ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବ ରୁ ଜିଲ୍ଲା କଂଗ୍ରେସ ସଭାପତି ସହ ଉପସଭାପତି ଅଜିତ ପୁରୋହିତ ଥାନା ରେ ଅଟକ 

ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବ ରୁ ଜିଲ୍ଲା କଂଗ୍ରେସ ସଭାପତି ସହ ଉପସଭାପତି ଅଜିତ ପୁରୋହିତ ଥାନା ରେ ଅଟକ 

ଆଜି ବଲାଙ୍ଗୀର ଗସ୍ତ ରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ରାଜ୍ଯ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ରେ ସନ୍ଧ୍ୟା ରେ କାର୍ଯ୍ୟକ୍ରମ ରହିଛି ତେବେ ପୂର୍ବ ରୁ ବିଜେପି ର ପ୍ରତିଶୃତି ପାଳନ କରିନଥିବା ରୁ ଆଜି କଳାଦିବସ ଭାବେ ପାଳନ ପାଇଁ ଆହ୍ବାନ ଦେଇଥିଲେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନୀଲ ମେହେର । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟ ରେ କଂଗ୍ରେସ ପକ୍ଷରୁ ଜିଲ୍ଲାର ବିକାଶ କୁ ସରକାର ଭୁଲି ଯାଇଥିବା ଦର୍ଶାଇ କଳାପତାକା ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛନ୍ତି । ବଲାଙ୍ଗୀର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସନ୍ଧ୍ୟା ରେ ଜିଲ୍ଲା ସଭାପତିଙ୍କ ସହ ଉପ ସଭାପତି ଅଜିତ ପୁରୋହିତ, ଜିଲ୍ଲା କିଷାନ ସେଲ ଅଧ୍ୟକ୍ଷ ପତିତପାବନ ପଧାନ ଙ୍କୁ ଦେଓଗାଁ ଛକ ରୁ ଅଟକ ରଖି ବଲାଙ୍ଗୀର ରେ ରଖିଥିଲା । ମୁଖ୍ୟମନ୍ତ୍ରୀ ପ୍ରୋଟୋକଲ ଆଧାର ଆଜି ପାଟଣାଗଡ ଥାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସେହିପରି ଆଜି ସକାଳୁ ଜିଲ୍ଲା ସମ୍ପାଦକ ନିଲକାନ୍ତ ବିଶି , ବେଲପଡା ଯୁବ ସଂଗଠକ ବିକାଶ ମେହେର ଙ୍କୁ ପାଟଣାଗଡ ଥାନା ରେ ଅଟକ ରଖିଛି ପୋଲିସ । ସୋସିଆଲ ମିଡିଆ ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ବିରୋଧ କରି କୋଶଲି ମୁକ୍ତି ମୋର୍ଚ୍ଚା ର ଆବାହକ ଶୁଶିଲ ଗୁରୁ , ଜନସନ ନାଗ ,ବେଲପଡା ରେ ଜିତୁ ନାଏକ , ଜନାର୍ଦ୍ଦନ ସିଂ ,ଯୁଗଳ ମେହେର ,ଖପ୍ରାଖୋଲ ଥାନା ରେ ଜଗନ ମେହେର ପ୍ରମୁଖ ଅଟକ ଥିବା ସୂଚନା ମିଳିଛି । ଜିଲ୍ଲା କଂଗ୍ରେସ ସଭାପତି ଙ୍କ ସହ ଅଟକ କର୍ମୀ କଳା ବ୍ୟାଚ୍ ପରିଧାନ କରି ବିରୋଧ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ଙ୍କ ସମର୍ଥନ ରେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ବେଲପଡା ବ୍ଲକ ସଭାପତି ତ୍ରିଲୋଚନ ଧରୁଆ , ପାଟଣାଗଡ ବ୍ଲକ ସଭାପତି ସାଧୁଚରଣ ମେହେର ଙ୍କ ନେତୃତ୍ବ ରେ ପାଟଣାଗଡ ଥାନା ରେ ସାକ୍ଷାତ କରିଛନ୍ତି ।

Related posts

କାମାକ୍ଷାନଗର ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଉଳ କାଟ କୁ ନେଇ ପ୍ରତିବାଦ ସଭା

Sunil Chandra Nayak

ଭାରତୀୟ ଜନତା ପାର୍ଟି ତରଫ ରୁ ସେବା ପକ୍ଷ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

କିଷାନ୍ କଂଗ୍ରେସ ଵୈଠକ ଅନୁଷ୍ଟିତ 

Sunil Chandra Nayak

Leave a Comment

error: Content is protected !!