ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ପୂରାତନ ଓଡ଼ିଆ ଅନୁଷ୍ଠାନ ଆଦର୍ଶ ପାଠାଗାରରେ ତାଲା ପକାଇଲା ଆରଏସପି  ବିଭିନ୍ନ ଅନୁଷ୍ଠାନ ତରଫରୁ ନିନ୍ଦା , ବୁଦ୍ଧିଜୀବୀଙ୍କ ଉଦବେଗ

ସର୍ବ ପୂରାତନ ଓଡ଼ିଆ ଅନୁଷ୍ଠାନ ଆଦର୍ଶ ପାଠାଗାରରେ ତାଲା ପକାଇଲା ଆରଏସପି 

ବିଭିନ୍ନ ଅନୁଷ୍ଠାନ ତରଫରୁ ନିନ୍ଦା , ବୁଦ୍ଧିଜୀବୀଙ୍କ ଉଦବେଗ 
ଆସନ୍ତା ୨୧ ପରେ ବାହାରିପାରେ ସମାଧାନର ସୂତ୍ର 

ରାଉରକେଲା: ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ, ଆରଏସପି ଓଡ଼ିଆ ଅସ୍ମିତାକୁ ପଦାଘାତ କରି ଦୀର୍ଘ ୬୭ ବର୍ଷର ଅନୁଷ୍ଠାନ ଆଦର୍ଶ ପାଠାଗାର ତଥା ଭଞ୍ଜଭବନ କୁ ନିଜ ଅକ୍ତିଆରକୁ ନେଇ ତାଲା ପକାଇଦେଇଛି। ୧୯୫୮ ମସିହାରେ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ପ୍ରତିଷ୍ଠିତ ହୋଇଥିବା ଆଦର୍ଶ ପାଠାଗାରକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଶ୍ବନାଥ ଦାଶ ୧୯୭୪ ମସିହାରେ ବିନା ମୂଲ୍ୟରେ ୩୦ ବର୍ଷ ଲିଜ୍ ରେ ଦେଇଥିଲେ। ଯାହାର ଅବଧି ୨୦୦୪ ମସିହା ପର୍ଯ୍ୟନ୍ତ ଥିଲା। ଏହି ଅନୁଷ୍ଠାନ ନିଜର ସାମାଜିକ, ସାହିତ୍ୟ ତଥା ସଂସ୍କୃତି ର ପ୍ରତିବଦ୍ଧତା ପାଇଁ ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଓଡ଼ିଶାରେ ସାହିତ୍ୟ, ଅଭିନୟ,କଳା ସଂସ୍କୃତିର ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା। ଏଥିରେ ଆରଏସପି ର ଅଧିକାରୀମାନେ ବିଭିନ୍ନ ସମୟରେ ସଭାପତି ପଦ ଅଳଙ୍କୃତ କରୁଥିଲେ। ସୂଚନାଯୋଗ୍ୟ ଯେ ଏଠାରେ ଥିବା ଭଞ୍ଜ ପ୍ରକଳ୍ପ ନିର୍ମାଣ ପାଇଁ ରାଉରକେଲାର ସମସ୍ତ ଓଡ଼ିଆ ପ୍ରେମୀ ଜନସାଧାରଣ, ଶିଳ୍ପପତି,ବ୍ୟବସାୟୀ ଏପରିକି ତତ୍କାଳୀନ ଆରଏସପିର ମୁଖ୍ୟ ଡ଼ଃ ସନକ ମିଶ୍ର ଙ୍କ ପ୍ରଚେଷ୍ଟାରେ ସମ୍ପୁର୍ଣ୍ଣ ରୂପ ଲାଭ କରିଥିଲା। ଏହି ପ୍ରକଳ୍ପ ପାଇଁ ୧୯୮୨ ମସିହାରେ ଆଦର୍ଶ ପାଠାଗାର ଏକ ଟ୍ରଷ୍ଟ ଯାହା ଭଞ୍ଜ ସାଂସ୍କୃତିକ ନ୍ୟାସ ନାମରେ ଗଠନ କରି ଏହାର ନିର୍ମାଣ ଦାୟିତ୍ବ ଅର୍ପଣ କରିଥିଲା। ୧୯୮୨ ରୁ ୨୦୨୨ ପର୍ଯ୍ୟନ୍ତ ଆରଏସପି ର ମୁଖ୍ୟମାନେ ଟ୍ରଷ୍ଟର ମୁଖ୍ୟ ହୋଇ ରହିଆସୁଥିଲେ। ଆଦର୍ଶ ପାଠାଗାର ବିଭିନ୍ନ ସମୟରେ ପୁସ୍ତକମେଳା, କୁମାର ପୂର୍ଣ୍ଣିମା,ରଜ ମହୋତ୍ସବ, ମାସିକ ସାହିତ୍ୟ ଆସର,ପଣା ସଂକ୍ରାନ୍ତି, ମହାପୁରୁଷଙ୍କ ଜୟନ୍ତୀ, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବୈ।ଦ୍ଧିକତା ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଥିଲା। ଯାହା ଓଡିଆ ମାନଙ୍କ ପାଇଁ ଗର୍ବ ଗୈ।ରବ ର ବିଷୟ ଥିଲା। ଏଥିପାଇଁ ଆଦର୍ଶ ପାଠାଗାରକୁ ପ୍ରଦତ୍ତ ୩ ଏକର ୧୯ ଡିସିମିଲ ଜାଗାରେ ସଦୃଶ ଭଞ୍ଜ ଅଡିଟୋରିୟମ, ଭଞ୍ଜ ସାଂସ୍କୃତିକ ନ୍ୟାସ, ଭଞ୍ଜ କଳା କେନ୍ଦ୍ର, ଆଦର୍ଶ ପାଠାଗାର ଓ ଲାଇବ୍ରେରୀ ତଥା ଆଦର୍ଶ ସାହିତ୍ୟ ଘର ତିଆରି କରାଯାଇ ବିଭିନ୍ନ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନକୁ ସ୍ବଳ୍ପ ମୂଲ୍ୟରେ ଦିଆଯାଇ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିଆସୁଥିଲା।

