ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ. ନୂଆଗାଁ ଵନାଞ୍ଚଳ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ବନପାଳ ରବୀନ୍ଦ୍ର ପାତ୍ର

କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବନାଞ୍ଚଳ କାର୍ଯ୍ୟାଳୟ ର ନୂତନ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଭାବେ ଶ୍ରୀ ରବୀନ୍ଦ୍ର କୁମାର ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଏହା ପୂର୍ବରୁ ଫୁଲବାଣୀ ବନାଞ୍ଚଳ ର ବିଶିପଡା ସେକ୍ସନ ଓ ଫିରିଙ୍ଗିଆ ବନାଞ୍ଚଳ ର ଫିରିଙ୍ଗିଆ ସେକ୍ସନ ରେ ରହି ଦକ୍ଷତାର ସହ କାର୍ଯ୍ୟନିର୍ବାହ କରିଥିଲେ । ସେ ବର୍ତ୍ତମାନ ବରିଷ୍ଠ ବନପାଳ ଭାବେ ପଦୋନ୍ନତି ପାଇ କ.ନୂଆଗାଁ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ପାତ୍ର କାର୍ଯ୍ୟଭାର ଗ୍ରହଣ କରିବା ପରେ ବନାଞ୍ଚଳର ସାମଗ୍ରିକ ବିକାଶ ଓ ନୂତନ ବନୀକରଣ ନିମନ୍ତେ ଗୁରୁତ୍ୱ ଦେବା ପାଇଁ କହିଥିଲେ । କ. ନୂଆଗାଁ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଭାବେ ସେ କର୍ଯ୍ୟ ରେ ଯୋଗ ଦେବାପରେ କ. ନୂଆଗାଁ ବନପାଳ ସରୋଜ କୁମାର ମଙ୍ଗରାଜ ଙ୍କ ସମେତ ବନପାଳ, ବନରଖି ଓ କର୍ମଚାରୀ ସ୍ୱାଗତ କରିଥିବା ଜଣାପଡ଼ିଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

ଅବସର ପ୍ରାପ୍ତ କର୍ମଚାରୀଙ୍କ ନୂତନ କର୍ମକର୍ତ୍ତା ଗଠିତ

Sunil Chandra Nayak

ଛାତିଏ ପାଣି ନାଳ ପାର ହୋଇ ମସାଣୀ କୁ ଗଲା ଶବ 

Sunil Chandra Nayak

ଗୋଲାମୁଣ୍ଡା ବିଇଓ ଙ୍କ ଘରୁ ତାଲାଭଙ୍ଗି ଚୋରି ଉଦ୍ୟମ

Sunil Chandra Nayak

Leave a Comment

error: Content is protected !!