ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଷମତାର ଅପବ୍ୟବହାର କରୁଛନ୍ତି କି ୱାଡେନ ଡଃ.ଗଣେଶ ସେଠୀ ? ଗୃହ ବିଜ୍ଞାନ ବିଭାଗକୁ କାହିଁକି ପାତର ଅନ୍ତର ?

କ୍ଷମତାର ଅପବ୍ୟବହାର କରୁଛନ୍ତି କି ୱାଡେନ ଡଃ.ଗଣେଶ ସେଠୀ ? ଗୃହ ବିଜ୍ଞାନ ବିଭାଗକୁ କାହିଁକି ପାତର ଅନ୍ତର ?

ବ୍ରହ୍ମପୁର,୨୯/୦୪ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିଜ କ୍ଷମତାର ଅପବ୍ୟବହାର କରୁଛନ୍ତି ୱାଡେନ ଡଃ.ଗଣେଶ ସେଠୀ ! ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭିତରେ ଚାଲିଛି ଏଥିନେଇ ତନାଘନା ଆଲୋଚନା । ଘଟଣା କ୍ରମରେ ସେ ଦିନ ଥିଲା ଅପ୍ରିଲ ୨୩ ତାରିଖ। ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିଲା ଗୃହ ବିଜ୍ଞାନ ବିଭାଗର ଏକ ଦୁଇଦିନିଆ କର୍ମଶାଳା। ପ୍ରତି ବିଭାଗ ଭଳି ଏହି ବିଭାଗ ମଧ୍ଯ ଆୟୋଜନ କରିଥିଲା ଏକ ସଂସ୍କୃତିକ ସଂଧ୍ୟା କର୍ଯ୍ୟକ୍ରମ । ବିଭାଗର ଛାତ୍ରୀମାନେ ଏଥିରେ ନିଜର କଳା ପରିବେଷଣ ପାଇଁ ଦୀର୍ଘ ଦିନ ଧରି ଚଳାଇଥିଲେ ପୂର୍ବ ପ୍ରସ୍ତୁତି । ସବୁ କିଛି ଠିକ ଠାକ୍ ଥିଲା, ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ସ୍ୱୀକୃତି ଓ ଅନୁମତି ମଧ୍ଯ ନିଆଯାଇଥିଲା । ତେବେ ହଠାତ ୱାଡେନ ପ୍ରଫେସର ଡଃ. ସେଠୀ ପଛେଇ ନଥିଲେ କ୍ଷମତାର ଅପବ୍ୟବହାର କରିବାକୁ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହିଁ ବୋଧେ ସୁଝେଇଦେଲେ ପୁରୁଣା ରାଗ, ଆଉ ପଛେଇ ନଥିଲେ ପୁରୁଣା ରାଗର ପ୍ରତିଶୋଧ ନେବାରେ । ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ନିଜନିଜର ସଂସ୍କୃତିକ କାର୍ଯ୍ୟକ୍ରମ ଭଞ୍ଜ ମଣ୍ଡପରେ ଧୁମଧାମରେ ପରିବେଷଣ କରିବା ସହ ସାରା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏହାକୁ ଉପଭୋଗ କରିଥିଲା ବେଳେ କେବଳ ଗୃହ ବିଜ୍ଞାନ ବିଭାଗର କାର୍ଯ୍ୟକ୍ରମରେ ହଷ୍ଟେଲର ଛାତ୍ରୀମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଦେଖିବାରେ କାହିଁକି ରୋକ୍ ଲଗାଇଥିଲେ ବୋଲି ପ୍ରଶ୍ନ ଉଠୁଛି । ହଷ୍ଟେଲର ମେଟ୍ରନମାନଙ୍କ ଜରିଆରେ ହଷ୍ଟେଲ ଝିଅମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ କାହିଁକି ଶକ୍ତ ଆଦେଶ ଜାରି କରିଥିଲେ ୱାଡେନ୍ ? ତେବେ ଛାତ୍ରୀମାନେ କାର୍ଯ୍ୟକ୍ରମକୁ ଆସିବା ପାଇଁ ଶତ ଚେଷ୍ଟା କରିଥିଲେ ମଧ୍ୟ ଗେଟରେ ସେମାନଙ୍କୁ ସେମାନଙ୍କୁ ସିକୁରିଟି ଅଟକାଇବା ସହ ଧମକଚମକ ଦେଇ ଛାଡିନଥିଲେ ।

