ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜେ ଏମ୍ ଏମ୍ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାରେ ସଂଗଠନ ସୁଦୃଢ଼ କରିବା ନେଇ ବୈଠକ

ଜେ ଏମ୍ ଏମ୍ ପକ୍ଷରୁ ସୁନ୍ଦରଗଡ ଜିଲ୍ଲାରେ ସଂଗଠନ ସୁଦୃଢ଼ କରିବା ନେଇ ବୈଠକ

ରାଉରକେଲା :, ସୁନ୍ଦରଗଡ ଜିଲ୍ଲାରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଂଗଠନକୁ ସୁଦୃଢ କରିବା ନେଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ଯ ସଭାନେତ୍ରୀ ଅଞ୍ଜନୀ ସୋରେନଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ପାନପୋଷ ତ୍ରୀଦେବ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।

      ଏହି ବୈଠକରେ ଜେ.ଏମ୍.ଏମ୍.ର ସଦସ୍ୟ ଲେଖା ତିର୍କୀ ସଂଯୋଜନା କରିଥିଲା ବେଳେ ଜେ.ଏମ୍.ଏମ୍. ରାଜ୍ୟ ସଭାନେତ୍ରୀ ଅଞ୍ଜନୀ ସୋରେନ୍, ବାସନ୍ତୀ ମାରାଣ୍ଡି, ସାହେବଜୀ, ଅସଗର ଆଲାମ୍, କେନ୍ଦ୍ରୀୟ ସଦସ୍ୟ ପାତ୍ରାସ୍ ଏକ୍କା, କାହ୍ନା ମଣ୍ଡଲ, ଅମିତ ଶର୍ମା ପ୍ରମୁଖ ମଞ୍ଚାସୀନ ଥିଲେ। ଓଡିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ତଥା ରାଉରକେଲା ମହାନଗର ନିଗମ ବିଜ୍ଞପ୍ତି ପ୍ରକାଶ ଉପରେ ହୋଇଥିବା ଦୁଇଟି ମାମଲାକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଗତ ଏପ୍ରିଲ ୨୩ ତାରିଖରେ ଖାରଜ ହୋଇଯିବା ପରେ, ରାଉରକେଲା ମହାନଗର ନିଗମର ନିର୍ବାଚନ ଆଗାମୀ ୬ ମାସରେ ଘୋଷଣା ହେବାକୁ ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ତେଣୁ ସୁନ୍ଦରଗଡ ଜିଲ୍ଲାରେ ଜେଏମ୍ଏମ୍ ସଂଗଠନକୁ ମଜବୁତ୍ କରିବା ପାଇଁ ଜିଲ୍ଲାର ସାଂଗଠନିକ କମିଟିର ଗଠନ ଆସନ୍ତା ସମ୍ମିଳନୀରେ ଆଲୋଚନା କରାଯିବ ବୋଲି ରାଜ୍ୟ ସଭାନେତ୍ରୀ ଅଞ୍ଜନୀ ସୋରେନ୍ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଜେଏମ୍ଏମ୍ ସଦସ୍ୟମାନେ ନିଜ ନିଜର ମତ ପ୍ରକାଶ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୟୂରଦର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଦଳରେ ୪୧ ଜଣ ବିଭିନ୍ନ ଦଳର କର୍ମକର୍ତ୍ତା ସାମିଲ 

masiha

ବାଲିଗୁଡାରେ ନିର୍ବାଚନକୁ ନେଇ ଚଳଚଞ୍ଚଳ :ବିଭିନ୍ନ ଦଳର ଅସନ୍ତୋଷ କର୍ମୀ ଓ ନେତାଙ୍କ ଉପରେ ସମସ୍ତଙ୍କ ନଜର 

masiha

Leave a Comment

error: Content is protected !!