ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଜନନୀ ସେବା ସଂଗଠନର ପ୍ରତିଷ୍ଠାତା ସଭାପତିଙ୍କ ଜନ୍ମଦିନକୁ ଅଭିନବ ଢଙ୍ଗରେ ରକ୍ତଦାନ ଶିବିର ଆୟୋଜନ କରି ପାଳନ କଲେ ଗୋବର୍ଦ୍ଧନପୁର ଗ୍ରାମବାସୀ 

ଉତ୍କଳ ଜନନୀ ସେବା ସଂଗଠନର ପ୍ରତିଷ୍ଠାତା ସଭାପତିଙ୍କ ଜନ୍ମଦିନକୁ ଅଭିନବ ଢଙ୍ଗରେ ରକ୍ତଦାନ ଶିବିର ଆୟୋଜନ କରି ପାଳନ କଲେ ଗୋବର୍ଦ୍ଧନପୁର ଗ୍ରାମବାସୀ 

ଜଳେଶ୍ୱର, ୨୦/୪(ମନିସ) ଜଳେଶ୍ବର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ଜନନୀ ସେବା ସଂଗଠନ ପକ୍ଷରୁ ସଂଗଠନର ସଭାପତି ହେମନ୍ତ କୁମାର ଜେନାଙ୍କ ଜନ୍ମଦିନ ଉପଲକ୍ଷେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଉତ୍କଳ ଜନନୀ ସେବା ସଂଗଠନ ଓ ଅଖିଳେଶ୍ୱର ଯୁବକ ସଂଘର ମିଳିତ ସହଯୋଗରେ କୋଟସାହି ପଂଚାୟତର ଗୋବର୍ଦ୍ଧନପୁର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରକୁ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ବ୍ରଜ ମୋହନ ପ୍ରଧାନ ଓ ବାଲେଶ୍ବର ଜିଲ୍ଲା ରକ୍ତ ଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ ମିଳିତ ଭାବେ ଉଦଘାଟନ କରିଥିଲେ। ଉତ୍କଳ ଜନନୀ ସେବା ସଙ୍ଗଠନର ସଭାପତି ହେମନ୍ତ କୁମାର ଜେନାଙ୍କ ୩୭ ତମ ଜନ୍ମଦିନରେ ଜିଲ୍ଲା ରକ୍ତଦାତା ସଂଘ ଓ ଉତ୍କଳ ଜନନୀ ସେବା ସଂଗଠନ ପକ୍ଷରୁ ଆୟୋଜିତ ଶିବିରରୁ ମୋଟ ୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ହେମନ୍ତ ଜେନାଙ୍କ ବାପା ଗୁଣାକାର ଜେନା,ମାଆ ସରସ୍ବତୀ ଜେନା,ବାଲେଶ୍ଵର ରକ୍ତ ଭଣ୍ଡାରର ଡାକ୍ତର ଆଶୁତୋଷ ପ୍ରଧାନ , ଜିଲ୍ଲା ରକ୍ତ ଦାତା ସଂଘର ଉପଦେଷ୍ଟା ସୁକୁମାର ରଣା,ଉପସଭାପତି ଲକ୍ଷ୍ମୀଧର ବାରିକ, ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ,ସାଂଗଠନିକ ସମ୍ପାଦକ ମନୋରଞ୍ଜନ ଦାସ,ଆଜୀବନ ସଭ୍ୟା ଆରତୀ ଦାସ,ବିଦ୍ୟାଳୟର ପ୍ରଧାନଶିକ୍ଷକ ପଙ୍କଜ କୁମାର ଜେନା,ଶିକ୍ଷୟତ୍ରୀ ସୁମତୀ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ସଂଗଠନର ସଭାପତି ହେମନ୍ତ କୁମାର ଜେନା, ସମ୍ପାଦକ ଗଗନ ବିହାରୀ ସାହୁ, ଉପଦେଷ୍ଟା ଗଣେଶ ଚନ୍ଦ୍ର ଜେନା,ଅଖିଳେଶ୍ୱର ଯୁବକ ସଙ୍ଘର ସମ୍ପାଦକ ପ୍ରଭାକର ନାଥ,ତାପସ ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ସଂଗଠନର ସମସ୍ତ ସଦସ୍ୟ ଓ ସଦସ୍ୟା ପରିଚାଳନା କରିଥିଲେ।ଶେଷରେ ହେମନ୍ତ ଜେନା ନିଜେ ରକ୍ତଦାନ କରିବା ପରେ ରକ୍ତଦାନ ଶିବିର ଉଦଯାପିତ ହୋଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଆଜି ଖୋଲିଲା ବିଦ୍ୟାଳୟ:ବିଦ୍ୟାଳୟରେ ପିଲା ସଂଖ୍ୟା ଶୁନ

Sunil Chandra Nayak

ମୋ ସ୍କୁଲ ଅଭିଯାନ,ଢେଙ୍କାନାଳ ଜିଲ୍ଲା ସ୍ତରୀୟ ପୁରାତନ ଛାତ୍ରୀ ଛାତ୍ର ସମ୍ମିଳନୀ ଓ ଫୋଟୋ ପ୍ରଦର୍ଶନୀ -୨୦୨୩ ଅନୁଷ୍ଠିତ 

Sunil Chandra Nayak

ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଙ୍କ କୃତିତ୍ୱ 

Sunil Chandra Nayak

Leave a Comment

error: Content is protected !!