ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଧାନ ହେଲା ନନ୍ଦିଗୋର ବେଆଇନ ବାଲି ଉତ୍ତୋଳନ ସମସ୍ୟା 

ସମାଧାନ ହେଲା ନନ୍ଦିଗୋର ବେଆଇନ ବାଲି ଉତ୍ତୋଳନ ସମସ୍ୟା 

ସେପଟେ ଲକ୍ଷ୍ମୀପୁର ବାଲିଘାଟ କୁ ନେଇ ଉତ୍ତେଜନା,ତହସିଲଦାର ଙ୍କୁ ଭେଟିଲେ ଲୋକେ

ଆସିକା, ୨୪/୪/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାର ଧରାକୋଟ ତହସିଲ ଅଧିନରେ ଥିବା ଋଷିକୁଲ୍ୟା ନଦୀର କପିଳାସ ସେଣ୍ଡବେଡ ରୁ ବେଆଇନ ଭାବେ ଚାଲିଥିବା ବାଲି ଉତ୍ତୋଳନ କୁନେଇ ନନ୍ଦି ଗୋର ଗ୍ରାମ ବାସି ଗତ ରବିବାର ସନ୍ଧ୍ୟାରେ ବଳପୂର୍ବକ ବାଲିଘାଟ ରେ ଥିବା ଦୁଇଟି ହିଟାଚି ମେସିନ କୁ ଜବରଦସ୍ତ ବନ୍ଦ କରିବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାର ସମାଧାନ ପାଇଁ ଆଜି ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଆବାହକତ୍ୱରେ ଏକ ବୈଠକ ଶୁକ୍ର ବାର ଦିନ ତହସିଲ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ଜିଲ୍ଲା ଖଣି ବିଭାଗର ଅଧିକାରୀ ଅକ୍ଷୟ ସାମଲ ,ଧରାକୋଟ ଥାନା ଏ ଏସ ଆଇ ଅନିଲ ସବର , କପିଳାସ ସେଣ୍ଡବେଡ ଲିଜଧାରି ଚିରଞ୍ଜିବୀ ଦାସ , ନନ୍ଦି ଗୋର ଗାଁ କମିଟି ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଜିର ନିଷ୍ପତ୍ତି ଅନୁଯାୟୀ ଆଗାମୀ ଦଶ ଦିନ ଭିତରେ ଖଣି ବିଭାଗ ତରଫରୁ ଅକ୍ଷାଂଶ ଦ୍ରାଘିମା ମେପ ଅନୁଯାୟୀ ସୀମା ନିର୍ଦ୍ଧାରଣ କରାଯିବ। ଏଥିରେ ଉଭୟେ ଗାଁ କମିଟି ଓ ଲିଜଧାରି ଉପସ୍ଥିତ ରହିବେ। ସିମା ନିର୍ଧାରଣ ପରେ ନନ୍ଦିଗୋର ଗାଁ ନିକଟ କେଉଁ ଅଞ୍ଚଳ ରୁ ବାଲି ଉତ୍ତୋଳନ କରାଯିବ ତାହା ଉଭୟ ପକ୍ଷ ନିଜର ସହମତି ରେ ନିଷ୍ପତ୍ତି ଗ୍ରହଣ କରିବେ । ଯାହାକିଛି ସମସ୍ୟା ଉପୁଜିବ ତାହା ଲିଜଧାରି ଓ ଗାଁ କମିଟି ବସି ସମାଧାନ କରିବେ । ଆଜିର ବୈଠକ ଏକ ରକମ ସହଯୋଗ ଭିତ୍ତିରେ ସମ୍ପନ୍ନ ହୋଇଥିବା ବେଳେ ଅନ୍ୟ ପକ୍ଷରେ ଧରାକୋଟ ତହସିଲ ର ଲକ୍ଷ୍ମୀପୁର ବାଲି ଘାଟରୁ ବେଧଡକ ହାଇୱା ଦ୍ୱାରା ରାତ୍ରିରେ ବାଲି ଚାଲାଣକୁ ନେଇ ଲକ୍ଷ୍ମୀପୁର ହରିଜନ ସାହି ବାସିନ୍ଦା ଉତ୍ତେଜିତ ହୋଇ ଗତ ଗୁରୁବାର ରାତିରେ ଗାଡି ସାହିରାସ୍ତା ରେ ଯିବାବେଳେ ଅଟକାଇଥିଲେ । ସାହି ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ବାଲିଘାଟ ରୁ ରାତିରେ ସଂଖ୍ୟାଧିକ ହାଇୱା ଦ୍ଵାରା ବାଲି ଚାଲାଣ ହେଉଛି । ହରିଜନ ସାହି ରାସ୍ତା ମଧ୍ୟରେ ରାତିସାରା ବାଲି ଗାଡି ଚଳପ୍ରଚଳ ହେଉଛି । ଏଣୁ ଲୋକେ ଶୋଇ ପାରୁ ନାହାନ୍ତି, ଘର ଦ୍ୱାର ଧୂଳି ଧୂସର ହୋଇ ରହୁଛି, ଖାଇବା ସମୟରେ ଧୂଳି ଭର୍ତ୍ତି ହେଉଛି,ପରିବାର ଲୋକେ ନିଜ ଘର ଆଗରେ ଚଳ ପ୍ରଚଳ କରିପାରୁନଥିବା ବେଳେ ନଳକୂପ ରୁ ପାଣି ସଂଗ୍ରହ କରିବାରେ ଭୟ ସଞ୍ଚାର ହେଉଛି । ଦସ ଟନ ରୁ ଅଧିକ ବାଲି ବୋଝେଇ ହୋଇ ଯାଉଥିବାରୁ କମ୍ପନ ସୃଷ୍ଟି ହୋଇ ରାସ୍ତା ଦବିଯାଇ ନଷ୍ଟ ହୋଇଯାଇଥିବା ବେଳେ ଘର ଗୁଡ଼ିକ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଲାଣି । ଏଣୁ ଉତ୍ତେଜିତ ଲୋକେ ଗୁରୁବାର ରାତିରେ ବାଲି ବୋଝେଇ ଗାଡିକୁ ଅଟକାଇବା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଆଜି ଲକ୍ଷ୍ମୀପୁର ହରିଜନ ସାହିର ଶତାଧିକ ଲୋକ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ଭେଟି ବାଲିଘାଟ ବନ୍ଦ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଏପରିକି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବୀ କରିଥିଲେ । ଏହି ଘଟଣା ସମ୍ପର୍କରେ ଖଣି ଵିଭାଗ କୁ ଅବଗତ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି। ସଂପ୍ରତି ବେଧଡକ ବାଲି ଉତ୍ତୋଳନ ଓ ଚାଲାଣ କୁ ନେଇ ଧୀରେ ଧୀରେ ଧରାକୋଟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନ ଯଦି ଏଦିଗରେ ସଠିକ ଭାବରେ ପଦକ୍ଷେପ ଗ୍ରହଣ ନକରେ ତାହେଲେ ଆଗାମୀ ଦିନରେ ସ୍ଥିତି ବିଗିଡିଯିବାର ସମ୍ଭାବନା ରହିଛି।

Related posts

ଆର୍.ସି.ଡି ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ “ସ୍ୱନକ୍ଷତ୍ର ଦିବସ” ପାଳିତ: କୃତୀ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ 

ଦୁଇ ଦିନିଆ ଗରିମା ଜାତୀୟ କର୍ମଶାଳା ଉଦ୍‌ଘାଟନ ‘ପ୍ରମୁଖ ପରିମଳ କାର୍ଯ୍ୟର ରୂପାନ୍ତରୀକରଣ- ସୁରକ୍ଷା, ସମ୍ମାନ ଓ ସମାବେଶନ (Transforming Core Sanitation Work- Safety, Dignity & Inclusion)

Sunil Chandra Nayak

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ : ବ୍ୟାପକ କ୍ଷୟକ୍ଷତି 

Leave a Comment

error: Content is protected !!