ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସକୁ ମିଳିଲା ବଡ ସଫଳତା , ଲୁଟେରା ସମେତ କବାଡିଆ ଦୋକାନୀ ଓ ତାଙ୍କ ପୁଅ ଗିରଫ 

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସକୁ ମିଳିଲା ବଡ ସଫଳତା , ଲୁଟେରା ସମେତ କବାଡିଆ ଦୋକାନୀ ଓ ତାଙ୍କ ପୁଅ ଗିରଫ 

ହିଞ୍ଜିଳିକାଟୁ, ତା ୨୦/୪ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ଗତ କିଛି ଦିନ ହେବ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ବାସଗୃହରେ ଲାଗିଥିବା ଏସିରୁ ତମ୍ବା ପାଇପ୍ ଓ ବିଦ୍ୟୁତ୍ ତାର କାଟି ଲୁଟ୍ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହିଞ୍ଜିଳି ପୁଲିସ କୁ ମିଳିଛି ବଡ ସଫଳତା । ଲଗାତାର ଏଭଳି ଲୁଟ୍ ଘଟଣା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ଘନ ଘାଇଁ ତଦନ୍ତ ପରେ ଲୁଟ୍ ଆଉ ଚୋରି ଘଟଣାରେ ହିଞ୍ଜିଳି ପୋଲିସ ଲୁଟେରାଙ୍କ ସମେତ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ କବାଡିଆ ଦୋକାନୀ ମାଲିକ ଓ ତାଙ୍କ ପୁଅକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହିଞ୍ଜିଳି ଥାନା ତଥା ପୌରାଞ୍ଚଳ ଲକ୍ଷ୍ମୀ ବଜାର ଅଞ୍ଚଳର ମନୋଜ ଦାସ (୨୬) ଓ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ କବାଡିଆ ଦୋକାନୀ ମାଲିକ ସ୍ଥାନୀୟ ପୌରାଞ୍ଚଳ ବଇଞ୍ଚବଣିଆ ମାଷ୍ଟ୍ର କଲୋନୀର ମନୋଜ କୁମାର ସାହୁ ଓରଫ ମୁନା (୫୬) ଓ ତାଙ୍କ ପୁଅ କିରଣ କୁମାର ସାହୁ (୨୨) ବୋଲି ସୂଚନା ମିଳିଛି । ଗିରଫ ଲୁଟେରା ଓ କବାଡିଆ ଦୋକାନୀ ମାଲିକଙ୍କ ଠାରୁ ଏସିରେ ବ୍ୟବହୃତ ତମ୍ବା ପାଇପ୍, ୨ଟି ସିସିଟିଭି କ୍ୟାମେରା, ୧ ବଣ୍ଡଲ ଆଲୁମିନିୟମ୍ ତାର, ବିଦ୍ୟୁତ୍ ତାର, ମୋବାଇଲ ଫୋନ୍ ସମେତ ବହୁ ପରିମାଣରେ ତମ୍ଭା ଓ ଲୁହା ସାମଗ୍ରୀ ଜବତ କରାଯାଇଛି । ତେବେ ଏନେଇ ହିଞ୍ଜିଳି ଥାନାରେ ୨୩୭/୨୬ ରେ ଏକ ମାମଲା ରୁଜୁ କରି ରବିବାର ୩ ଜଣକ ଅଭିଯୁକ୍ତ ମାନଙ୍କୁ କୋର୍ଟ୍ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠୀ ମତ ପ୍ରକାଶ କରିଛନ୍ତି ।

Related posts

ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ 

Sunil Chandra Nayak

କୋଟି କୋଟି ଟଙ୍କା ହେରଫେର ଅଭିଯୋଗରେ ଯାମଦା ତହସିଲଦାର ମଧୁସ୍ମିତା ସିଂ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଗିରଫ

Sunil Chandra Nayak

ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୨୫୦ କେଜି ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର 

Sunil Chandra Nayak

Leave a Comment

error: Content is protected !!