ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ମେଲ ସ୍କୁଲର ସଫଳତା 

କାର୍ମେଲ ସ୍କୁଲର ସଫଳତା 

ରାଉରକେଲା: ଆଇଏସସି ମାଟ୍ରିକ ଓ ଆଇସିସି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ପୂର୍ବ ବର୍ଷ ଭଳି ହମିରପୁର ସ୍ଥିତ କାର୍ମେଲ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ବଜାୟ ରଖି ସ୍କୁଲକୁ ଗୈ।ରବାନ୍ବିତ କରିଛନ୍ତି। ଚଳିତ ବର୍ଷ ଦଶମରେ ସ୍କୁଲର ୧୨୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରିଛନ୍ତି। ମୋଟ ୧୭ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ପଦ୍ମନ ସାହୁ ସର୍ବାଧିକ ୯୮ପ୍ରତିଶତ ନମ୍ବର ରଖି ସ୍କୁଲ ଟପ୍ପର ହୋଇଥିବା ବେଳେ ଆର୍ଯ୍ୟଂଶୁ ଆୟୁଷ୍ମାନ ରାଉତ ୯୬.୮% ରଖି ଦ୍ବିତୀୟ ଓ ଭାରତ ଚାୱଲା ୯୫.୬%ରଖି ତୃତୀୟ , ବିଜ୍ଞାନରେ ବିଦ୍ୟୋତ୍ତମା କୁମାରୀ ୯୬% ରଖି ଟପ୍ପର ହୋଇଥିବା ବେଳେ କଳାରେ କ୍ଷୀରୋଦା ସିଂ ଖୁଣ୍ଟିଆ ୯୫.୨୫% ଓ ବାଣିଜ୍ୟରେ ଆଲିଜା ଏଜାଜ ୯୪.୭୫% ନମ୍ବର ରଖି ଟପ୍ପର ହୋଇଛନ୍ତି। ସ୍କୁଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଫିଦେଲିସ୍ ଏସି ସଫଳ ହୋଇଥିବା ତଥା ସ୍କୁଲ କୁ ଗର୍ବିତ କରିଥିବା ଯୋଗୁଁ ସମସ୍ତଙ୍କୁ ଆଶ୍ରିବଚନ ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ। ସଫଳତା ପାଇଥିବା ଛାତ୍ର ଛାତ୍ରୀ ମାନେ ଏହାର ଶ୍ରେୟ ସ୍କୁଲର ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଦେଇଥିଲେ। ଏହି ଅବସରରେ ଶିକ୍ଷକ କୈ।ଶିକ ଦାସ,ସିଜା ପିଲାଇ, ଜ୍ୟୋତି ବାର୍ଲା, ପୁଷ୍ପାଞ୍ଜଳି,ଜୁଲି, ଅର୍ପନା ପ୍ରମୁଖଙ୍କ ସହ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲା ବେଳେ ରୁଚି ଓ ତହମା ପ୍ରମୁଖ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁଁ ଚିଲିଚିଲା ଠାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମେଣ୍ଢା ର ମୃତ୍ୟୁ

masiha

ସ୍କୁଲ ପୋଷାକ ବଣ୍ଟନରେ ବ୍ୟାପକ ଦୁର୍ନୀତି , ଦୁର୍ନୀତିକୁ ଲୁଚାଇବାକୁ ସାମ୍ବାଦିକଙ୍କୁ ଦେଖାଉଛନ୍ତି ଲୋଭ

Sunil Chandra Nayak

ସହୃଦ ସେବାସଂଘର ରଜତ ଜୟନ୍ତୀ ପାଳନ

masiha

Leave a Comment

error: Content is protected !!