ନିଧି ମାଷ୍ଟ୍ରେ
ବିଶ୍ୱଜିତ୍ ନାୟକ
କାହାଣୀ ବାସ୍ତବ ହେଉ ଅବା କାଳ୍ପନିକ ତାହା ମହତ୍ତ୍ୱପୂର୍ଣ୍ଣ ନୁହଁ l ପ୍ରତେକ କାହାଣୀରେ କିଛି ନା କିଛି ଶିକ୍ଷଣୀୟ ତଥ୍ୟ ଥାଏ ଯାହା କୁ ଗ୍ରହଣ କରିବା ମହତ୍ତ୍ୱପୂର୍ଣ୍ଣ ଅଟେ l ଯାହା ଆଜିର ସମାଜ ପାଇଁ ନିତ୍ୟନ୍ତ ଆବଶ୍ୟକ l””ନିଧି ମାଷ୍ଟ୍ରେ “”କାହାଣୀ ଟି କାଳ୍ପନିକ କାହାଣୀ ଅଟେ l ଯାହାକୁ ବାସ୍ତବର ରୂପ ଦେବା ପାଇଁ ମୁଁ ସତଚେଷ୍ଟା କରିଛି l
ହଟାତ୍ ଫୋନ କୋଲଟିଏ ଆସିଲା ନିଧିସାର୍ ଆଉ ନାହାନ୍ତି l ମୁଁ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲି l ସଙ୍ଗେ ସଙ୍ଗେ ମୋର ଜଣେ ବନ୍ଧୁଙ୍କୁ ଧରି ବାହାରି ପଡିଲି ସୁବର୍ଣ୍ଣପୁର l ବାଟ ସାରା ମନେ ପଡିଯାଉଥାଏ l ତାଙ୍କ ଆଦର ସ୍ନେହ ଆଉ ଭଲ ପାଇବା l ଏଇତ ଛଅ ମାସ ତଳେ ତାଙ୍କ ଅବସର କାଯ୍ୟକ୍ରମରେ ଯୋଗ ଦେବାପାଇଁ ଆସିଥିଲି l ହଟାତ୍ ଏମିତି ହୋଇଯିବ ତାହା ମୁଁ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି l ତାଙ୍କ ଜୀବନ କାଳରେ ହଜାର ହଜାର କାଦୁଅ ପିଣ୍ଡୁଳା କୁ ସେ ମୃତ୍ତି ରୂପରେ ତିଆରି କରିଛନ୍ତି l ତାଙ୍କରି ଅନୁପ୍ରାଣିତ ରେ ମୁଁ ଆଜି ଏ ସମାଜରେ ନିଜକୁ ପରିଚିତ କରିପାରିଛି l କିଛି ସମୟ ପରେ ଆମେ ସୁବର୍ଣ୍ଣପୁର ଗାଁରେ ପହଞ୍ଚିଗଲୁ l କାନ୍ଦ ବୋବାଳରେ ଗାଁ ଟା ଯେମିତି ଫାଟି ପଡୁଥାଏ l ଫୁଲ ହାର ଦେବାପାଇଁ ଯାଏତ ମୁଁ ତାଙ୍କୁ ଦେଖି ଚମକି ପଡିଲି ଖାଲି ନର କଙ୍କାଳ (ହାଡ )ଥାଏ l ମାଛି ଗୁଡା ହଣ ହଣ ହେଉ ଥାନ୍ତି l ମୋ ଆଖିକୁ ବିଶ୍ୱାସ ହେଉ ନଥାଏ l ଯେଉଁ ପରିସ୍ଥିତି ରେ ସେ ଶବଟି ପଡିଥାଏ l ଏ କେତେ ଦିନର ଶବ ଗାଁ ଲୋକେ କଣ କେହି ଜାଣି ପାରିଲେନି l ତାଙ୍କ ଗାଁ ର ଗୋଟେ ବୃଦ୍ଧ ବ୍ୟକ୍ତିଙ୍କ ଠାରୁ ପଚାରି ବୁଝିଲି l
ଓଡ଼ିଆ ରେ ଗୋଟିଏ ଢଗ ଅଛି ଆଜ୍ଞା “”ବେଙ୍ଗ କହେ ବେଙ୍ଗୁଲି ଲୋ କ୍ଷଣ କ୍ଷଣକେ ଆନ “”ସମୟ ଆଉ ଜୀବନ ପରିବର୍ତ୍ତନଶିଳ ତାହା କେମିତି ଆଉ କେବେ ବଦଳି ଯାଏ କେହିବି କହି ପାରିବେ ନାହିଁ l ସମାଜ ସେବା କରୁଥିବା ଲୋକଟା ଆଜି ସମାଜ ଦାଣ୍ଡରେ ଦୁଇ ଖଣ୍ଡ ହାଡ ନେଇ ପଡିଛି l ନା ଅଛି ପରିବାର ନା ଅଛି ପିଲାଛୁଆ l
