ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

42 ଡିଗ୍ରୀ ତାପମାତ୍ରା ରେ ଶିଖୁଛି ଧରାକୋଟ ଅଞ୍ଚଳ

42 ଡିଗ୍ରୀ ତାପମାତ୍ରା ରେ ଶିଖୁଛି ଧରାକୋଟ ଅଞ୍ଚଳ

ଆସିକା, ୨୭/୪/୨୬ (ଶିବ ଶଙ୍କର ମିଶ୍ର ) ରାଜ୍ୟର ବିଭିନ୍ନ ସ୍ଥାନରେ ଚଳିତ ବର୍ଷର ତାପମାତ୍ରା 40 ଡିଗ୍ରୀ ଛୁଇଁଛି। ଆଜି ସେଥିରେ ସାମିଲ ହୋଇଛି ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳ । ଆଜି ସକାଳୁ ଖରର ପ୍ରକୋପ ବୃଦ୍ଧି ଘଟି ମଧ୍ୟାହ୍ନ ସମୟରେ ଏହା 42 ଡିଗ୍ରୀରେ ପହଞ୍ଚିଥିବା ରେକର୍ଡ କରାଯାଇଛି । ଦିନ 11 ଘଣ୍ଟା ପରେ ତାପ ବଢ଼ିବାରୁ ବଜାର ରାସ୍ତା ଘାଟ ଅପରାହ୍ନ ଗୋଟାଏ ବେଳକୁ ସମ୍ପୂର୍ଣ୍ଣ ସୁନସାନ ହୋଇଯାଇଥିଲା । ବିଭିନ୍ନ ସରକାରୀ କାର୍ଯ୍ୟାଳୟ କୁ ନିଜର କାମ ପାଇଁ ଆସିଥିବା ଲୋକେ ଗୁଳୁଗୁଳି ରେ ଏକରକମ ଅଣନିଶ୍ୱାସୀ ହୋଇ ଯାଇଥିଲେ । ଖରାର ତାତି ବଢୁଥିବାରୁ ପିଇବା ପାଣି ପାଇଁ ପଶୁପକ୍ଷୀ ବେଶ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ସର୍ବୋପରି ପଞ୍ଚାୟତ ଗୁଡ଼ିକ ପକ୍ଷରୁ ଛକ ସ୍ଥାନ ମାନଙ୍କରେ ଏ ପର୍ଯ୍ୟନ୍ତ ଜଳଛତ୍ର ଖୋଲାଯାଇ ନଥିବା ଯୋଗୁଁ ଲୋକେ ପାଣି ପିଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ଏପ୍ରିଲ ମାସ ଶେଷ ହେବାକୁ ବସିଥିବା ବେଳେ କାହିଁକି ଜଳଛତ୍ର ଖୋଲାଯାଇନାହିଁ ତାହା ଲୋକ ମନଙ୍କୁ ବିସ୍ମିତ କରିଛି । ଅନ୍ୟ ପକ୍ଷରେ ଯୁଦ୍ଧ ର ପ୍ରଭାବ ଯୋଗୁଁ ଲୋକେ ଗ୍ୟାସ ମିଳିବାରେ ବିଳମ୍ବ ହେଉଥିବାରୁ ପୁଣିଥରେ ଜଙ୍ଗଲର ଜାଳେଣି କାଠ ସଂଗ୍ରହ ପାଇଁ ଉଦ୍ୟମ ଆରମ୍ଭ କଲେଣି । ଏଣୁ ଆଗାମୀ ଦିନରେ ବୃକ୍ଷ ରୋପଣ ସହ ଜଳ ସଂରକ୍ଷଣ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାନଗଲେ ପରିସ୍ଥିତି ବିଗିଡ଼ି ଯିବାର ସମ୍ଭାବନା ରହିଛି।

Related posts

ରାଇରଙ୍ଗପୁର ଆଞ୍ଚଳିକ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

ନୂଆଗାଁ ରେ ହାତୀ ବ୍ୟାପକ ଧାନ ଫସଲ ନଷ୍ଟ/ ୧୪ ରୁ ଉର୍ଦ୍ଧ୍ବ ଚାଷୀଙ୍କ ବିଲ ନଷ୍ଟ! ମାଣିକପୁର ଜଙ୍ଗଲରେ ହାତୀ ଛାଡ଼ିବି ଯାଉ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!