ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂଚନା ଅଧିକାର ଆଇନକୁ ଫୁ : ତଥ୍ଯ ଦେବାକୁ ଡରୁଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ 

ସୂଚନା ଅଧିକାର ଆଇନକୁ ଫୁ : ତଥ୍ଯ ଦେବାକୁ ଡରୁଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ 

ବ୍ରହ୍ମପୁର : ୨୦୦୫ ମସିହା ସୂଚନା ଅଧିକାର ଆଇନ ( ଆରଟିଆଇ ) ପ୍ରତ୍ୟେକ ନାଗରିକଙ୍କୁ ସରକାରୀ ତଥ୍ୟ ମାଗିବାର ଅଧିକାର ଦେଇଛି । ଏହା ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବାରେ ସହାୟକ ହେବା ପାଇଁ ଆଇନ ପ୍ରସ୍ତୁତ ହୋଇଥିଲା । ତେବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏହାର ବେତିକ୍ରମ ଦେଖିବାକୁ ମିଳିଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ଡ. ଗୀତାଞ୍ଜଳି ଦାସ ଦାୟିତ୍ବ ନେବା ପରଠାରୁ ବିଶ୍ବବିଦ୍ୟାଳୟ ଏକ ପ୍ରକାର ଦୃନିତୀରେ ଉବୁଟୁବୁ ହୋଇପଡିଛି । ଯାହା ଫଳରେ ଅନେକ ଛାତ୍ରଛାତ୍ରୀ ବରିଷ୍ଠ ନାଗରିକ ଶିକ୍ଷାବିତ ମାନେ ବିଶ୍ବବିଦ୍ୟାଳୟର ବିଭିନ୍ନ ତଥ୍ଯ ଆରଟିଆଇ ଦ୍ବାରା ମାଗିଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ଯ ସଠିକ ଭାବେ ଦିଆଯାଉନାହିଁ , ଯାହା ଫଳରେ ଅନେକ ଅଫିଲକୁ ଯିବା ପାଇଁ ବାଧ୍ଯ ହେଉଛନ୍ତି । ଏବଂ ଅନେକାଂଶରେ ଅଫିଲରେ ମଧ୍ଯ ସନ୍ତୋଷଜନକ ଉତ୍ତର ମିଳୁନଥିବା ଅଭିଯୋଗ ହୋଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀର ଜଣେ ସାମାଜିକ କର୍ମୀ ଯୁବନେତା ନୀଳକଣ୍ଠ ରେଡି କୁହନ୍ତି’ ଯେ “ବ୍ରହ୍ମପୁର ବିଶ୍ବବିଦ୍ୟାଳୟ’ ଦୃନିତୀର ଏଣ୍ଡୁରିଶାଳ ଆମେ ଅନେକ କାର୍ଯ୍ଯର ତଥ୍ଯ ‘ଆରଟିଆଇ” ମାଧ୍ୟମରେ ମାଗିଛୁ, ଆଜି ଯାଏ କାଁ ଭାଁ ଛାଡିଲେ କୌଣସିପ୍ରକାର ତଥ୍ଯ ସଠିକ ରୁପେ ମିଳିପାରିନି । ଯାହା ଫଳରେ ମୁଁ ଅଫିଲକୁ ଯାଇଛି , ସେଠି ମଧ୍ଯ ନିରାଶ ହେବାକୁ ପଡିଛି । ମୁଁ ଆଗାମୀ ଦିନରେ ନ୍ଯାୟାଳୟର ଆଶ୍ରୟ ନେବାକୁ ସ୍ଥିର କରିଛି, ବୋଲି ସେ କହିଛନ୍ତି , ଏବଂ ଆଉରି ମଧ୍ଯ ସେ କହିଛନ୍ତି” ବିଶ୍ବବିଦ୍ୟାଳୟର ସ୍ପୋର୍ଟସ କାଉନ୍ସିଲ ଏବେ ଦୃନିତୀର ହୋବ ପାଲଟିଛି । ଖେଳ ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଉଛି । ଦୃନିତୀଗ୍ରସ୍ଥ କାଉନ୍ସିଲ ଷ୍ଟାପ ମାନଙ୍କ ମଧ୍ଯରେ ପ୍ରବଳ ଦ୍ବନ୍ଦ ଦେଖାଦେଇଛି ଯାହାଫଳରେ ଦୃନିତୀ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଖୁବଶୀଘ୍ର ସମସ୍ତ ଦୃନିତୀର ତଥ୍ଯ ପ୍ରଦାନ କରାଯିବ ବୋଲି ମଧ୍ଯ ସେ କହିଛନ୍ତି । ଏବଂ ସ୍ପୋର୍ଟସ କାଉନ୍ସିଲ ଦୃନିତୀ ସଂପର୍କିତ ଯେକୌଣସି ଦିଗକୁ ଯଦି ଛାନଭିନ କରାଯାଏ କି କୌଣସି ପ୍ରଶ୍ନ ପଚାରା ଯାଏ ତେବେ କର୍ମଚାରୀ ମାନେ କୁହନ୍ତି ଆମେ ଜାଣିନି ୱାଡେନ ଗଣେଶ ସେଠୀ ଯାହା କୁହନ୍ତି ଯେମିତି ଖର୍ଚ୍ଚ କରିବାକୁ କୁହନ୍ତି । ତାଙ୍କ ପରାମର୍ଶରେ ଆମେ କାମ କରୁଛୁ ବୋଲି କୁହନ୍ତି । ତେବେ ସର୍ବସାଧାରଣରେ ଆଲୋଚନା ଯେ ନିଜକୁ କୁଳପତିଙ୍କ ଦକ୍ଷୀଣ ହସ୍ତ କହି ବୁଲୁଥିବା ପ୍ରଫେସର ଡ. ଗଣେଶ ସେଠୀ କିଭଳି ବିଶ୍ବବିଦ୍ୟାଳୟର ବଡ ବଡ ବଜେଟ ଥିବା କାର୍ଯ୍ୟକ୍ରମ ନିଜ ହାତକୁ ନିଅନ୍ତି ତାହା ଏବେ ସନ୍ଦେହ ଓ ଚର୍ଚ୍ଚାର ବିଷୟ ପାଲିଟିଛି ।

Related posts

ଯଶିପୁର ଓ ରରୁଆଁ ବ୍ଲକର 192ଟି ଗ୍ରାମ ନିମନ୍ତେ ବୃହତ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ 

ବିଶ୍ବନାଥପୁର କୁଆଙ୍ଗବସାଠାରେ ଦକ୍ଷିଣ ଓଡ଼ିଶାସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାର ପାଞ୍ଚ ହଜାର ବାଳୁତଙ୍କ ପୃଷ୍ଟି ସାଧନ ପାଇଁ ଆଠ ଗୋଟି ବ୍ଲକରେ ୨୩୯ କ୍ରେଚ୍ କେନ୍ଦ୍ର କାର୍ଯ୍ୟକ୍ଷମ

masiha

Leave a Comment

error: Content is protected !!