ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିକଅପ୍ ଭାନ୍ ବୁଲେଟ୍ ମୁହାମୁହିଁ ଧକ୍କା । ଜଣେ ମୃତ ଦୁଇ ଗୁରୁତର 

ପିକଅପ୍ ଭାନ୍ ବୁଲେଟ୍ ମୁହାମୁହିଁ ଧକ୍କା । ଜଣେ ମୃତ ଦୁଇ ଗୁରୁତର 

ଘଟଣାସ୍ଥଳରୁ ପିକଅପ୍ ଗାଡ଼ି ଚାଳକ ଫେରାର 

ହିଞ୍ଜିଳିକାଟୁ,ତା ୨୭/୦୪ ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ନିକଟସ୍ଥ ତଥା ୫୯ ନଂ ଜାତୀୟ ରାଜପଥରେ ସୋମବାର ସକାଳ ୯ ଘଣ୍ଟ ସମୟରେ ପିକଅପ୍ ଭାନ୍ ବୁଲେଟ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କର ଘଟଣାସ୍ଥଳର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପୋଲସରା ବ୍ଲକ୍ ଅନ୍ତର୍ଗତ ମନ୍ଦାର ଗ୍ରାମର ସମିର ମଲ୍ଲିକ୍ (୨୫) ପିତା ମଦନ ମଲ୍ଲିକ୍ ଏବଂ ଅନ୍ୟ ଦୁଇ ଆହତ ଜଣକ ହେଲେ ରତ୍ନାକର ମଲ୍ଲିକ୍ ଏବଂ ପିଣ୍ଟୁ ବୋଲି ଜଣାପଡ଼ିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଅତ୍ୟଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଯାଇଥିବାର ସୂଚନା ମିଳିଛି । ଘଟଣାର ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହ ଏହି ମାମଲାରେ ଏକ କେସ ନଂ ୨୬୮/୨୦୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ ଚଳାଇଛି । ସୂଚନା ମୁତାବକ ସମିର ମଲ୍ଲିକ୍ ସୋମବାର ସକାଳ କୌଣସି କାର୍ଯ୍ୟରେ ଦୁଇ ଜଣ ସହଯୋଗୀଙ୍କ ସହିତ ନିଜ ବୁଲେଟ୍ ଗାଡ଼ି (ନଂ ଓଡି ଏ ୭ ଏ ଏଲ ୪୮୩୮) ଯୋଗେ ନିଜ ଗ୍ରାମ ମନ୍ଦାରରୁ ବ୍ରହ୍ମପୁର ଅଭିମୁଖେ ବାହାରିଥିବା ବେଳେ ଅନ୍ୟ ପଟରୁ ଏକ ପିକଅପ୍ ଭାନ୍ (ଓଡ଼ି ୦୭ ବି ସି ୯୭୩୫) ବ୍ରହ୍ମପୁରରୁ ହିଞ୍ଜିଳି ଅଭିମୁଖେ ଆସୁଥିବା ବେଳେ ସାରୁ ଛକ ନିକଟରେ ମୁହାମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ପିକଅପ୍ ଭାନ୍ ଓଲଟିଯାଇଥିଲ ଏବଂ ଭାନ୍ ତଳେ ଚାପି ହୋଇ ସମିରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ଅନ୍ୟ ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ ଆହତ ଦୁଇ ଜଣଙ୍କ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି। ଅନ୍ୟ ପଟରେ ପୋଲିସ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବାର ଦେଖିବାକୁ ମିଳିଛି । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଜଣଙ୍କ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି।

Related posts

ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ  ଥାନାର ଦ୍ୱାରସ୍ତ ହେଲା କ୍ଷତ୍ରୀୟ ପାଇକ ସମାଜ

Sunil Chandra Nayak

ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ମନ୍ଦିର, ଏରସମାରେ ଆୟୋଜିତ ଖ୍ରୀଷ୍ଟ ଜୟନ୍ତୀ ସତସଙ୍ଘରେ ମତ ରଖିଲେ ପ୍ରବଚକ 

Sunil Chandra Nayak

ରୋଟାରୀ କ୍ଳବ୍ ରାଉରକେଲା ଷ୍ଟିଲ ସିଟି ର ସାମାଜିକ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!