ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗରରେ କାର୍ ଦୁର୍ଘଟଣାରେ ଶଣ୍ଢର ମୃତ୍ଵ୍ୟ,ନଦୀରେ ଫିଙ୍ଗିଲେ ବଜରଂଗ ଦଳ

ରାଜନଗରରେ କାର୍ ଦୁର୍ଘଟଣାରେ ଶଣ୍ଢର ମୃତ୍ଵ୍ୟ,ନଦୀରେ ଫିଙ୍ଗିଲେ ବଜରଂଗ ଦଳ

ରାଜନଗର-କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ବେପରୁଆ ଗାଡି ଚଳାଚଳ ଦିନ କୁ ଦିନ ବୃଦ୍ଧି ଯୋଗୁଁ ଅକାଳରେ ଗାଡି ଚକା ତଳେ ଶଣ୍ଢମାନଙ୍କର ଜୀବନ ଯାଉଛି।ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ଗତକାଲି ବିଳମ୍ବିତ ରାତିରେ ସାନବଡଗୋପାଳପୁରୁ ସ୍ଥିତ ତ୍ରୀନାଥ ବଜାର ଛକରେ ଏକ ଦ୍ରୁତଗତିରେ ଯାଉଥିବା କାରଟି ଶୋଇଥିବା ଶଣ୍ଢ ଉପରେ ଚଢି ଯାଇଥିଲା।ରକ୍ତ ଜୁଡୁଵୁଡୁ ଅଵସ୍ଥାରେ ପ୍ରାଣି ଚିକିତ୍ସକ ଚିକିତ୍ସା କରିଥିଲେ ମଧ୍ୟ ଶଣ୍ଢକୁ ବଞ୍ଚାଇ ପାରିନଥିଲେ,ସେହିପରି ଆଜି ମହିଁଷାସୁର ଛକ ରାସ୍ତା କଡରେ ଏକ ଶଣ୍ଢର ମୃତଦେହ ପଡିଥିବା ରାଜନଗର ଵଜରଂଗଦଳର ଵିଦ୍ୟାଳୟ ସହ ପ୍ରମୁଖ ସନାତନ ଓଝା ଦେଖି ଵଜରଂଗଦଳର ସଂଯୋଜକ ସୌମ୍ୟରଞ୍ଜନ ଜେନା,ଆନନ୍ଦ ଦାସ,ଦିପୁ ସାହୁ,ସିପୁ ସେଠୀ,ଅଭିରାମ ଓ ଲିଟନ ସେଠି ପ୍ରମୁଖଙ୍କୁ ଜଣାଇଥିଲେ। ଶେଷରେ ଶଣ୍ଢ ଦ୍ବୟଙ୍କୁ ଗାଡି ସାହାଯ୍ୟରେ ନଦୀରେ ଭସାଇଥିଲେ। ଵଜରଂଗ ଦଳର ଏହି ମହାନ ସେଵା କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ବନବିଭାଗ ଦ୍ବାରା ଉଦ୍ଧାର ହେଲା କଲରାପତରିଆ ବାଘ

masiha

ରାସ୍ତା ନିର୍ମାଣ କାର୍ଯ୍ୟ ସମୀକ୍ଷା , ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ବାରୋପ 

Sunil Chandra Nayak

ଧର୍ମଗଡ ଠାରେ ୭୯ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!