ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଏସଆଇଆର ମାଧ୍ୟମରେ ଓଡ଼ିଶାରେ ଭୋଟରଙ୍କ ନାମ ବାଦ୍ ପଡିବା ନେଇ ସନେ୍ଦହ ପ୍ରକାଶ କଲା ବିଜେଡି

ଏସଆଇଆର ମାଧ୍ୟମରେ ଓଡ଼ିଶାରେ ଭୋଟରଙ୍କ ନାମ ବାଦ୍ ପଡିବା ନେଇ ସନେ୍ଦହ ପ୍ରକାଶ କଲା ବିଜେଡି

ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍ ପଡିଛି
୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରାୟ ୫ କୋଟିରୁ ଊଦ୍ଧ୍ୱର୍ ଭୋଟରଙ୍କ ନାମ ବାଦ୍ ପଡିଛି

ଭୁବନେଶ୍ୱର,(ଲିପିକା ରାଣୀ ରାଉତ )୨୦/୦୪/୨୦୨୬: ଭାରତର ଭୋଟର ତାଲିକରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ ମାଧ୍ୟମରେ ଭୋଟର ତାଲିକାରୁ ଅଧିକରୁ ଅଧିକ ଭୋଟରଙ୍କ ନାମ କଟିଯାଉଥିବା ଅଭିଯୋଗରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳ ଆଜି ଓଡ଼ିଶାରେ ମଧ୍ୟ ସେଭଳି ହେବାର ସନେ୍ଦହ ସୃଷ୍ଟି ହେଲାଣି ବୋଲି କହିଛି । 

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିରୋଧୀ ଦଳର ଉପନେତା ତଥା ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ଭୋଟର ତାଲିକାରୁ ଅଧିକରୁ ଅଧିକ ସଂଖ୍ୟାରେ ଭୋଟରଙ୍କ ନାମ ବାଦ୍ ପଡୁଥିବା ଅଭିଯୋଗରେ ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ସନେ୍ଦହ ପ୍ରକାଶ କରିଛନ୍ତି ।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ନିର୍ବାଚନ କମିସନଙ୍କ ଇଲେକ୍ଟ୍ରାଲ ରୋଲ୍ରେ ପ୍ରତିବର୍ଷ ଜାନୁଆରୀରେ ରିଭିଜନ ହୁଏ । କିନ୍ତୁ ଏହି ବର୍ଷ ହୋଇଥିବା ସଂଶୋଧନରେ ପ୍ରାୟ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କୁ ବାଦ୍ ଦିଆଯାଇଛି । ଏହି ପ୍ରକ୍ରିୟାରେ ଅତି ବେଶୀରେ ୭ ଲକ୍ଷ ଭୋଟର ବାଦ୍ ପଡୁଥିବା ବେଳେ ଅଧିକ ୩ ଲକ୍ଷ ଭୋଟରଙ୍କୁ ବାଦ୍ ଦିଆଯାଇଥିବାରୁ, ସନେ୍ଦହ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଏସଆଇଆର ହେବାକୁ ଯାଉଥିବା ବେଳେ, ଅଧିକ ଭୋଟରଙ୍କ ନାମ ବାଦ୍ ପଡିବା ଆଶଙ୍କା ଦେଖାଦେଇଛି । ଏସଆଇଆର ଓଡ଼ିଶାରେ ୨୦୦୨ ମସିହାରେ ହୋଇଥିଲା ।  

ଶ୍ରୀ ମିଶ୍ର କହିଥିଲେ, ୧୯.୦୮.୨୦୨୫ରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଦେଶର ନିର୍ବାଚନ କମିସନରଙ୍କୁ ଭେଟି ଏହି ସମ୍ୱନ୍ଧରେ ବିଜେଡି ନିଜର ଆଶଙ୍କା ପ୍ରକାଶ କରିଥିଲା । ବିଶେଷକରି ଯେଉଁମାନେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି, ତାଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ୍ ନପଡେ, ସେଥିପ୍ରତି ଯତ୍ନବାନ ହେବା ଉଚିତ ବୋଲି ବିଜେଡି କହିଥିଲା । ପ୍ରତିବର୍ଷ ୭ ଲକ୍ଷ ଭୋଟର ବାଦ୍ ପଡ଼ନ୍ତି । କିନ୍ତୁ ଏହି ବର୍ଷ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଭୋଟର ବାଦ୍ ପଡ଼ିଛନ୍ତି । ବିଜେଡି ଆଶଙ୍କା କରୁଛି ଯେ, ଏତେ ଅଧିକ କିପରି ବାଦ୍ ପଡୁଛନ୍ତି ? ଅଧିକ ସଂଖ୍ୟାର ଭୋଟରଙ୍କୁ ବାଦ୍ ଦିଆଯାଇଛି । ଦେଶର ଜଣେ ନାଗରିକଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡିବା ଦ୍ୱାରା ତାର ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି ।  

ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଏସଆଇଆର ପ୍ରସଙ୍ଗରେ ନିର୍ବାଚନ କମିସନରଙ୍କ ସମଗ୍ର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ରାଜ୍ୟ ମାନଙ୍କରେ କୋଟି କୋଟି ଭୋଟରଙ୍କୁ ବାଦ୍ ଦିଆଯାଇଥିବାର ଅଭିଯୋଗ ଆସିଛି । ପ୍ରାୟ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରାୟ ୫ କୋଟିରୁ ଅଧିକ ଭୋଟର ମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଓଡିଶାରେ ଏସଆଇଆର ହେବାକୁ ଯାଉଥିବା ବେଳେ ଯୋଗ୍ୟ ଭୋଟର ମାନଙ୍କୁ ତାଲିକାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି । ଦୁଇ ଦିନ ତଳେ ନିର୍ବାଚନ କମିସନ ଯେଉଁ ଚିଠି ଲେଖିଛନ୍ତି, ସେଥିରୁ ସନେ୍ଦହ ଅଧିକ ଦୃଢ଼ୀଭୂତ ହୋଇଛି । ମାତ୍ର ଏକ ବର୍ଷ ୪ ମାସ ତଳେ, ଯେଉଁମାନେ ଭୋଟର ତାଲିକାରେ ଥିଲେ, ସେଥିରୁ ପ୍ରାୟ ୧୦ ଲକ୍ଷ ଭୋଟର ବାଦ୍ ପଡିବା ନିଶ୍ଚିତ ଭାବେ ଅଧିକ ସନେ୍ଦହ ସୃଷ୍ଟି କରୁଛି । ସରକାର ଓ ନିର୍ବାଚନ କମିସନ ଏହି ସନେ୍ଦହକୁ ଦୂର କରନ୍ତୁ ଏବଂ କିପରି ଜନସାଧାରଣଙ୍କ ଭୋଟ ଦେବାର ଅଧିକାର ଯେପରି କ୍ଷୁଣ୍ଣ ନହୁଏ, ସେଥିପ୍ରତି ଯତ୍ନବାନ ହେବା ଉଚିତ ।

Related posts

ନବରଙ୍ଗପୁର ବିଜେଡି ର ମଙ୍ଗ ଧରିଲେ ଲୋକପ୍ରିୟ ବିଧାୟକ ରନ୍ଧାରୀ 

masiha

ଆସିକା ବିଧାୟକଙ୍କ ବାସଭବନରେ ବିଜୟ ଉତ୍ସବ ପାଳିତ

ମୁଣ୍ଡାଠାକୁରା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

Leave a Comment

error: Content is protected !!