ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ପଂଚାୟତିରାଜ ଦିବସ-୨୦୨୬ ଅବସରରେ ରାଇରଙ୍ଗପୁର ବ୍ଲକ ପରିସରରେ ଅତ୍ୟାଆଧୁନିକ ସଭା ଗୃହ ଉଦଘାଟିତ

ଜାତୀୟ ପଂଚାୟତିରାଜ ଦିବସ-୨୦୨୬ ଅବସରରେ ରାଇରଙ୍ଗପୁର ବ୍ଲକ ପରିସରରେ ଅତ୍ୟାଆଧୁନିକ ସଭା ଗୃହ ଉଦଘାଟିତ

ରାଇରଙ୍ଗପୁର ତା ୨୪-୦୪-୨୦୨୬ ରିଖ  ଆଜି ଜାତୀୟ ପଂଚାୟତିରାଜ ଦିବସ ପାଳନ ଅବସରରେ ଅପରାହ୍ନରେ ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ ଅତ୍ୟାଧୁନିକ ନୂତନ ସଭା ଗୃହକୁ ମୁଖ୍ୟ ଅତିଥି ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବ ଚରଣ ମାଝୀ ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିବୃନ୍ଦ ଶୁଭ ଉଦଘାଟନ କରିଛନ୍ତି .

ଏହି ଅବସରରେ ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ରାଇରଙ୍ଗପୁର ଶ୍ରୀ ଜଲେନ ନାଏକ, ରାଇରଙ୍ଗପୁର ବ୍ଲକ ଚେୟାରମ୍ୟାନ ଶ୍ରୀ ଜ୍ଞାନ ରଞ୍ଜନ ହେମ୍ବ୍ରମ,ଉପାଧ୍ୟକ୍ଷା ଶ୍ରୀମତୀ ମିନତୀ ମହାନ୍ତ, ସୁଦର୍ଶନପୁର ସରପଞ୍ଚ ଶ୍ରୀମତୀ କରବି ମୁଣ୍ଡାରୀ,ସହକାରୀ ଯନ୍ତ୍ରୀ ଶ୍ରୀ ଅଂଶୁମାନ ସାମଲ,କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଶାନ୍ତ କୁମାର ଦାସ, ସାଂସଦ ସଂଯୋଜକ ଶ୍ରୀ ମନୋଜ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି ଆନୁମାନିକ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ନୂତନ ଅତ୍ୟାଧୁନିକ ସଭାଗୃହଟି ଶୀତତାପ ନିୟନ୍ତ୍ରିତ ଓ ଏଥିରେ ୮୦ ଜଣ ବସିବା ପାଇଁ ସିଟ ବ୍ୟବସ୍ଥା ହୋଇଛି।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଜନ ପ୍ରତିନିଧି, ପଂଚାୟତ ସମିତିର ନିର୍ବାଚିତ ସଦସ୍ୟ-ସଦସ୍ୟା, କର୍ମ କର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ

masiha

ରାୟଗଡ଼ା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

masiha

ଡାବୁଗାଁ ବ୍ଲକରେ +୨ ପରୀକ୍ଷାରେ ଛାତ୍ରୀ ଛାତ୍ର ମାନଙ୍କ ସଫଳତା 

masiha

Leave a Comment

error: Content is protected !!