ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳର ସଂସ୍କୃତି ସମୃଦ୍ଧି ରେ ଅକ୍ଷୟ ତୃତୀୟା ଆଲୋଚନାଚକ୍ର 

ଉତ୍କଳର ସଂସ୍କୃତି ସମୃଦ୍ଧି ରେ ଅକ୍ଷୟ ତୃତୀୟା ଆଲୋଚନାଚକ୍ର 

′ରାଉରକେଲା: ରାଉରକେଲା କଲେଜ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ର ମାଧବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଉରକେଲା କଲେଜର ଅଧ୍ୟକ୍ଷ ଡ଼ ରବୀନ୍ଦ୍ର କୁମାର ଜେନା,ବିଷୟ ବିଶେଷଜ୍ଞ ଭାବେ ପ୍ରାଧ୍ୟାପକ ଡ ଅଶ୍ବିନୀ କୁମାର ରାୟ ଯୋଗଦେଇ ଉତ୍କଳ ସଂସ୍କୃତି ଓ ସମୃଦ୍ଧି ରେ ଅକ୍ଷୟ ତୃତୀୟା ଶୀର୍ଷକ ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଡ଼ ଜେନା ଓ ବିଷୟ ବିଶେଷଜ୍ଞ ଡ ରାୟ ସେମାନଙ୍କ ବକ୍ତବ୍ୟରେ ଅକ୍ଷୟ ତୃତୀୟା ର ମାହାତ୍ମ୍ୟ, ଓଡ଼ିଆ ଜାତିର ପ୍ରାଣ,କୃଷି ଭିତ୍ତିକ ପର୍ବ,ରଥ ଅନୁକୂଳ, ସ୍ନାନ ପୂର୍ଣ୍ଣିମା, ଶ୍ରୀଜଗନ୍ନାଥ କୈନ୍ଦ୍ରିକ ପ୍ରାଣ ମୁର୍ଛନା, ଐତିହ୍ୟ, ପରମ୍ପରା କୁ ମିଶ୍ରିତ କରି ଅକ୍ଷୟ ତୃତୀୟା କିପରି ଆମ ଜୀବନର ପଥକୁ ପ୍ରଭାବିତ କରିଛି, ତା ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ମାଧବ ନଗର ସଭାପତି ବ୍ରଜେନ୍ଦ୍ର ଦାଶ ପ୍ରାକ୍ କଥନ ରଖିଥିଲା ବେଳେ ଅଧ୍ୟାପିକା ଅଳକା ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଗାଳ୍ପିକ ଅଜୟ ମହାନ୍ତି ଗଳ୍ପ ପାଠ କରିଥିଲେ। ସେହିପରି କବିତା ଆବୃତ୍ତି ପର୍ବରେ କବି ତ୍ରିଲୋଚନ ସ୍ବାଇଁ ସଭାପତିତ୍ବ,କବି ଅମୀୟ କୁମାର ମହାନ୍ତି ଓ ଅଧ୍ୟାପିକା କ୍ଷୀରେଶ୍ବରୀ କିଶାନ ଙ୍କ ସଂଯୋଜନାରେ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡ ସୁଷମା ମୋଦୀ, ସୁଜାତା ପ୍ରଧାନ,କରୁଣାକର ପାଟ୍ଟଶାଣୀ, ତାରିଣୀ ଚରଣ ସାହୁ,ଅଜୟ କୁମାର ପାଣି, ଜଗନ୍ନାଥ ରାଉତ, ସଞ୍ଜୀବ ଭୋଇ,ମୋହନ ସିଂ, ସୁନିଲ ମହାନ୍ତି, ସୁମନ୍ତ ଉପାଧ୍ୟାୟ, ସତ୍ୟ ଦାଶ,ରମେଶ ଶତପଥୀ, ରଶ୍ମି ରଞ୍ଜନ ରାଉତ, ଆଶୁତୋଷ ଜ୍ୟୋତିଷୀ, ବ୍ରହ୍ମାନନ୍ଦ ପାଢ଼ୀ,ଧୋବେଇ ବେହେରା, ବସନ୍ତ ପ୍ରଧାନ, କୁଞ୍ଜବିହାରୀ ରାଉତ, ଚିନ୍ମୟ ତ୍ରିପାଠୀ, ପ୍ରବୀର କୁମାର ଦୁବେ, ସୁନିଲ ଦାଶ ଓ କଲେଜ ର ସସ୍ମିତା, ଅନିତା,ନିମିଶା, ଋତୁପର୍ଣ୍ଣା, ମାଳତୀ, ଦିବ୍ୟା, ଆରତୀ, ଶାନ୍ତି, ସ୍ମୃତି, ପ୍ରୀତି, ଶିବାନୀ, ରିୟା, ହାସିନା,ସୁଶେନା,ଜର୍ଜ, ଅନିତା,ଆରଷୀ, ସଞ୍ଜନା,କରିସ୍ମା,ଶ୍ବେତା, ବିନୋଦିନୀ, ସୋନାଲୀ,ଦୀପକ,ସୈ।ମ୍ୟପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପିକା ଧରିତ୍ରୀ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟ୍ରେନରୁ ଖସିପଡ଼ି ଅଜଣା ଯୁବକଙ୍କ ମୃତ୍ୟୁ 

masiha

ଗାଁ ମୁହାଁ ଦନ୍ତା ହାତୀ, ଆତଙ୍କିତ ଗ୍ରାମବାସୀ

ସାନପାଖଣା ଉପ୍ରା ବିଦ୍ୟାଳୟର ଉର୍ମିଳା ପାଢୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Sunil Chandra Nayak

Leave a Comment

error: Content is protected !!