ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତରେ ୨୧ ରୁ ଉର୍ଦ୍ଧ ଛେଳି ମେଣ୍ଢା ମୃତ 

ବଜ୍ରାଘାତରେ ୨୧ ରୁ ଉର୍ଦ୍ଧ ଛେଳି ମେଣ୍ଢା ମୃତ 

ହିଞ୍ଜିଳିକାଟୁ ୦୩/୦୫ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଥାନା ପାଟପୁର ନିକଟସ୍ଥ ଟାଟା ପାୱାର ଷ୍ଟ୍ରକଚର ନିକଟରେ ରବିବାର ଅପରାହ୍ନ ସମୟରେ କାଳବୈଶାଖୀ ବାରମ୍ବାର ବିଜୁଳି ପ୍ରଭାବରେ ବଜ୍ରାଘାତରେ ୨୧ ରୁ ଉର୍ଦ୍ଧ ଛେଳି ମେଣ୍ଢାଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ କିଛି ଦିନ ହେଲା ସନ୍ଧ୍ୟା ସମୟରେ କାଳବୈଶାଖୀ ବର୍ଷା ,ବିଜୁଳି ସହ ଘଡ଼ଘଡି ଲାଗିରହିଥିବା ବେଳେ ବିଭିନ୍ନ ଅଞ୍ଚଳରେ ଏହାର ତାଣ୍ଡବ ଦେଖିବାକୁ ମିଳୁଛି । ଏହାର ପ୍ରଭାବରେ କେଉଁଠି ବଡ଼ ବଡ଼ ଗଚ୍ଛ ଭାଙ୍ଗିଯାଇଛି ଏବଂ ଅନ୍ୟ କେଉଁଠି କୁଆପଥର ବର୍ଷା ହେବାର ଦେଖିବାକୁ ମିଳୁଛି । କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ମଧ୍ୟ ବାଧା ପ୍ରାପ୍ତ ହେଉଛି। ସୂଚନା ଯୋଗ୍ୟ ଯେ ଶିଖରପୁର, ଗଣ୍ଡଳା ଏବଂ ସଦା ଶିବପୂର୍ ଗ୍ରାମର ଗୋବିନ୍ଦ ଗୌଡ, ଦିପୁ ଗୌଡ, ପରି ଗୌଡ ଏବଂ ସୁଦୁରୁ ଗୌଡ ପ୍ରତିଦିନ ଭଳି ଆଜି ମଧ୍ୟ ଛେଳି ମେଣ୍ଡା ମାନଙ୍କୁ ନେଇ ଚରେଇବା ପାଇଁ ସକାଳୁ ଘରୁ ବାହାରିଥିଲେ । କାଳବୈଶାଖୀ ପ୍ରଭାବରେ ହଟାତ୍ ବର୍ଷା,ସାଙ୍ଗକୁ ଘଡ଼ଘଡ଼ି ସହ ବିଜୁଳି ମାରିବା ଆରମ୍ଭ ହୋଇଯାଇଥିଲା ଯାହଫଳରେ ପାଟପୁର ନିକଟସ୍ଥ ଟାଟା ପାୱାର ଷ୍ଟ୍ରକଚର ନିକଟରେ ଥିବା ଛେଳି ମେଣ୍ଡା ରହିଥିବା ବେଳେ ହଠାତ୍ ବଜ୍ରାଘାତରେ ୨୧ ରୁ ଉର୍ଦ୍ଧ ଛେଳି ମେଣ୍ଢାଙ୍କର ମୃତ୍ୟୁ ଘଟିଛି ।ମାଲିକଙ୍କ କହିବା ପ୍ରକାରେ ଘଟିଥିବା ଘଟଣା ବିଷୟରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଏବଂ ପଶୁ ଡାକ୍ତରଖାନାକୁ ସୂଚନା ଦେଇଥିଲେ ।

Related posts

କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କାୟକଲ୍ପ ଟିମ

Sunil Chandra Nayak

କପିଳlଶ ପୀଠ କୁ ଆସିଲା ଅନୁଗୁଳ ରେ ଗୋଡ଼ ଭଙ୍ଗା ହାତୀ କପିଳାଶ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଯନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ନିକଟରେ ଲୋକାର୍ପଣ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!