 ଏହି ଘଟଣାକୁ ନେଇ ଗୃହ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ବାରମ୍ବାର ୱାଡେନ ଡ.ଗଣେଷ ସେଠୀଙ୍କୁ ଜଣେଇଥିଲେ ମଧ୍ୟ କିଛି ଶୁଣି ନଥିଲେ ଡଃ ସେଠୀ, ପରନ୍ତୁ କଠୋର ହୋଇ ଏହା କୁଳପତିଙ୍କ ନିର୍ଦ୍ଦେଶ ବୋଲି କହି ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ବୋଲି କହିଛନ୍ତି ଛାତ୍ର ଇଜୁ ଅମିନ । ଉକ୍ତ ଦିନର ଗୃହ ବିଜ୍ଞାନ ବିଭାଗର ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ୱାର୍ଡେନ ଡଃ. ସେଠୀଙ୍କ ପାଇଁ ବଡ ଦୁଃଖର ସହ ବିନା ଛାତ୍ରଛାତ୍ରୀ ଦର୍ଶକରେ ଆରମ୍ଭ ହୋଇ ଶେଷ ହୋଇଥିଲା । ଆଉ ସମସ୍ତେ ଗୋଟେ କଥା ଅନୁଭବ କରୁଥିଲେ କି ସମସ୍ତ ବିଭାଗର କାର୍ଯ୍ୟକ୍ରମକୁ ୱାର୍ଡେନ ପ୍ରଫେସର ଡଃ. ସେଠୀଙ୍କ ସହଯୋଗ ଥିବା ବେଳେ ଗୃହ ବିଜ୍ଞାନ ବିଭାଗକୁ କାହିଁକି କରିଥିଲେ ପାତର ଅନ୍ତର? ଆଉ ୱାଡେନଙ୍କ ପାଖେ ନଥିଲା ଏହାର କୌଣସି ଉତ୍ତର । ତେବେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା ଆଉ ସେମାନେ ପାରସ୍ପରିକ ଆଲୋଚନାରେ କହୁଥିଲେ କି ୱାଡେନ ଜାଣିଶୁଣି ଉକ୍ତ ଅପ୍ରେଲ ୨୩ ତାରିଖ ଗୃହ ବିଜ୍ଞାନ ବିଭାଗର ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜ କ୍ଷମତାର ଅପବ୍ୟବହାର କରି ବିଭାଗ ପ୍ରତି ରହିଥିବା ତାଙ୍କ କୌଣସି ଏକ ପୂର୍ବ ଶତ୍ରୁତାର ରାଗ ସୁଝାଇବାରେ ଲାଗିଥିଲେ ।

Related posts

ଭବାନୀପାଟଣାସ୍ଥିତ ପି.ଏମ୍.ଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଭବାନୀପାଟଣା ରେ ୭୯ ତମ ସ୍ବାଧିନତା ଦିବସ ଧୁମ ଧାମ ରେ ପାଳିତ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା “ଦିଶା” ବୈଠକ: ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କଲେ ସାଂସଦ ମାଳବିକା ଦେବୀ

Sunil Chandra Nayak

ଧର୍ମଗଡ:ଠୁଟିବର ନିକଟରେ ବାଇକ ରୁ ଖସି ଜଣକର ମୃତ୍ୟୁ

masiha

Leave a Comment

error: Content is protected !!