ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ କରତକଳ ଉପରେ ଚଢ଼ାଉ; ଲମ୍ବୁ ତାରିଣୀ ଗିରଫ , ୩ ମାଉଜର ସହ କାଠ-ଯନ୍ତ୍ରପାତି ଜବତ 

ବେଆଇନ କରତକଳ ଉପରେ ଚଢ଼ାଉ; ଲମ୍ବୁ ତାରିଣୀ ଗିରଫ , ୩ ମାଉଜର ସହ କାଠ-ଯନ୍ତ୍ରପାତି ଜବତ 

ଭଞ୍ଜନଗର,୨୪/୪ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଗାଙ୍ଗପୁର ଓ ଭଞ୍ଜନଗର ଓ ପୁଲିସ ମିଳିତ ଭାବେ ବେଆଇନ କରତକଳ ଉପରେ ଚଢ଼ାଉ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳରେ ଚାଲିଥିବା ଏକ ବେନିୟମ କରତକଳ ଉପରେ ପୁଲିସ ଓ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସମୟରେ ବନ ବିଭାଗ ଏବଂ ପୁଲିସ କାଠ ମିଲରୁ ବିପୁଳ ପରିମାଣର ଶାଗୁଆନ ସମେତ ଅନ୍ୟାନ୍ୟ କାଠ ଜବତ କରିଛି । ଏଥିସହ ପ୍ରାୟ ୭ ଲକ୍ଷ ଟଙ୍କାର ଏକ କାଠ ମିଲକୁ ମଧ୍ଯ ଜବତ କରିଛି। ଏହି ଘଟଣାରେ ଗାଙ୍ଗପୁର ପୁଲିସ ଦ୍ବାରା ଲମ୍ବୁ ତାରିଣୀଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ୩ ମାଉଜର ସହ ୩ ଟି ଜୀବନ୍ତ ଗୁଳି ଜବତ ହୋଇଛି। ଗିରଫ ଲମ୍ବୁ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବହୁ ଥାନା ଏକାଧିକ ମାମଲା ରହିଛି। ଲମ୍ବୁକୁ ବହୁ ବର୍ଷ ପୂର୍ବେ ପୁଲିସ ଏନକାଉଣ୍ଟର କରି ଗିରଫ କରିଥିଲା। ଏହାପରେ ସେ ଜାମିନରେ ଆସି ଗ୍ରାମରେ ରହୁଥିଲେ । ଗୁରୁବାର ଲମ୍ବୁଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ବନ ବିଭାଗ ଏବଂ ପୁଲିସ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ । ଘଟଣାରୁ ପ୍ରକାଶ ଯେ, ଲମ୍ବୁ ନିଜ ଫାର୍ମ ହାଉସରେ ବହୁଦିନ ହେବ ବେନିୟମ ଭାବେ କରତକଳ ଚଳାଇଥିବା ପୁଲିସ ଏବଂ ବନ ବିଭାଗ ପାଖରେ ଅଭିଯୋଗ ହୋଇଥିଲା। ତେଣୁ ପୁଲିସ ଏବଂ ବନ ବିଭାଗ ପକ୍ଷରୁ ଗତକାଲି ରାତିରେ ମିଳିତ ଭାବେ ଲମ୍ବୁଙ୍କ ଫାର୍ମ ହାଉସରେ ଚଢାଉ କରାଯାଇଥିଲା ।

ଏହି ଚଢ଼ାଉରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥିବୀ ରାଜ ପ୍ରଧାନ, ତାରସିଂ ରେଞ୍ଜର ପ୍ରଶାନ୍ତ ବେହେରା, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, ଭଞ୍ଜନର ଆଇଆଇସି ଜୀବନାନନ୍ଦ ଜେନା ଗାଙ୍ଗପୁର ଆଇଆଇସିଙ୍କ ସମେତ କର୍ମଚାରୀ ମାନେ ସାମିଲ ଥିଲେ ।

Related posts

ଅଜଣା ଗାଡି ଧକ୍କାରେ ଅଟୋ ଓଲଟି ଜଣେ ମୃତ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ପୋଲିସ କୁ ବଡ଼ ସଫଳତା

Sunil Chandra Nayak

ଆନ୍ଦ୍ର ଓ ଓଡିଶା ଉଭୟ ପୋଲିସ ମିଶି ଅନେକ ସ୍ଥାନରେ ଚଢ଼ାଉ, ୧୨.୬୦୦ ଲିଟର ପୋଚ ନଷ୍ଟ 

masiha

Leave a Comment

error: Content is protected !!