ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସ୍ୱସ୍ତି ଝଙ୍କାର ନାଟକ ମହୋତ୍ସବ , ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଅନନ୍ୟ ‘ 

ସ୍ୱସ୍ତି ଝଙ୍କାର ନାଟକ ମହୋତ୍ସବ , ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଅନନ୍ୟ ‘ 

ରାଉରକେଲା: ସ୍ୱସ୍ତି ଝଙ୍କାର ଆୟୋଜିତ ରାଜ୍ୟ ସ୍ତରୀୟ ନାଟ୍ୟ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଆଜି ସମ୍ବଲପୁରର କ.ଖ.ଗ ନାଟ୍ୟ ସଂସ୍ଥା ଦ୍ୱାରା ପ୍ରସ୍ତୁତ ନାଟକ ‘ଅନନ୍ୟ ‘ମଞ୍ଚସ୍ଥ ହୋଇଥିଲା l ନାଟ୍ୟକାର ବ୍ରଜେନ୍ଦ୍ର ନାୟକ ନାଟକ ରଚନା, ନିର୍ଦେଶନା ଓ ସଂଗୀତ ନିର୍ଦେଶନା ଦେଇଥିଲେ l ସଞ୍ଜୟ ମିଶ୍ର ମଞ୍ଚସଜ୍ଜା କରିଥିବା ବେଳେ ଆଲୋକ ସଜ୍ଜା କରିଥିଲେ ସିଦ୍ଧାର୍ଥ ହୋତା l ସୌମେନ୍ଦ୍ର ପୂଜାରୀ, ମିନାକ୍ଷୀ ସୁପକାର ଓ ମନୋଜ ବେହେରା ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ l ନାଟକଟି ସାମ୍ପ୍ରତିକ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ବିଭିନ୍ନ ସମସ୍ୟା ଉପରେ ଆଧାରିତ ଥିଲା l କାର୍ଯ୍ୟକ୍ରମକୁ ବିଶିଷ୍ଠ ନାଟ୍ୟ ବ୍ୟକ୍ତିତ୍ୱ ଭାସ୍କର ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ l ମୁଖ୍ୟ ଦର୍ଶକ ଭାବେ ଶିକ୍ଷାବିତ୍ତ ଇଂ ଆଲୋକ ରଞ୍ଜନ ମଲ୍ଲିକ ଯୋଗ ଦେଇଥିଲେ । ଅନୁଷ୍ଠାନର ଉପ ସଭାପତି ଡ଼ ଅଜୟ ମିଶ୍ର ସ୍ୱାଗତ ଭାଷଣ ସହ ଅଧ୍ୟକ୍ଷତା କରିଥିଲେ l ଅଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ କୁ ନିରୁପମା ପତି ସଂଚାଳନ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦୀପ ନାୟକ, ବିଜୟ ପାତ୍ର, ପ୍ରଳୟ ଶତପଥି, କଲ୍ୟାଣୀ ଦାସ, ରୁନୁ ବେକ, କନକ ଲତା ଦାସ, ପ୍ରଜ୍ଞାନନ୍ଦ ମହାନ୍ତି, ଆଲୋକ ବୋଷ, ସରୋଜ କାନ୍ତ ଜେନା ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ବିଶିଷ୍ଠ ସମାଜ ସେବୀ ଛଗନ ଲାଲ ଜୈନ ଙ୍କୁ ମାତାଞ୍ଜଳି ସ୍ମୃତି ସେବା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ମାଟିର ଯୁବ କଳାକାର ଅଭିନୀତ  ଓଡ଼ିଆ ସିନେମା “ମନ୍ତ୍ରମୁଗ୍ଧ “ର ପ୍ରମୋ ଅନୁଷ୍ଠିତ

Sunil Chandra Nayak

ଉଦୟମାନ ଗାୟକ ଶ୍ରୀମାନ ଶିଶିର କୁମାର ଦାଶଙ୍କ ନୂତନ ଗୀତ

କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ୱାକ୍ଷର… ୪୬ ବର୍ଷ ପରେ ପୁନଃ ପ୍ରଦର୍ଶନ ହେଲା “ସମର୍ପଣ” ୪୫ କଳାକାର ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!