ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୁମୁନିଗୁଡା ଗ୍ରାମରେ ମା ଦୁଲାରଦେଇଙ୍କ ଚୈତ୍ର ଯାତ୍ରା 

ଡୁମୁନିଗୁଡା ଗ୍ରାମରେ ମା ଦୁଲାରଦେଇଙ୍କ ଚୈତ୍ର ଯାତ୍ରା 

ଡାବୁଗାଁ,୨୮/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଡାବୁଗାଁ ଗ୍ରାମ ପଞ୍ଚାୟତ ଅଧୀନ ଡୁମୁନିଗୁଡା ଗ୍ରାମରେ ମହାସମାରୋହରେ ମା ଦୁଲାରଦେଇଙ୍କ ଚୈତ୍ର ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆଖ ପାଖ ଅଞ୍ଚଳରୁ ଦେବା ଦେବୀ ମାନଙ୍କ ପ୍ରତୀକ ଲାଠି କୁର୍ଚ୍ଚି, ପୂଜାରୀ, ଶିରା ଆସି ମା ଦୁଲାରଦେଇଙ୍କ ମନ୍ଦିର ନିକଟରେ ପହଁଞ୍ଚିବା ପରେ ସେଠାରେ କେଶବ ପୂଜାରୀ ଓ ବୃନ୍ଦା ପୂଜାରୀ ଙ୍କ ସମେତ ସମସ୍ତ ପୂଜାରୀ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା l ପରେ ଗ୍ରାମ ପରିକ୍ରମା କରି ମନ୍ଦିର ନିକଟକୁ ଫେରି ଆସିଥିଲେ l ମନ୍ଦିର ପରିସରରେ ସମ୍ମାନର ଲାଠି କୁର୍ଚ୍ଚି ରଖାଯାଇଥିଲା l ମନ୍ଦିର ପରିସରରେ ଉଠା ଦୋକାନ ବଜାର ବସିଥିବାରୁ ବହୁ ଭକ୍ତ ମାନେ ଏହି ମା ଙ୍କ ଯାତ୍ରା ଦେଖିବାକୁ ଆସିଥିଲେ l ରାତ୍ରିର ମନୋରଞ୍ଜନ ନିମନ୍ତେ ନବରଙ୍ଗପୁର ପାଖ ତାରାଗାଁ ନିକଟରେ ଥିବା ପଖନାଗୁଡା ଗ୍ରାମର କର୍ଣ୍ଣ ଗୁରୁଙ୍କ ନିର୍ଦ୍ଦେଶିତ ଦେଶୀଆ ନାଟ”କେମିତି କହିବି ଏମିତି କଥା” ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି l ଉକ୍ତ ଯାତ୍ରାକୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲା ସମ୍ପାଦକ ଆର ପ୍ରକାଶ ରାଓ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ବ୍ଳକ ସମ୍ପାଦକ ଗେଦୁ ପଟ୍ଟନାୟକ, ମଧୁସୂଦନ ପାତ୍ର ପ୍ରମୁଖ ଗ୍ରାମ ପରିକ୍ରମାରେ ଅଂଶଗ୍ରହଣ କରିଥିଲେ l କମିଟି ର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଭଗବାନ ପାତ୍ର, ପ୍ରହଲ୍ଲାଦ ମହାନ୍ତି, ରାମ ନାୟକ, ଦୁର୍ଯ୍ୟୋଧନ ନାୟକ, ଗୋପି ଜାନି, କେଶବ ଜାନି, ଅନନ୍ତ ମାଝୀ, ବେଣୁ ଜାନି, ଦେବେନ୍ଦ୍ର ସିଂ, ପବିତ୍ର ହରିଜନ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାରେ ସମ୍ପାଦନ କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜନସାଧାରଣଙ୍କର ସଚେତନତା ପାଇଁ ପୋଷଣ ପାଖଡା-2023 ପାଳନ ଅବସରରେ ପଦଯାତ୍ରା ଏବଂ ସାଇକେଲ ରାଲି 

Sunil Chandra Nayak

ୱାର୍କିଂ ମିଡିଆ ଏସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

masiha

ଚିକିତ୍ସାଧିନ ଧନଞ୍ଜୟ ରାଉତ ଙ୍କୁ ଭେଟିଲେ ବିଏଚ୍ ଆର୍ ସି ଇଣ୍ଡିଆ ର ରାଜ୍ୟ ସଭାପତି

Sunil Chandra Nayak

Leave a Comment

error: Content is protected !!