ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀପା ଶିଖା ରୁ ନିଆଁ ଲାଗି ଦୋକାନ ଜଳିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ଦୁଇ ଆହତ

ଦୀପା ଶିଖା ରୁ ନିଆଁ ଲାଗି ଦୋକାନ ଜଳିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ଦୁଇ ଆହତ

ଆସିକା, ୨୩/୪/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ରୁଗୁମୁ ଗାଁ ର ରାଧାକୃଷ୍ଣ ମନ୍ଦିର ନିକଟ କୁମୁଟି ଛକ ରେ ଥିବା ରାଧାକୃଷ୍ଣ ଭେରାଇଟି ଷ୍ଟୋର ରେ ଗତ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କା ର ଦୋକାନ ସାମଗ୍ରୀ,ଦୁଇଟି ଫ୍ରିଜ,ଦୁଇଟି ଟିଭି, ପ୍ରିଣ୍ଟର, ଲେମିନେଟର, ଇନ୍ଭେଟର, ଘରୋଇ ଆସବାବ ପତ୍ର ସହ ଦୋକାନରେ ଥିବା ନଗଦ କୋଡ଼ିଏ ହଜାର ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଛି । କଂଗ୍ରେସ ସ୍ୱାଇଁ ଙ୍କ ଏହି ଦୋକାନରେ ସନ୍ଧ୍ୟା ସମୟରେ ଠାକୁରଙ୍କ ନିକଟରେ ଦିଆଯାଇଥିବା ଦୀପ ନିଆଁର ଝୁଲ ତଳକୁ ଖସି ଦୋକାନର ଶୁଖିଲା ସାମଗ୍ରୀକୁ ଲାଗି ଯାଇଥିଲା । ଅତି ବେଗରେ ନିଆ ସମଗ୍ର ଦୋକାନକୁ ଧରି ନେଇଥିଲା । ତୁରନ୍ତ 112 କୁ ଖବର ଦିଆଯାଇଥିଲେ ମଧ୍ୟ ଧରାକୋଟ ଦମକଳ ବାହିନୀ ର ଗାଡି ଖରାପ ଥିବାରୁ ସୋରଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ ଜଳିପୋଡ଼ି ଛାରଖାର ହୋଇଯାଇଥିଲା । ନିଆଁକୁ ଆୟତ କରିବାକୁ ଯାଇ ତାଙ୍କ ପରିବାର ସଦସ୍ୟ ବାୟା ସ୍ୱାଇଁ ଓ କୃଷ୍ଣ ପ୍ରଧାନ ନିଆଁ ଧାସରେ ଗୁରୁତର ଆହତ ହେବାପରେ ସେମାନଙ୍କୁ 108 ଯୋଗେ ତୁରନ୍ତ ଆସିକା ମେଡ଼ିକାଲ କୁ ନିଆଯାଇଥିଲା । ସଂପ୍ରତି ଏହି ଅଗ୍ନିକାଣ୍ଡ କଂଗ୍ରେସ ସ୍ୱାଇଁ ଙ୍କ ପରିବାରକୁ ସର୍ବସ୍ବାନ୍ତ କରିଦେଇଥିବା ଦେଖିବାକୁ ମିଳିଛି।

Related posts

ଶ୍ରୀ ଶ୍ରୀ କୋଶଳେଶ୍ୱର ମାଳି ସମାଜ ନୁର୍ତନ ଅଞ୍ଚଳ କମିଟି ଚୟନ ପ୍ରକ୍ରିୟା ସମାବେଶ 

Sunil Chandra Nayak

ଛତାମ ମିଶନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Sunil Chandra Nayak

କୋଏଲନଗର ରେ ସ୍ବରେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ କୁ ନେଇ ସି ପି ଆଇ ଏମ୍ ର ଉଦବେଗ,ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି

masiha

Leave a Comment

error: Content is protected !!