ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଙ୍କ ଅକାଳ ବିୟୋଗରେ ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ଶୋକ ପାଳନ 

ସାମ୍ବାଦିକ ଙ୍କ ଅକାଳ ବିୟୋଗରେ ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ଶୋକ ପାଳନ 

କାମାକ୍ଷାନଗର – ଦୈନିକ ” ଓଡ଼ିଶା ଭାସ୍କର” ଢେ଼ଙ୍କାନାଳ ଜିଲ୍ଲା ପ୍ରତିନିଧି ଅମରେନ୍ଦ୍ର ଦାସ ଙ୍କ ର ଆଜି ଶୁକ୍ରବାର ମଧ୍ୟାହ୍ନରେ ଅଂଶୁଘାତରେ ଅକାଳ ବିୟୋଗ ହୋଇ ଯାଇଛି । ଭୁବନ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଦେବାନନ୍ଦ ସାହୁ,ମନୋଜ କୁମାର ପୋଥାଳ,ରବିନ୍ ଦାସ,ସଞ୍ଜୟ ନାୟକ,ଗୌତମ ପାତ୍ର ପ୍ରମୁଖ ଯୋଗଦେଇ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ସ୍ମୃତି ଚାରଣ କରିଥିଲେ। ଭୁବନ ସାମ୍ବାଦିକ ସଂଘ ସଭାପତି ମଧୁପ ରଞ୍ଜନ ନନ୍ଦ (ଏନ୍ ୟୁ ଜେ ) ଜାତୀୟ ସମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ହାଇଦ୍ରାବାଦରେ ଥାଇ ଗଭୀର ଶୋକ ପ୍ରକାଶ କରି ଅମରେନ୍ଦ୍ର ଭାଇ ଜଣେ ଶାନ୍ତ, ସରଳ, ଅମାୟିକ,ପରୋପକାରୀ ଓ ମିଷ୍ଟଭାଷୀ ବନ୍ଧୁ ଥିଲେ ବୋଲି କହିଥିଲେ ।।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ନନ୍ଦାହାଣ୍ଡିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଗା ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ

masiha

ଧର୍ମଗଡ଼: ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ 

masiha

କଳାହାଣ୍ଡି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!