ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ, ପୋଲିସ ଏବଂ ଯୋଗାଣ ବିଭାଗର ମିଳିତ କାର୍ଯ୍ୟାନୁଷ୍ଠାନ: ବାଣିଜ୍ୟିକ ଗ୍ୟାସ୍ ବୋଝେଇ ପିକଅପ୍ ଜବତ

ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ, ପୋଲିସ ଏବଂ ଯୋଗାଣ ବିଭାଗର ମିଳିତ କାର୍ଯ୍ୟାନୁଷ୍ଠାନ: ବାଣିଜ୍ୟିକ ଗ୍ୟାସ୍ ବୋଝେଇ ପିକଅପ୍ ଜବତ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ଦେଇ ରାୟପୁରକୁ ଚୋରା ଚାଲାଣ ହେଉଥିବା ଏକ ବ୍ୟବସାୟିକ (କମରସିଏଲ) ଗ୍ୟାସ ବୋଝେଇ ପିକଅପ ଉପରେ ସୋମବାର ସ୍ଥାନୀୟ ପୋଲିସ ଓ ଯୋଗାଣ ବିଭାଗ ଚଢ଼ାଉ କରିଛି। ସହରର କଲମପୁର ଛକ ନିକଟରୁ ଧରା ପଡିଥିବା ଏହି ପିକଅପ ନଂ( ସିଜି ୦୪ ପି ଡବ୍ଲୁ ୭୨୭୧) ରେ ଯାଞ୍ଚ କରାଯିବାବେଳେ ୬୪ ଟି ଗ୍ୟାସ ଜବତ ହୋଇଥିଲା। ଯେଉଁଥିରେ ୫୨ ଟି ଭର୍ତ୍ତିଥିବା ଓ ଅବଶିଷ୍ଟ ଖାଲି ରହିଥିଲା। ସେହିପରି ଗାଡିଟି ଭବାନୀପାଟଣା ରୁ ଗ୍ୟାସ ଧରି ରାୟପୁରକୁ ଚାଲାଣ ହେଉଥିଲା। ଏହି ଘଟଣାରେ ସମ୍ପୃକ୍ତ ଗାଡି ଚାଳକ ରାୟପୁର ର ମନୋଜ କୁମାର ଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରୁଛି। ଏହି ଚଢ଼ାଉରେ ଜୁନାଗଡ଼ ଥାନା ଆଇ.ଆଇ.ସି ଶେଷଦେବ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ ବେହେରା, ଜୁନାଗଡ଼ ବ୍ଲକ ଯୋଗାଣ ନିରୀକ୍ଷକ ଅଲେଖ ଭୋଇ, ଧର୍ମଗଡ଼ ଗଣପତି ତାଣ୍ଡି ପ୍ରମୁଖ ସାମିଲ ଥିଲେ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

୯ଦିନ ପରେ ପୂର୍ବତନ ଲ୍ୟାମ୍ପ ଶାଖା ପରିଚାଳକ ଙ୍କ ମୃତଦେହ ଠାବ

Sunil Chandra Nayak

ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ: ଉଭୟଙ୍କ ମଧ୍ୟରେ ଗୁଳିବିନିମୟ : ସର୍ଚ୍ଚ ଅପରେସନ ଜୋରଦାର 

ସରସ୍ଵତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

Sunil Chandra Nayak

Leave a Comment

error: Content is protected !!