ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଘାଟିତ 

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଘାଟିତ 

ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ :
ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ :
ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ :

ଢେଙ୍କାନାଳ-ତା.୨୮.୦୪.୨୦୨୬ ରିଖ:(ମ ନି ସ       )ସ୍ଥାନୀୟ ଢେଙ୍କାନାଳ ପଞ୍ଚାୟତରାଜ ହାଇସ୍କୁଲ,କାନପୁରା, କାମାକ୍ଷାନଗର,ଢେଙ୍କାନାଳ ପରିସରରେ ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଘାଟିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ମିଳିତ ଆବାହକତ୍ୱରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବେ ଦିନମଣି ନାଏକ,ଉପ ଜିଲ୍ଲାପାଳ,କାମାକ୍ଷାନଗର ଯୋଗଦେଇ ସ୍ଵୀୟ ବକ୍ତବ୍ୟରେ “ଯେଉଁ ବ୍ୟକ୍ତି ଗତାନୁଗତିକ ଧାରାରୁ ଉଦ୍ଧ୍ୱର୍କୁ ଯାଇ ନୂତନ ଢଙ୍ଗରେ ଚିନ୍ତା କରେ ସେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହୋଇପାରିବ” ବୋଲି ମତବ୍ୟକ୍ତ କରିଥିଲେ।ବିଜ୍ଞାନର ଅଗ୍ରଗତି ବିକାଶର ମୂଳମନ୍ତ୍ର ବୋଲି ପ୍ରକାଶ କରି ଆବିଷ୍କାର କ୍ଷେତ୍ରରେ ନିଜକୁ ଦୃଢମନା କରିବା ଉଚ଼ିତ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟ କେହି ନୁହେଁ,ମୁଁ ହିଁ କରିପାରିବି,ଏହି ମନୋଭାବ ହିଁ ସଫଳତା ଦେଇଥାଏ ବୋଲି କହିଥିଲେ।ଆବିଷ୍କାର କ୍ଷେତ୍ରରେ ବାରମ୍ଵାର ହାରିଲେ ମଧ୍ୟ ହାର ମାନିବା ଉଚ଼ିତ୍ ନୁହେଁ କହି,ଡକ୍ଟର ଅବଦୁଲ କଲାମ ଜୀବନରେ କିଭଳି ସଫଳତାର ଶୀର୍ଷରେ ପହଞ୍ଚିପାରିଥିଲେ ସେ ସଂପର୍କରେ କହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ଆମ ବୈଜ୍ଞାନିକ ବିଶ୍ଵରେ ଶ୍ରେଷ୍ଠ ବୈଜ୍ଞାନିକ।ପିଲାମାନେ ବିଜ୍ଞାନ ପ୍ରତି ଆକର୍ଷିତ ହୋଇ ନୂତନ ଉଦ୍ଭାବନ କରି ଢ଼େଙ୍କାନାଳ ତଥା ରାଜ୍ୟର ନାମ ଉଚ୍ଚ କରିବାକୁ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ।ଅନ୍ୟତମ ମୁଖ୍ୟବକ୍ତାଭାବେ ଡ.ଶ୍ରୀନିବାସ ସେଠୀ,ଆଇ ଜି ଆଇ ଟି,ସରାଙ୍ଗ,କମ୍ପ୍ୟୁଟର୍ ବିଜ୍ଞାନ ଵିଭାଗ ମୁଖ୍ୟ,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଡ.ବିମଳେନ୍ଦୁ ମହାନ୍ତି,ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର,ଢେଙ୍କାନାଳ,ଡ.ପ୍ରତିମା ମିଶ୍ର,ଅଧ୍ୟକ୍ଷା,ପି ଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ,ସରାଙ୍ଗ,ଚିତ୍ତରଞ୍ଜନ ଦାସ, ଅଧ୍ୟକ୍ଷ ମଠକରଗଳା କଲେଜ୍,ସରୋଜ କୁମାର ସାହୁ ଗୋଷ୍ଠୀ ଶିକ୍ଷା ଅଧିକାରୀ,କାମାକ୍ଷାନଗର,ବାଜିରାଉତ ମେମୋରିଆଲ କଲେଜର ରାସାୟନ ବିଜ୍ଞାନ ଅଧ୍ୟାପକ ଜୀବନ ରଞ୍ଜନ ସାହୁ ଓ ବିଚାରକ ତଥା ଆଇ.