ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍କନ ଅନୁଷ୍ଠାନ ଅଦିନିଆ ରଥଯାତ୍ରା କରି ଶ୍ରୀଜଗନ୍ନାଥ ସଂସ୍କୃତିର ଅବମାନନା

ଇସ୍କନ ଅନୁଷ୍ଠାନ ଅଦିନିଆ ରଥଯାତ୍ରା କରି ଶ୍ରୀଜଗନ୍ନାଥ ସଂସ୍କୃତିର ଅବମାନନା

ଭୁବନେଶ୍ୱର;ଇସ୍କନ ଅନୁଷ୍ଠାନ ଅଦିନିଆ ରଥଯାତ୍ରା କରି ଶ୍ରୀଜଗନ୍ନାଥ ସଂସ୍କୃତିର ଅବମାନନା କରୁଛି,ଏହା କୌଣସି ପରିସ୍ଥିତି ରେ ଗ୍ରହଣୀୟ ହେବ ନାହିଁ, ଏହା ଉପରେ ତୁରନ୍ତ ଦୃଢ ଓ ଆଇନୀଗତ ପଦକ୍ଷେପ ନେବା ପାଇଁ ଆମେ ରାଜ୍ୟ ସରକାର ଓ ମନ୍ଦିର ପ୍ରସାଶନ କୁ ଅନୁରୋଧ କରୁଛୁ, କିଛି ଲୋକ ଙ୍କ ମତରେ ସେମାନେ ସନାତନ ଧର୍ମ ର ପ୍ରଚାର କରୁଛନ୍ତି, ଆଜ୍ଞା ଧର୍ମ ର ପ୍ରଚାର କରିବା ନିମନ୍ତେ ମଣିଷ କଣ ନିଜ ଇଚ୍ଛାରେ ମହାପ୍ରଭୁ ଙ୍କ ରୀତି ଓ ନୀତି ପରିବର୍ତନ କରିଵାକୁ ଅଧିକୃତ ହୋଇ ଗଲେ,ଆମେ ଏଠି କିଛି କହିବାକୁ ଚାହୁଁଛୁ ଏଇଯା ଗୋଟେ ଅନୁଷ୍ଠାନ ଭଗବାନ ଙ୍କ ଗୋଟେ ଅବତାର ର ପ୍ରଚାର କରୁ କରୁ ଭଗବାନ ଙ୍କ ଠାରୁ ଏକୁଟିଆ ଅଧିକୃତ ଲାଇସେନ୍ସ ପାଇଗଲେ ଯେ ମହାପ୍ରଭୁ ଙ୍କ ଅବମାନନା କରିବେ ? ଭଲ ଉଦାହରଣ ହେଉଛି ଯିଏ ଯିଏ ଜଣେ ଗୋଟେ କାର୍ଯ୍ୟ ରେ ଭଲ ଦକ୍ଷ ହେଇଗଲେ ସେ ସେହି କାର୍ଯ୍ୟ ଆହୁରି ଭଲ ଭାବେ କରିବା ସଙ୍ଗେ ସଙ୍ଗେ ଉକ୍ତ କାର୍ଯ୍ୟକୁ ନିଜ ସ୍ୱାର୍ଥ ପାଇଁ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରି ପାରିବ,? ଆମେ ମନୁଷ୍ୟ ବର୍ତମାନ ଈଶ୍ବର ଓ ଈଶ୍ବର ଙ୍କ ଭିତରେ ଲଢେଇ ଲଗେଇ ଦେବାକୁ ମଧ୍ୟ ଆଗେଇ ଆସିଲେଣି,ଆଜିର ଦୁନିଆରେ ଯୁଆଡେ ଦେଖିବେ ଖାଲି ମଣିଷ ଭଗବାନ, ମହାପ୍ରଭୁ ଙ୍କ ପ୍ରଚାର ଓ ପ୍ରସାର ହେଉ ତାହା ସମର୍ପଣ ଭାବ ନେଇ ହେଉ, ଇସ୍କନ ଅନୁଷ୍ଠାନ ଶ୍ରୀକୃଷ୍ଣ ଚେତନା ଭିତରେ ରହି କାହିଁକି ଜଗନ୍ନାଥ ସଂସ୍କୃତି କୁ ଅବମାନନା କରୁଛି? ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଯେଉଁ ପ୍ରକାର ଖେଳ ସେମାନେ ଖେଳୁଛନ୍ତି ତା’ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର।ସ୍ରଷ୍ଟା ଦ୍ୱାରା ସୃଷ୍ଟି ମଣିଷ ଇଚ୍ଛାକୃତ ଭାବେ ସବୁ ରୀତି ନୀତି ପରିବର୍ତ୍ତନ କରି ପାରିବ ନାହିଁ।

ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର ଓ ସମସ୍ତ ସଦସ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ।

Related posts

ବାଲିଶଙ୍କରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ବାଲୁଗାଁର ନୃତନ ଏସଡ଼ିପିଓ ଶୁଭ୍ରାଂଶୁ ମିଶ୍ରଙ୍କୁ ସାକ୍ଷାତ କରିବା ସହିତ ସ୍ବାଗତ ସମ୍ୱର୍ଦ୍ଧନା ଜଣେଇଲେ ଚିଲିକା ରିପୋର୍ଟର ଆସୋସିଏସନ ସଦସ୍ୟ

Sunil Chandra Nayak

କୈବର୍ତ୍ତ ସମାଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଜୁଏଲ ଓରାମଙ୍କ ପରାମର୍ଶ 

masiha

Leave a Comment

error: Content is protected !!