ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଦଳରେ ୪୧ ଜଣ ବିଭିନ୍ନ ଦଳର କର୍ମକର୍ତ୍ତା ସାମିଲ 

ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଦଳରେ ୪୧ ଜଣ ବିଭିନ୍ନ ଦଳର କର୍ମକର୍ତ୍ତା ସାମିଲ 

 ମୟୂରଭଞ୍ଜ – ୨୩୵୦୪ ( ମସିହା)ନିର୍ବାଚନ ବିଗୁଲ ବାଜିବା ପରେ ସବୁ ଦଳର କାର୍ଯ୍ୟଧାରା ଆଗକୁ ବଢି ଚାଲିଛି ।ନିଜର ସୁବିଧା ହାସଲ ପାଇଁ ସମସ୍ତେ ଦଳ ବଦଳରେ ମାତିଛନ୍ତି ।

  ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ଜୋରଦାର ପ୍ରଚାର କରିବା ସହିତ କର୍ମକର୍ତ୍ତା ମାନଙ୍କୁ ନିଜ ଦଳ ଆଡକୁ ଟାଣିବାରେ ସଫଳ ହେଉଥିବା ଦେଖିବାକୁ ମିଳୁଛି । ଆଜି ରାଇରଙ୍ଗପୁର ଥିବା ଝାଡ଼ଖଣ୍ଡ ମୁକ୍ତିମୋର୍ଚା ପ୍ରଦେଶ କମିଟି କାର୍ଯ୍ଯାଳରେ ମୋଟ ବିଧିବଧ ଭାବେ ୪୧ ଜଣ କର୍ମକର୍ତ୍ତା ନୂତନ ଭାବେ ଦଳର ସଦସ୍ୟତା ଗ୍ରହଣ କରିଥିଲେ । ଆଜିର ମିଶ୍ରଣ ପର୍ବ ରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ୨୯ ଜଣ , ଚମ୍ପୁଆ ନିର୍ବାଚନ ମଣ୍ଡଳୀର ୭ଜଣ ଓ ଯଶିପୁର ନିର୍ବାଚନ ମଣ୍ଡଳୀର ୬ ଜଣ ସାମିଲ ହୋଇଥିଲେ । ରାଜ୍ଯ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ସାଂଗଠନିକ ସଚିବ ପ୍ରକାଶ କରିଜନ୍ତି କି ଚଳିତ ଏପ୍ରିଲ ମାସ ସୁଧା ଏକ ହଜାରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ସାମିଲ ହେବାର ଯୋଜନା ଚୁକ୍ତିଭିତ୍ତିକ ପ୍ରକ୍ରିୟା ସମାପ୍ତ ଘଟିଛି ବାକି ରହିଛି ସାମିଲ ହେବାର । ଆଜିର ମିଶ୍ରଣ ପର୍ବ ରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସୁନିଲ ମାଝୀ କର୍ମକର୍ତ୍ତାଙ୍କୁ ପୁଷ୍ପ ଓ ଦଳର ଉତ୍ତରୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ପଶ୍ଚିମ ମୟୂରଭଞ୍ଜ ଉପସଭାପତି ମଦନ ମାର୍ଣ୍ଣି , ଜିଲ୍ଲା ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ ଉପସ୍ଥିତ ରହି ନିର୍ବାଚନ ର ଗୁରୁ ମନ୍ତ୍ର ପ୍ରଦାନ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ 

masiha

ମୋଦି ସରକାର ଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନିତୀ ବିରୁଦ୍ଧରେ ନଭେମ୍ବର ୨୬ ରୁ ୨୮ ରାଜ୍ୟ ସ୍ତରୀୟ ଅହୋରାତ୍ର ମହାଧାରଣା କୁ ସଫଳ କରିବା ପାଇଁ ସି ଆଇ ଟି ୟୁ ଜିଲ୍ଲା କମିଟି ବୈଠକରେ ନିଷ୍ପତ୍ତି

masiha

ନିର୍ବାଚନ ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ହିମାଂଶୁ ଶେଖର

masiha

Leave a Comment

error: Content is protected !!