୧୯୯୩ ମସିହାରେ ଆରଏସପି ଓ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ରାଜିନାମା ଅନୁଯାୟୀ ଏକ ସବଲିଜ୍ କମିଟି ଗଠନ କରାଯାଇଥିଲା। ସେଥିରେ ୩ ଜଣ ଆରଏସପି ଅଧିକାରୀ ଓ ୩ଜଣ ରାଜ୍ୟ ସରକାରଙ୍କ ପ୍ରତିନିଧି ରହୁଥିଲେ। ଏହି କମିଟି ୨୦୧୦ ମସିହାରେ ଓଡ଼ିଶା ସରକାରଙ୍କୁ ୧ ଟଙ୍କା ମୂଲ୍ୟ ବିନିମୟରେ ୩୩ବର୍ଷ ପାଇଁ ଅର୍ଥାତ୍ ୨୦୩୭ ମସିହା ପର୍ଯ୍ୟନ୍ତ ଲିଜ୍ ନବୀକରଣ କରିବା ପାଇଁ ସୁପାରିଶ କରିଥିଲା। ୨୦୧୦ ରେ ପଠାଯାଇଥିବା ସୁପାରିଶକୁ ରାଜ୍ୟ ସରକାର ୨୦୧୧ମସିହା (୧୭/୦୧/୨୦୧୧) ରେ ତାହାକୁ ଅନୁମୋଦନ କରି ଏକ ତ୍ରିପାକ୍ଷିକ ରାଜିନାମା କରିବା ପାଇଁ ନିର୍ଦ୍ଦେଶ ଦେଲେ। ତେବେ ମୂଳ ଅନୁମୋଦନକୁ ଉପେକ୍ଷା କରି ଆରଏସପି କର୍ତ୍ତୃପକ୍ଷ ବାର୍ଷିକ ପ୍ରାୟ ୬/୭ ଲକ୍ଷ ଟଙ୍କା ୨୦୦୪ ମସିହାରୁ ଦେବାପାଇଁ ପାଠାଗାରକୁ ନିର୍ଦ୍ଦେଶ ଦେଲେ। ଏହାକୁ ନେଇ ପାଠାଗାର ଓ ଆରଏସପି ମଧ୍ୟରେ ବିବାଦ ସୃଷ୍ଟି ହେଲା। ଶେଷରେ ତାହା ନ୍ୟାୟାଳୟ ପର୍ଯ୍ୟନ୍ତ ଗଲା। ନ୍ୟାୟାଳୟରେ ମାମଲା ବିଚାରଧୀନ ଥିଲା ବେଳେ ବଳପୂର୍ବକ ଭାବେ ଆରଏସପି କର୍ତ୍ତୃପକ୍ଷ ନିଜ ଅଧୀନକୁ ନେଇ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି କୁଠାରାଘାତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଓଡ଼ିଶାର ଜଙ୍ଗଲ,ଜମି,ପାଣି, ଖଣି ସବୁ ବ୍ୟବହାର କରୁଥିବାବେଳେ ଏକ ଅମାନବୀୟ ଭାବରେ ଓଡ଼ିଆ ଅସ୍ମିତା ପ୍ରତି ଆକ୍ରମଣକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ତେବେ ଶେଷ ଖବର ଅନୁଯାୟୀ ପାଠାଗାର କର୍ମକର୍ତ୍ତା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଏସମ୍ପର୍କରେ ଅବଗତ କରାଇ ସମାଧାନ କରିବା ପାଇଁ ଅନୁରୋଧ କରିବାରୁ ଶ୍ରୀ ଓରାମ, ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଓ ଆରଏସପିର ମୁଖ୍ୟ ଆଲୋକ ବର୍ମା ପ୍ରମୁଖ ଏକ ବୈଠକରେ ମିଳିତ ହୋଇ ଆଲୋଚନା ପରେ ଶ୍ରୀ ବର୍ମା ଏହାକୁ ଆସନ୍ତା ୨୧ ତାରିଖ ପରେ ଏହାର ଏକ ସମାଧାନ ରାସ୍ତା ବାହାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କନିଷ୍ଟ ଶିକ୍ଷକ ମାନେ ନିଜ ଦାବି ହାସଲ ପାଇଁ ପୋଷ୍ଟ କାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ

Sunil Chandra Nayak

ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ” ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ବିପ୍ର ଫାଉଡେସନ୍ ତରଫରୁ ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!