ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରଙ୍କୁ ଫାଙ୍କିଦେଲେ କୁଳପତି ଡ. ଗୀତାଞ୍ଜଳୀ ଦାସ : ପୁଣି ଆଦାୟ ହେବ ହଷ୍ଟେଲ ଫି

ଛାତ୍ରଙ୍କୁ ଫାଙ୍କିଦେଲେ କୁଳପତି ଡ. ଗୀତାଞ୍ଜଳୀ ଦାସ : ପୁଣି ଆଦାୟ ହେବ ହଷ୍ଟେଲ ଫି

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଜବ ନିତି , ଅନୁଶାସନ ନାମରେ ଏକଛତ୍ରବାଦ ଶାସନ ଚାଲିଛି । ଛାତ୍ରଙ୍କୁ ସୁବିଧାସୁଯୋଗ ଯୋଗାଇଦେବା ପରିବର୍ତ୍ତେ ଅସୁବିଧାକୁ ଠେଲିଦେଉଛନ୍ତି କୁଳପତି ଡ .ଗୀତାଞ୍ଜଳି ଦାସ । 

 ଦକ୍ଷିଣ ଓଡ଼ିଶାର ଶିକ୍ଷାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଧିକାଂଶ ଛାତ୍ରଛାତ୍ରୀ ସାଧାରଣ ଚାଷୀ ମୂଲିଆ ଗରିବ ଘରର ଦୂରଦୂରାନ୍ତରୁ ଏଠି ଉଚ୍ଚଶିକ୍ଷା ନିମନ୍ତେ ପାଠ ପଢିବା ପାଇଁ ଆସନ୍ତି । ହେଲେ ସେମାନଙ୍କ ଦୁଃଖ ଶୁଣିବ କିଏ । ଓଡ଼ିଶାର ଅନ୍ୟ ବିଶ୍ବବିଦ୍ୟାଳୟ ତୁଳନାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଆଡେ ଅଧିକ ହଷ୍ଟେଲ ଫି ଆଦାୟ କରୁଛନ୍ତି ବୋଲି ଶହ ଶହ ଛାତ୍ରଛାତ୍ରୀ ବର୍ଷେ ତଳେ ଆନ୍ଦୋଳନକୁ ଓହ୍ଲାଇଥିଲେ , ଯାହାଫଳରେ ବିଶ୍ବବିଦ୍ୟାଳୟ ନାକେଦମ ହୋଇ ଫି କମେଇବାକୁ ବାଧ୍ଯ ହୋଇଥିଲେ। ଆଉ ୭୦୦ ଟଙ୍କା କମାଗଲା ‘ହଷ୍ଟେଲ ରିଆଡମିସନ’ ଫି ବୋଲି ବିଶ୍ଵବିଦ୍ୟାଳୟ ଏକ ନୋଟିସ ଜାରି କରିଥିଲେ । ସେନୁଯାୟୀ ସମସ୍ତେ ଛାତ୍ରଛାତ୍ରୀ ୭୦୦ ଟଙ୍କା କମେଇ ହଷ୍ଟେଲ ଫି ବାନ୍ଧିଥିଲେ । ତେବେ ପୁଣି ବର୍ଷ ଶେଷରେ ନିଜ କଥାରୁ ଓହରିଯାଇଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି। ସେ କଥା କୁଆଡେ ବିଧିବଦ୍ଧ ନଥିଲା ବୋଲି ପୁଣି କହୁଛନ୍ତି । ତେବେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କସନ ଟଙ୍କାରୁ ୭୦୦ ଟଙ୍କା ଆଦାୟ କରାଯିବାକୁ ନେଇ ସିଣ୍ଡିକେଟରେ ନିଷ୍ପତ୍ତି ହୋଇଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ଏବେ ସମସ୍ତେ କହୁଛନ୍ତି କଥାଦେଇ ଠକିଦେଲେ ଭିସି ଗୀତାଞ୍ଜଳି ଦାସ। ଗଲାବେଳେ ବିଶ୍ବାସରେ ବିଷ ଦେଇଦେଲେ ଭିସି , ବୋଲି ଭଞ୍ଜବିହାର କେମ୍ପସରେ ଜୋରଦାର ଆଲୋଚନା ଚାଲିଛି ।

   ତେବେ ହଷ୍ଟେଲର ଅନେକ ଛାତ୍ରଛାତ୍ରୀ ଇଣ୍ଟରନେଟ ୟୁଟ୍ଯବରୁ ବିଭିନ୍ନ ପରୀକ୍ଷା ପାଇଁ କୋଚିଙ୍ଗ ନେଉଛନ୍ତି । ତେବେ କିଛିଦିନ ହେଲା ହଷ୍ଟେଲ ଇଣ୍ଟରନେଟକୁ ସମସ୍ଯାକୁ ନେଇ ଛାତ୍ରଙ୍କ ମଧ୍ଯରେ ଅସନ୍ତୋଷ ବଢିଛି । କାରଣ ଇଣ୍ଟରନେଟ ବ୍ୟବହାର ବେଳେ ଗୁଗଲ ବ୍ଯଥିତ ୟୁଟ୍ୟୁବ ଓ ଅନ୍ଯ ସାଇଟ ଗୁଡିକ ଠିକ ଭାବେ ଚାଲୁନାହିଁ । ବିଶ୍ବବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀଙ୍କ ଆଗକୁ ନେଟ ଓ ଅନ୍ଯାନ୍ଯ ପରୀକ୍ଷା ରହିଥିବାରୁ ଅଧିକାଂଶ ୟୁଟ୍ୟୁବରୁ କୋଚିଙ୍ଗ ନେଉଛନ୍ତି ଏବେ ସେମାନଙ୍କ ପାଠ ପଢାରେ ପ୍ରଭାବ ପଢିଛି ।ଯାହାଫଳରେ ଅନେକ ଛାତ୍ରଛାତ୍ରୀ ଏବେ ହନ୍ତସନ୍ତ ହେଉଛନ୍ତି ।

 ତେବେ ଗୋଟେ ଏକାଡେମୀର ମୁଖ୍ୟ କିଭଳି କଥାଦେଇ କଥାରୁ ଓହରିଯାଉଛନ୍ତି। ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧାସୁଯୋଗ ନଦେଇ ହଇରାଣ କରିବାକୁ ପଛାଉନାହାନ୍ତି , ବୋଲି ଛାତ୍ର ନେତା ଇଜୁ ଅମିନ ଖାନ ଓ ସନ୍ତୋଷ କୁମାର ବେହେରା ଚିନ୍ତା ପ୍ରକାଶ କରିଛନ୍ତି ।

Related posts

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ

Sunil Chandra Nayak

ବିଜେପି ପକ୍ଷରୁ ବାଣପୁର ପଞ୍ଚୁଦୋଳ ଯାତ୍ରା ପଡିଆକୁ ସଫେଇ !!!

Sunil Chandra Nayak

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ବିକାଶର ଢୋଲ ବାଜୁଛି, ଗର୍ଭବତୀ ଆଜି ବି ଖଟିଆରେ !

Sunil Chandra Nayak

Leave a Comment

error: Content is protected !!