ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ରେ ଶିଶୁ ମିତ୍ର ଥାନା ଲୋକାର୍ପିତ। ଶିଶୁ ଓ ମହିଳାଙ୍କ ସୁରକ୍ଷା କବଚ ସାଜିବ – ଏସପି 

ସିନାପାଲି ରେ ଶିଶୁ ମିତ୍ର ଥାନା ଲୋକାର୍ପିତ। ଶିଶୁ ଓ ମହିଳାଙ୍କ ସୁରକ୍ଷା କବଚ ସାଜିବ – ଏସପି 

ସିନାପାଲି ୨୨ /୪ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପରିସର ରେ ଶିଶୁ ଓ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ଶିଶୁ ମିତ୍ର ଥାନା ର ଲୋକାର୍ପଣ ହୋଇଯାଇଛି। ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ନୂଆପଡ଼ା ଏସପି ଅମ୍ରିତପାଲ ସିଂ ଯୋଗଦାନ କରି ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ୧୪ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ଆଶା ଜୈନ,୧୨ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ପୁଷ୍ପାଞ୍ଜଳି ଗୁଆଳ,୧୩ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ଯାଜ୍ଞସେନୀ କଟା, ଖଡିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ସିନାପାଲି ଥାନା ଅଧିକାରୀ ଦୁର୍ଗାମାଧବ ବାଗ, ପୋଲିସ ଏସଆଇ ଗୌରିଶଙ୍କର ଦାସ, ସହଦେବ ଯୋଷୀ, ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ, ରାମେଶ୍ବର ବାଗ, ପ୍ରଭାକର ନାୟକ, ରଶ୍ମିମୟୀ ସ୍ୱାଇଁ ସମେତ ରାଜଶ୍ରୀ ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ତଥା ଅଞ୍ଚଳ ର ବୁଦ୍ଧିଜୀବୀ ଓ ଥାନା ର ଅନ୍ୟାନ୍ୟ ଅଧିକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ଥାନା ମହିଳା ଓ ଶିଶୁ ମାନଙ୍କ ସେବା କରିବାରେ ପ୍ରମୁଖ ସହଯୋଗ ରହିବା ସହିତ ଶିଶୁ ମାନଙ୍କ ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ପ୍ରକାର ଖେଳଣା ରହିଛି। ଯାହା ଶିଶୁ ମାନଙ୍କ ମନ କୁ ନୂତନ ଆଶା ସଞ୍ଚାର କରିବ ଓ ଥାନା ସହିତ ସୁସମ୍ପର୍କ ସ୍ଥାପନ ର ମାଧ୍ୟମ ସାଜିବ ବୋଲି ନୂଆପଡ଼ା ଏସପି ଅମ୍ରିତପାଲ ସିଂ ପ୍ରକାଶ କରିବା ସହ ନୂଆପଡ଼ା ଜିଲ୍ଲା ର ପ୍ରତ୍ୟେକ ଥାନା ପରିସର ରେ ଶିଶୁ ମିତ୍ର ଥାନା କରାଯାଇ ନ୍ୟାୟିକ ବ୍ୟବସ୍ଥା କୁ ସୁଦୃଢ଼ କରାଯିବ ବୋଲି ପ୍ରକାଶ କରିଛନ୍ତି।

Related posts

ରିଲାଏନ୍ସ ଡିଜିଟାଲର ସେବାରେ ଅବହେଳା : କଞ୍ଜୁମର ମାମଲାରେ କମ୍ପାନୀକୁ ଜରିମାନା

Sunil Chandra Nayak

ଭାଲୁପିଆ ଠାରେ ମାଣ୍ଡିଆ ମଣ୍ଡି ଉଦଘାଟନ ସମାରୋହ 

masiha

ଵିଜାତଳା ବ୍ଳକ ! ମଢେଇକଚା ଗ୍ରା.ପ.; କୁମ୍ଭାରଡୁବି ଗ୍ରାମରେ ବଜ୍ରଘାତ ରେ ବଳଦ ର ମୃତ୍ୟୁ 

masiha

Leave a Comment

error: Content is protected !!