ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ନିର୍ବାଚନ ଶେଷ , ସଭାପତି ହେଲେ ହିମାଂଶୁ

କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଙ୍କର ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସମାଜସେବୀ ହିମାଂଶୁ ଦିଗାଲ କମିଟି ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ନିର୍ଦ୍ୱନ୍ଦରେ ସାଧାରଣ ସମ୍ପାଦକ ଭାବେ ଦୀନବନ୍ଧୁ ଗଣ୍ଡା,୪ ଗୋଟି ଉପ ସଭାପତି ଭାବେ ପଙ୍କଜ ବେହେରା, ଦୁଃଶାସନ ବଳୀୟରସିଂ,ବଶିଷ୍ଠ ସାହାଣୀ,ଇନ୍ଦ୍ରଜିତ ଗଣ୍ଡା, କୋଷାଧ୍ୟକ୍ଷ ଭାବେ ରବୀନ୍ଦ୍ର ନାୟକ,ସଙ୍ଗଠନ ସମ୍ପାଦକ ଭାବେ ରାଜେଶ ଚନ୍ଦ୍ର ଦିଗାଲ ନିର୍ବାଚିତ ହୋଇଥିଲେ। ଯୁବ ଆଇନଜୀବୀ କମଳ କୁମାର ବେହେରା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ବହନ କରି ନିର୍ବାଚନ କୁ ସୂଚାର ରୂପେ ପରିଚାଳନା କରିଥିଲେ। ଉକ୍ତ ନିର୍ବାଚନ ରେ ସଭାପତି ଭାବେ ସମାଜର ନୀତିନିୟମ କୁ ପାଥେୟ କରି ୪ ଜଣ ସଭାପତି ଭାବେ ଦୁର୍ବାସା ସେଠୀ, ହିମାଂଶୁ ଦିଗାଲ, ହେମନ୍ତ ସାହାଣୀ,ଓ ତ୍ରିନାଥ ମାଝୀ ନିର୍ବାଚନ ରେ ପ୍ରତିଦ୍ୱନ୍ଦୀତା କରିଥିଲେ। ନିର୍ବାଚନ ପ୍ରକ୍ରିୟା ବେଳେ ଉପସ୍ଥିତ ୨୧୧ ଜଣ ସଦସ୍ୟ ଏହି ୪ ଜଣ ସଭାପତି ଙ୍କୁ ଭୋଟ ଦେଇ ଥିଲେ । ସମାଜର ନବ ନିର୍ବାଚିତ ସଭାପତି ଭାବେ ହିମାଂଶୁ ଦିଗାଲ ୨୧୧ ଖଣ୍ଡ ଭୋଟ ରୁ ୮୮ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ତ୍ରିନାଥ ମାଝୀ ୫୯ ଖଣ୍ଡ ଭୋଟ ପାଇ ଥିଲେ। ସେହିପରି ଅନ୍ୟତମ ପ୍ରତିଦ୍ବନ୍ଦୀ ହେମନ୍ତ ସାହାଣୀ ୩୧ ଖଣ୍ଡ ଭୋଟ ପାଇଥିବା ବେଳେ ଦୁର୍ବାସା ସେଠୀ ୨୨ ଟି ଭୋଟ ପାଇଥିଲେ। ୧୧ ଗୋଟି ଭୋଟ ନାକଚ ହୋଇଯାଇଥିଲା। ହିମାଂଶୁ ଦିଗାଲ ତ୍ରିନାଥ ମାଝୀ ଙ୍କ ଠାରୁ ଅଧିକ ୨୯ ଟି ଭୋଟ ପାଇଁ ବିଜୟ ହୋଇ ପାଣ ସମାଜର ନୂତନ ସଭାପତି ହୋଇଥିବା ନିର୍ବାଚନ ଅଧିକାରୀ କମଳ ବେହେରା ଘୋଷଣା କରିଥିଲେ। ନବ ନିର୍ବାଚିତ ସଭାପତି ହିମାଂଶୁ ଦିଗାଲ ନୂତନ କର୍ମକର୍ତ୍ତା ଉପସ୍ଥିତ ସଦସ୍ୟ ମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିବା ବେଳେ ପାଣ ସମାଜର ସ୍ୱାର୍ଥ ପାଇଁ ଆନ୍ତରିକତା ର ସହ ନିଷ୍ଠାପର ଭାବେ ସମାଜ ପାଇଁ ସର୍ବଦା କାମ କରିବି ବୋଲି କହିଥିଲେ। ହିମାଂଶୁ ଦିଗାଲ ପାଣ ସମାଜ ର ନୂତନ ସଭାପତି ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟି ଆସୁଛି। ସମାଜ କେତେକ ବ୍ୟକ୍ତି ଙ୍କର ପ୍ରଭାବ ରେ ପରିଚାଳିତ ହେଉଥିବା ଆଲୋଚନା ହେଉଥିବା ବେଳେ କନ୍ଧମାଳ ଜିଲ୍ଲାର ୧୨ ଗୋଟି ବ୍ଲକର ସଦସ୍ୟ ଆୟୋଜିତ ନିର୍ବାଚନ ପ୍ରକ୍ରିୟା ରେ ଉପସ୍ଥିତ ନଥିବାରୁ ଜିଲ୍ଲା ସଭାପତି ନିର୍ବାଚନ କୁ ନେଇ ଅସନ୍ତୋଷ ଦେଖାଦେଇଛି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ପୋଷ ଅଧିନିୟମ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଜଳବନ୍ଦୀ ଟାଙ୍ଗନୀ କୋଟ ରେ ବିକାଶ ପହଂଚାଇବା ଲକ୍ଷ୍ୟରେ ବ୍ଲକ ପ୍ରଶାସନ

masiha

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ସଫଳତା …

masiha

Leave a Comment

error: Content is protected !!