ଭବାନୀପାଟଣା-: ଭବାନୀପାଟଣା ସହର ସ୍ଥିତ ୱାର୍ଡ ନମ୍ବର 2 ସୀତାବୋର୍ଡିପଡ଼ା ଠାରେ ଦୀର୍ଘ 40 ବର୍ଷରୁ ଉର୍ଦ୍ଧ ସମୟ ଧରି 30 ଗୋଟି ପରିବାର ରହି ଆସୁଛନ୍ତି l ସେ ପରିବାର ଗୁଡିକ ଅତ୍ୟନ୍ତ ଗରିବ ଶ୍ରେଣୀର ସହରର ବିଭିନ୍ନ ଜାଗାରେ ଦିନମଜୁରିଆ ଭାବେ କାମକରି ନିଜର ପାରିବlର ପ୍ରତିପୋଷଣ କରନ୍ତି l ପୌରପାଳିକା ତରଫରୁ ପାନୀୟଜଳ, ବିଜୁଳି, ରାସନକାର୍ଡ, ରାସ୍ତା ନିର୍ମାଣ ଭଳି ବିଭିନ୍ନ ଅନୁସଙ୍ଗିକ ସୁବିଧା ଯୋଗାଇ ଦିଆଯାଉଛି l ଏପିରିକି ପୌର ନିର୍ବାଚନ, ବିଧାନସଭା ଓ ଲୋକସଭା ନିର୍ବାଚନ ରେ ଭୋଟ ଦେଇ ଆସୁଛନ୍ତି l ବସ୍ତିଆଇନ 2017 ଜାଗା ମିଶନ ଜରିଆରେ ପଡ଼ାର ଡ୍ରୋନ ସର୍ଭେ କରାଯାଇ 28 ଗୋଟି ପରିବାରକୁ ଯୋଗ୍ୟ ପ୍ରମାଣପତ୍ର ବଣ୍ଟଯାଇଥିଲା l ପଡlବାସୀ ଜାଗା ମିଶନ ଜରିଆରେ ପଟ୍ଟା ପାଇଯବେ ବୋଲି ଆଶା ରଖିଥିଲେ କିନ୍ତୁ କଥାଟା ଓଲଟା ପ୍ରମାଣିତ ହେଲା l
ଉକ୍ତ ଜମି ତି 1987 ମସିହାରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାମରେ ରହିଛି l ଏଣୁ ଉକ୍ତ ଜମି ରେ ବିଶ୍ୱବିଦ୍ୟାଳୟ ପାଇଁ ବିଭିନ୍ନ ଗୃହ ନିର୍ମାଣର ଆବଶ୍ୟକତା ଥିବାରୁ ପଡ଼lବାସୀଙ୍କୁ ଉଛେଦ କରିବା ପାଇଁ ଭବାନୀପାଟଣା ତହସିଲ କାର୍ଯ୍ୟାଳୟ ଦ୍ୱାରା ଗତ ଦୁଇମାସ ତଳେ ନୋଟିସ ଜାରି କରାଯାଇଥିଲା l ସେତେବେଳେ ସୀତାବୋର୍ଡିପଡ଼ା ବାସି ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତି କୁ ଜଣାଇଥିଲେ l ସମିତିର ଏକ ପ୍ରତିନିଧିଦଳ ଭବାନୀପାଟଣା ତହସିଲଦାର ଉପେନ୍ଦ୍ର ଲୁହା ଙ୍କୁ ସାକ୍ଷ୍ୟାତ କରି ଉଛେଦ ବନ୍ଦ କରିବା ଏବଂ ପ୍ରକୃତ ଥଇଥାନ ନହେଲା ପର୍ଯ୍ୟନ୍ତ ବିସ୍ଥାପନ କୁ ରୋଜିବାପାଇଁ କୁହାଯାଇଥିଲା l
ତହସିଲଦାର ଲୁହା ଶୀଘ୍ର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଥଇଥାନ କାଇବାପଇଁ ଆଶ୍ୱାସନା ଦେଇଥିଲେ l କିନ୍ତୁ ଆଜକୁ ଦୁଇମାସରୁ ଉର୍ଦ୍ଧ ସମୟ ହେଲା ପଡ଼lବାସୀଙ୍କୁ ଥଇଥାନ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଲାନାହିଁ l ଏହାଭିତରେ ଦୁଇଗୋଟି ପରିବାରକୁ ନୋଟିସ ଜାରି କରି ଘରଛାଡ଼ିବାପାଇଁ ଚlପପ୍ରୟୋଗ କରାଯାଉଛି l
ଆଜି ସୀତାବୋର୍ଡି ପଡାବାସି ଉପଜିଲ୍ଲାପାଳ ବିଶ୍ୱଜିତ ଦାସ ଙ୍କୁ ସାକ୍ଷ୍ୟାତ କରି ଏକ ଦାବିପତ୍ର ଦେବାସହ ଅତିଶୀଘ୍ର ବର୍ଷ ଦିନ ପୂର୍ବରୁ ଜମି ଚିହ୍ନଟ କରି ବିଜୁଳି, ପାନୀୟଜଳ ବ୍ୟବସ୍ଥା ଓ ଆବାସ ଘର ଜୋଗାଈ ଦେବାକୁ ଅନୁରୋଧ କରିଥିଲେ l ଉପଜିଲ୍ଲାପାଳ ଶୀଘ୍ର ଏହାର ପଦକ୍ଷେପ ନେବାକୁ ତହସିଲଦାର ଏବଂ ନିର୍ବାହୀ ଅଧିକାରୀ ପୌରପାଳିକା ଙ୍କୁ ଚିଠି କରି ଜଣାଇଅଛନ୍ତି l ଦାବିପତ୍ର ଦେବା ସମୟ ରେ ପଡlବାସୀଙ୍କ ସହ ଜନମ ମାଟି ସୁରକ୍ଷ୍ୟା ସଂଗ୍ରାମ ସମିତିର ଆବାହକ ତଥା ସମାଜସେବୀ ସରୋଜ ବାଗ ଏବଂ ଗିରିଧlରୀ ପାତ୍ର ଉପସ୍ଥିତ ରହି ସବିଶେଷ ଆଲୋଚନା କରିଥିଲେ l
କିଶନ ଶର୍ମା, ଭବାନୀ ପାଟଣା