇଲେକ୍ଟ୍ରୋନିକ ମିଡିଆର କେତେ ଜଣ ସାମ୍ବାଦିକ କେଉଁ ଠାରେ କାର୍ଯ୍ୟରତ ଅଛନ୍ତି, ତାହାର ସ୍ପଷ୍ଟ ଚାଲିକା ପ୍ରକାଶ କରିବାକୁ ଦାବି ହେଉଛି । ଯଦି ପ୍ରଶାସନ ଏହାର ସଠିକ ବ୍ୟବସ୍ଥା ବା ହିସାବ ନ କରନ୍ତି, ତେବେ ଆଗାମୀ ଦିନରେ ଏହା ଏକ ଭୟଙ୍କର ରୂପ ଦେଖାଯିବା ସହ କନ୍ଧମାଳ ପ୍ରଶାସନ ଏଥିପାଇଁ ଦାୟୀ ରହିବେ ବୋଲି ସାମ୍ବାଦିକ ମହଲ ରେ ଆଲୋଚନା ହେଉଛି ।

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା 

masiha

ବାଲି ବୋଝେଇ ହାଇୱା ଧକ୍କା ରେ ବୁଲା ବେପାରୀ ମୃତ  ୧ ଲକ୍ଷ ଟଙ୍କା କ୍ଷତିପୂରଣ ପରେ ରାସ୍ତା ଅବରୋଧ ହଟିଲା

Sunil Chandra Nayak

ଡ଼ାକବାଜି ଯନ୍ତ୍ର ଯୋଗେ ନିଜର ପରିଚୟ ସୃଷ୍ଟି କରିଥିବା କମଲ ଚରଣ (କର୍ଣାଟ) ଙ୍କ ପରଲୋକ  ଆଉ ଶୁଭିବ ନାହିଁ ଗୁରୁ ଗମ୍ଭୀର ସ୍ୱରର ପ୍ରଚାର ପ୍ରସାର….

masiha

Leave a Comment

error: Content is protected !!