ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ 

ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ 

ଉନ୍ନତ ଜୀବନଶୈଳୀ ଓ ନିୟମିତ ବ୍ୟାୟାମ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ 

ଛତ୍ରପୁର ତା ୨୯/୦୪ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶରେ ଆଜି ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବ୍ରହ୍ମପୁର ସ୍ଥିତ ସ୍ୱାସ୍ଥ୍ୟ ସଦନର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା. ସୁନୀଲ କୁମାର କୋଟାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। 

ଏହି ଶିବିରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଡିଆରଡିଏ ଅଧିକାରୀ ଏବଂ କର୍ମଚାରୀ ପ୍ରାୟ 150 ଜଣ ବ୍ୟକ୍ତିବିଶେଷଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଶିବିରରେ ମଧୁମେହ, ରକ୍ତଚାପ, ଲିପିଡ୍ ପ୍ରୋଫାଇଲ, ଲିଭର ଫଙ୍କସନ ଟେଷ୍ଟ, ୟୁରିକ ଏସିଡ,ଚକ୍ଷୁ ପରୀକ୍ଷା ଓ ଲିଭର ଆଦିର ପରୀକ୍ଷା କରାଯାଇଥିଲା । ଜିଲ୍ଲାପାଳ ଏହି ସବୁର ପରୀକ୍ଷା କରାଇବା ସହିତ ଆଜିର ବ୍ୟସ୍ତ ବହୁଳ ଜୀବନରେ ଡାଇବେଟିସ, ଥାଇରଏଡ୍, ଉଚ୍ଚ ରକ୍ତଚାପ, ମୋଟାପଣ ଆଦି ପ୍ରାୟ ଲୋକଙ୍କ ପାଖରେ ପରିଲିକ୍ଷିତ ହେଉଛି । ଏହି ସବୁକୁ କମାଇବାକୁ ହେଲେ ଉନ୍ନତ ଜୀବନଶୈଳୀ ଓ ନିୟମିତ ବ୍ୟାୟାମର ବହୁତ ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ। ଏହା ସହିତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର ମୁଖ୍ୟମାନଙ୍କୁ ନିୟମିତ ଏଭଳି ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଆୟୋଜିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। 

ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖରାପ ଜୀବନଶୈଳୀଜନିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଉପରୋକ୍ତ ରୋଗ ଗୁଡିକୁ ଠିକ ସମୟରେ ଚିହ୍ନଟ ଓ ନିୟମିତ ପରୀକ୍ଷା ମାଧ୍ୟମରେ ଏସବୁର ଜଟିଳତା ରୋକାଯାଇପାରିବ ବୋଲି ଡା. କୋଟା କହିଥିଲେ । ବ୍ରହ୍ମପୁର ସ୍ଥିତ ରୁବି ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଚକ୍ଷୁ ପରୀକ୍ଷା କରାଯାଇଥିଲା।

Related posts

ଡାବୁଗାଁ ରୁ ବୋରିଗାଁରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଚୁକ୍ତି ସ୍ୱାକ୍ଷରିତ

ଭୂତକୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ

Sunil Chandra Nayak

ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ଠାରେ ବିଶ୍ବ ପରିବେଶ ଦିବସ ପାଳିତ 

masiha

Leave a Comment

error: Content is protected !!