୮ଘଣ୍ଟା ଦୈନିକ କାର୍ଯ୍ୟ ଦିବସ ଓ 4 ଶ୍ରମ କୋର୍ଡ଼ ବାତିଲ କରିବା
ଏ ଆଇ ସି ସି ଟି ୟୁ ର ଶ୍ରମିକ ଦିବସ ପାଳିତ
ଭୁବନେଶ୍ୱର,(ଲିପିକା ରାଣୀ ରାଉତ);ମେ ୧ ତାରିଖ ଦିନ ଅଶୋକ ନଗର ସ୍ଥିତ ନାଗଭୁଷଣ ଭବନ ଠାରେ ଏଆଇସିସିଟିୟୁ ପକ୍ଷରୁ ମଇ ଦିବସ ପାଳନ କରାଯାଇଛି। ଏହି ଅବସରରେ ସିପିଆଇ(ଏମ -ଏଲ )ଲିବରେସନ ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ପତାକା ଉତଳନ କରି ସହୀଦ ମାନଂକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲାପରେ ଏଆଇସିସିଟିୟୁ ର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡା ଙ୍କ ସଭାପତିତ୍ୱ ରେ ଯୋଗଦେଇ ଆଇସିସିଟିୟୁ ର ସଭାପତି ରାଧାକାନ୍ତ ସେଠି ଶ୍ରମିକ ଦିବସ ର ଇତିହାସ ସମ୍ପର୍କ ରେ ତାଙ୍କର ବକ୍ତବ୍ୟ ପ୍ରଦାନ କରି କହିଲେ ୧୮୬୬ ମସିହାରେ ଆମେରିକାର ଚିକାଗୋ ସହରର ହେ ମାର୍କେଟରେ ଶ୍ରମିକ ଓ କର୍ମଚାରୀ ମାନଙ୍କ ଉପରେ ହୋଇଥିବା ଦମନଲୀଳା ନିରନ୍ତର ସଂଘର୍ଷ ମହାନ ବିପ୍ଳବ ରେ ସାରା ଦେଶରେ ଶ୍ରମିକ ୮ ଘଣ୍ଟା ଆଇନ କାର୍ଯ୍ୟକାରୀ ହୋଇଥିଲା ଓ ୮ ଘଣ୍ଟା ନିଜର ପରିବାର ପାଇଁ କାମ କରିବାର ନିଷ୍ପତ୍ତି ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧୀ କରି ୧୨ ଘଣ୍ଟା କରିଛନ୍ତି । ପୁଞ୍ଜିବିନିଯୋଗ ନାମରେ ଶ୍ରମିକ କର୍ମଚାରୀଙ୍କ ପାଇଁ ପୂର୍ବରୁ ଥିବା ୪୪ ଟି ଶ୍ରମ କୋର୍ଡକୁ ପରିବର୍ତ୍ତନ କରି ମାଲିକମାନଙ୍କୁ ସୁହାଇଲା ଭଳି ୪ ଟି ଲେବ କୋର୍ଡ କରିଛନ୍ତି। ଶ୍ରମିକ ମାନଙ୍କୁ ଆଇନ ଥିବାବେଳେ ମଧ୍ଯ ଶ୍ରମିକମାନଙ୍କ ନ୍ୟାୟ ମିଳୁ ନଥୁବା ଦେଖା ଦେଇଛି । ସାରା ଦେଶରେ ଶ୍ରମିକ ମାନଙ୍କ ଦାବି କୁ ନେଇ ଲଢ଼େ ଇ କରୁଥିବା କର୍ମୀ ମାନଙ୍କୁ- ଗିରଫ କରାଯାଉଛି। ଅନ୍ୟତମ ଅତିଥି ପ୍ରଭାସ ସାମନ୍ତରାୟ ତାଙ୍କର ବକ୍ତବ୍ୟ ରେ କହିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର କଂ ଶ୍ରମିକ ବିରୋଧୀ ନିତିକୁ ତିବ୍ର ସମାଲୋଚନା କରିବା ସହ ଶ୍ରମିକ ମାନଙ୍କ ଅଧିକାରକୁ ଆଦୋଂଲନ କରିବା ପାଇଁ ଆହ୍ବାନ ଦେଇଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ନାରୀ ନେତ୍ରୀ ରେଣୁବାଳା ସାହୁ ଘରୋଇ ମହିଳା ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ସହ ସେମାନଙ୍କର ମଜୁରୀ ବୃଦ୍ଧି ଲାଗି ସରକାର କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖ ଓ ପରୀତାପ ର ବିଷୟ ବୋଲି ସେ କହିଥିଲା ବେଳେ ଶ୍ରମିକ ନେତା ଶରତ ବରାଳ ଓ ସମ୍ପାଦକ ମାନସ ରଞ୍ଜନ ପ୍ରଧାନ ତାଙ୍କର ବକ୍ତ୍ୟବ୍ୟ ରେ ଶ୍ରମିକ ମାନେ ସଙ୍ଗଠିତ ହୋଇ ଆନ୍ଦୋଳନ କୁ ବ୍ୟାପକ କରିବା ସହିତ ମଜୁରୀ ଲାଗି ଆନ୍ଦୋଳନ ରତ ଶ୍ରମିକ ନେତା ମାନଙ୍କୁ ଜେଲ ପଠାଇବା ନିନ୍ଦନୀୟ ବୋଲି ସେମାନେ କହିଥିଲା ବେଳେ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡା ସଭାପତି ଭାଷଣ ରେ କହିଲେ ଯେ ଆଗାମୀ ଦିନରେ ୮ ଘଣ୍ଟା କାର୍ଯ୍ୟ ଦିବସ, ସର୍ବନିମ୍ନ ମଜୁରୀ ୨୬ହଯାର ଟଙ୍କା ଓ ଡବଲ ଇଂଜିନ ସରକାର ର ଶ୍ରମିକ ବିରୋଧୀ ନୀତି ବିରୋଧରେ ଓଡ଼ିଶାରେ ଶ୍ରମିକ ଆନ୍ଦୋଳନ କୁ ତେଜିଆନ କରିବା ଲାଗି ସମସ୍ତ ସଂଘଠିତ ଓ ଅସଂଗଠିତ ଶ୍ରମିକ ମାନଙ୍କୁ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜ୍ୟୋତି ସେନାପତି, ଚିତ୍ର ସେନ ସେଠି, ଲୋକନାଥ ବାରିକ ତାଙ୍କର ବକ୍ତ୍ୟବ୍ୟ ରଖିଥିଲେ। ଏହି ଶ୍ରମିକ ଦିବସ ରେ ସଫେଇ କର୍ମଚାରୀ, ଠିକା ଶ୍ରମିକ, ଘରୋଇ ମହିଳା ଶ୍ରମିକ, ନିର୍ମାଣ ଶ୍ରମିକ ମାନେ ଯୋଗଦେଇ ଶ୍ରମିକ ମାନଙ୍କ ର ଆଗମୀ ଆନ୍ଦୋଳନ କୁ ତୀବ୍ର କରିବାକୁ ସଂକଳ୍ପ ନେଇଥିଲେ।