ଆଇ.ଟି ଭୁବନେଶ୍ୱରର ପର୍ଯ୍ୟବେକ୍ଷକ ଭାବରେ ଶକ୍ତି ସ୍ୱରୂପ ପତି ପ୍ରମୁଖ ଯୋଗଦେଇ ଛାତ୍ରୀ,ଛାତ୍ରଙ୍କର ଅନୁସନ୍ଧିତ୍ସୁ ମନୋଭାବ ଓ ନିଷ୍ଠାପର ପ୍ରଚେଷ୍ଟା ସେମାନଙ୍କୁ ବିଜ୍ଞାନ ମନସ୍କ କରି ପେଟେଣ୍ଟ ରେଜିଷ୍ଟ୍ରେସନ୍, ଜିଆଇ ଟ୍ୟାଗ୍ ମାନ୍ୟତା,ନୋବେଲ ପୁରସ୍କାର ଭଳି ବିରଳ ସଫଳତା ପ୍ରଦାନ କରିପାରିବ ବୋଲି ମତପୋଷଣ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ,ବିଦ୍ୟାଳୟର ମୂଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ପ୍ରମୁଖ ଯୋଗଦେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରୟୋଗ କରି ଛାତ୍ରୀ,ଛାତ୍ରମାନେ ନିଜ ସ୍ଥାନୀୟ ଅଂଚଳର ସମସ୍ୟାକୁ ସୁଧାରି ପାରିଲେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ସାର୍ଥକ ହୋଇପାରିବ ବୋଲି ଅଭିମତ ପ୍ରଦାନ କରିଥିଲେ।ବିଜ୍ଞାନର ବିକାଶ ଫଳରେ ସାରା ପୃଥିବୀରେ କିଭଳି ପରିବର୍ତ୍ତନ ଘଟୁଛି ସେ ସଂପର୍କରେ ସମସ୍ତ ବକ୍ତା ଆଲୋକପାତ କରିଥିଲେ।ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ଉତ୍ସବରେ ଅଧ୍ୟକ୍ଷତା କରି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ।ସ୍ଵୀୟ ବକ୍ତବ୍ୟରେ ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ,ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ ରହିଲେ ସମସ୍ତଙ୍କର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ମଂଚାସୀନ ଥିଲେ।ଏହି ଅବସରରେ ସ୍ୱାସ୍ଥ୍ୟର ଯତ୍ନ ବିଭାଗରୁ ୬ ଟି,ସ୍ମାର୍ଟ୍ ଶିକ୍ଷା ବିଭାଗରୁ ୫ ଟି,ଅଭିଗମ୍ୟତା,ଇ – ବାଣିଜ୍ୟ ଓ ସାଇବର୍ ସୁରକ୍ଷା ବିଭାଗରୁ ୯ ଟି,ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗୋଷ୍ଠୀ ଉନ୍ନୟନ ବିଭାଗରୁ ୧ ଟି,କୃଷି, ଖାଦ୍ୟ,ପ୍ରଯୁକ୍ତିବିଦ୍ୟା ଓ ଗ୍ରାମୀଣ ଉନ୍ନୟନ ବିଭାଗରୁ ୧୭ ଟି,ବର୍ଜ୍ୟବସ୍ତୁ ପରିଚାଳନା ବିଭାଗରୁ ୫ ଟି,ବିପର୍ଯ୍ୟୟ ପରିଚାଳନା ବିଭାଗରୁ ୫ଟି,ମୁକ୍ତ ନବସୃଜନ ବିଭାଗରୁ ୪ ଟି,ଅନ୍ୟାନ୍ୟ ବିଭାଗରୁ ୩ ଟି, ନବୀକରଣ ଓ ଚିରସ୍ଥାୟୀ ଶକ୍ତି ବିଭାଗରୁ ୧୨ ଟି ଏହିପରି ସର୍ବମୋଟ୍ ୬୭ଟି ପ୍ରକଳ୍ପ ମେଳାରେ ପ୍ରଦର୍ଶିତ ହୋଇଥିଲା।ବିଚାରକଭାବେ ଆଇ.ଆଇ.ଟି ଭୁବନେଶ୍ୱରର ପର୍ଯ୍ୟବେକ୍ଷକ ଶକ୍ତି ସ୍ୱରୂପ ପତି,ବାଜିରାଉତ ମେମୋରିଆଲ କଲେଜର ରାସାୟନ ବିଜ୍ଞାନ ଅଧ୍ୟାପକ ଜୀବନ ରଞ୍ଜନ ସାହୁ, କାମାକ୍ଷାନଗର କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ବିଶ୍ୱନାଥ ଦାସ,ଜିରାଳ କଲେଜର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ମଧୁସ୍ମିତା ସ୍ୱାଇଁ ଓ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଦୁର୍ଗା ପ୍ରସାଦ ମୁଦୁଲି ପ୍ରମୁଖ ଯୋଗଦେଇ ଛାତ୍ରୀ,ଛାତ୍ରଙ୍କର ପ୍ରକଳ୍ପଗୁଡିକୁ ମୂଲ୍ୟାଙ୍କନ କରିଥିଲେ।ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ ବାର୍ଷିକ ବିବରଣୀ ପାଠ ଓ ସଭା କାର୍ଯ୍ୟକ୍ରମର ସୁନ୍ଦର ସଂଯୋଜନା କରିଥିଲେ।ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଚନ୍ଦନ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତୀ ସାହୁ,ପ୍ରୀତି ପ୍ରିୟମ୍ବଦା ପରିଡ଼ା,ଗୀତା ମହାପାତ୍ର ପ୍ରମୁଖ ମଙ୍ଗଳା ଚରଣ ଗାନ ଓ ଶାନ୍ତି ପାଠ କରିଥିଲେ।ବିଦ୍ୟାଳୟର ଛାତ୍ର ସାଇ ସ୍ପନ୍ଦନ ସ୍ୱାଇଁ ଓ ହର୍ଷିତ କୁମାର ଆଚାର୍ଯ୍ୟ ଗୁରୂ କୃଷ୍ଣ ଚନ୍ଦ୍ର ରାଉତଙ୍କ ମାର୍ଗଦର୍ଶନରେ ସୁଲଳିତ କଣ୍ଠରେ ସମବେତ ବିଜ୍ଞାନ ଉପରେ ଆଧାରିତ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।ଆୟୋଜନରେ ଜିଲ୍ଲା ବିଜ୍ଞାନ କମିଟିର ସଭ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଲ୍ଲିକ,ଡ଼ା.ଦେବୀ ପ୍ରସାଦ ମିଶ୍ର, ଅଶୋକ କୁମାର ପଣ୍ଡା,ରଞ୍ଜନ କୁମାର ରଣା,ସୁରେନ୍ଦ୍ର କୁମାର ବେହେରା,ତନୁଶ୍ରୀ ମିଶ୍ର,ମଧୁସୂଦନ ରାଉତ, ମାନସ କୁମାର ଗଣ୍ଠିଆ,ପ୍ରେମାନନ୍ଦ ସାହୁ,ଶର୍ମିଷ୍ଠା,ବିଶ୍ୱଜିତ୍ ମିଶ୍ର,ଆକାଶ ଅଭିଷେକ ବେହେରା,ଦେବେନ୍ଦ୍ର କୁମାର ରାଉତ,ପ୍ରତ୍ୟୁଷ ସାହୁ,ସମସ୍ତ ବ୍ଳକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ବିଆର୍ ସିସି ଓ ସିଆର୍ ସିସି ବୃନ୍ଦ,ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ,ଅବସର ପ୍ରାପ୍ତ ଶିକ୍ଷକ ସୁରେଶ କୁମାର ବିଶ୍ୱାଳ,କବିତା ରାଉତ,ଧ୍ରୁବ ଚରଣ ସୁନ୍ଦରରାୟ,ଚନ୍ଦ୍ରମଣି ଲେଙ୍କା,ନିରଞ୍ଜନ ସାହୁ,ପ୍ରହଲ୍ଲାଦ ସାହୁ,ନିର୍ମଳ କୁମାର ମହାନ୍ତି ,ରାଷ୍ଟ୍ରପତି ସ୍କାଉଟ୍,ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଓଡ଼ିଶା ତଥା ଆଜୀବନ ସଦସ୍ୟ,ଢେଙ୍କାନାଳ ଜିଲ୍ଳା ଆବାହକ,ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶା ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ମଞ୍ଚାସୀନ ରହି ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍,

Related posts

ଆଜାଦିକା ଅମୃତ ମହୋତ୍ସବ ର ଅମୃତ ବଟିକା କାର୍ଯ୍ୟକ୍ରମ

masiha

ଜାତୀୟ ଡେଙ୍ଗୁ ଦିବସରେ ମ୍ୟlଲେରିଆ ଓ ଜଳବାହିତ ରୋଗ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ 

masiha

ତେରେସିଂହା +୨ କଲେଜରେ ସଚେତନତା କର୍ମଶାଳା

masiha

Leave a Comment

error: Content is protected !!