ପ୍ରଧାନ ଶିକ୍ଷକ ଭାବେ କାଯ୍ୟରତ ଥିବା ସମୟରେ ଦୁଇ ପୁଅଙ୍କୁ ବିଦେଶ ରେ ପାଠ ପଢାଇଲେ l ଜଣେ ଆମେରିକା ରେ ଆଉ ଜଣେ ଲଣ୍ଡନ ରେ ସେମାନେ ସେଇଠି ସେଟେଲ୍ ହୋଇ ରହିଗଲେ l ଆଉ ଗାଁ ଭିଟାମାଟି କୁ ଭୁଲିଗଲେ l ଦୁଇ ବର୍ଷ ତଳେ ପତ୍ନୀ ଆରପାରିକୁ ଚାଲି ଗଲାପରେ ନିଧିମାଷ୍ଟ୍ରେ ପୁରାପୁରି ଭାଙ୍ଗି ପଡିଛନ୍ତି l ଯେମିତି ପିଣ୍ଡ ରୁ କିଏ ପ୍ରାଣ କାଢି ନେଇଛି l ବେଳେ ବେଳେ ଏକୁଟିଆ ନିରୋଳାରେ ବସିରହି ଆଖିରୁ ଲୁହ ଗଡ଼ାନ୍ତି l ଦୁଇ ପୁଅ ତାଙ୍କୁ ନେଇଯିବା ପାଇଁ ଚାହିଁଲେ ହେଲେ ସେ କେମିତି ତାଙ୍କ ଭିଟାମାଟି, ବିଦ୍ୟାଳୟ ଆଉ ସେହି ଘରେ ଥିବା ତାଙ୍କ ପତ୍ନୀ ସନ୍ତକ ଛାଡି କେମିତି ଯିବେ ସିଧା ସିଧା ମନା କରିଦେଲେ l ସେମାନେ ଗୋଟିଏ ଚାକର ରଖିଦେଇ ଚାଲିଗଲେ l ସେ ଚାକର ଟି ଦେଖାଶୁଣା କରେ l ବିଦ୍ୟାଳୟ ରୁ ଅବସର ନେଲାପରେ ଘରେ ବସି ବସି ବେମାର ରେ ପଡିଗଲେ ତାଙ୍କୁ ପାରାଲିସିସ୍ ହୋଇ ଯାଇଥାଏ l ପୁଅ ମାନଙ୍କ କାଯ୍ୟବ୍ୟସ୍ତତା ଯୋଗୁଁ ସେ ଆସି ପାରିନଥାନ୍ତି l ଚାକର କୁ ଟଙ୍କା ଦେଇ ତାଗିଦ୍ କରି ଦିଅନ୍ତି ବାପାଙ୍କର ଯେମିତି କିଛି ନହୁଏ l ଏପଟେ ନିଧିମାଷ୍ଟ୍ରେ ଆଉ କଥା ବାର୍ତା କି ଚାଲି ଚଳଣ କିଛି କରି ପାରନ୍ତି ନାହିଁ l ଚାକର ଟି ଖାଇବାକୁ ଦିଏ ଆଉ ମଳମୂତ୍ର ସଫା କରେ l ତିନି ମାସ ତଳେ ସବୁଥର ପରି ଘରେ ଚାବି ପକେଇ ଚାକର ଟି ପରିବା ପାଇଁ ଯାଇଥାଏ ହଟାତ୍ ଫେରିବା ବାଟରେ ତାର ଆକ୍ସିଡେଣ୍ଟ ହୁଏ l ସେଠାରୁ ତାଙ୍କୁ ମେଡିକାଲ କୁ ଲୋକ ମାନେ ନେଇଯାଆନ୍ତି ଆଉ ସେଠି ସେ କୋମା କୁ ଚାଲିଯାଏ l କାହାର ବି ମନେ ପଡେନି ନିଧି ମାଷ୍ଟ୍ରେ ସେଠି ମୁକ ଅବସ୍ଥାରେ ପଡ଼ିରହିଛନ୍ତି ବୋଲି l ଦୀର୍ଘ ତିନି ମାସ ପରେ ଚାକର ର ଚେତା ଆସେ ଆଉ ଚେତା ଆସିବା କ୍ଷଣି ସେ ଦୌଡ଼ି ବାକୁ ଲାଗେ ନିଧିମାଷ୍ଟ୍ରେ ଘରକୁ ଆଉ ଦେଖେ……..
ଏଇ ସଂସାର ଟା ବଡ ବିଚିତ୍ର ଆଜ୍ଞା ଏଠି କିଏ କାହାର ନୁହଁ l ଆମେ ସମସ୍ତେ ଗୋଟିଏ ଗୋଟିଏ କଳାକାର ହୋଇ ଅଭିନୟ କରୁଛନ୍ତି l ଛୋଟ ବେଳେ କାହା ପୁଅ ର ଅଭିନୟ କରନ୍ତି ତ ଫୁଣି ବଢ଼ି ଗଲା ପରେ ଗୋଟେ ବାପର ଅଭିନୟ କରନ୍ତି ଫୁଣି କେବେ ଗୋଟେ ସ୍ୱାମୀର ଅଭିନୟ ତ ଫୁଣି କେବେ ଗୋଟେ ଭାଇର ଅଭିନୟ କରନ୍ତି l
ବିଶ୍ୱଜିତ୍ ନାୟକ
ରାଜଘର ପୋଖରୀ, ବାସୁଦେବ ପୁର, ଭଦ୍ରକ