ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହଷ୍ଟେଲ ଫି ପୁଣି ଆଦାୟକୁ ନେଇ ତାତିଲା ଭଞ୍ଜବିହାର : ଛାତ୍ରଛାତ୍ରୀ ଆନ୍ଦୋଳନ ପାଇଁ ହେଉଛନ୍ତି ସଜବାଜ 

ହଷ୍ଟେଲ ଫି ପୁଣି ଆଦାୟକୁ ନେଇ ତାତିଲା ଭଞ୍ଜବିହାର : ଛାତ୍ରଛାତ୍ରୀ ଆନ୍ଦୋଳନ ପାଇଁ ହେଉଛନ୍ତି ସଜବାଜ 

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଜବ ନିତି , ବର୍ଷେ ତଳେ ଯାହା ଛାଡ କରିଥିଲେ ଏବେ ତାହା ଆଦୟ କରୁଛନ୍ତି , ‘ହଷ୍ଟେଲ ଛାଡିବା ସମୟରେ କସନ ଟଙ୍କା ଆଦାୟକୁ ନେଇ ବିଭ୍ରାଟ ଦେଖାଦେଇଛି । ମୌଳିକ ସୁବିଧା ଯୋଗାଇଦେବା ପାଇଁ ମଧ୍ଯ ବିଭିନ୍ନ ସମୟରେ ଦାବି ଉଠିଥାଉଛି । ଏ ନେଇ ଆଜି ବିଶ୍ବବିଦ୍ୟାଳୟର ଏକ ଛାତ୍ର ପ୍ରତିନିଧି ମଣ୍ଡଳୀ କୁଳପତି ଡ .ଗୀତାଞ୍ଜଳି ଦାସଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଦକ୍ଷିଣ ଓଡ଼ିଶାର ଶିକ୍ଷାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅଧିକାଂଶ ଛାତ୍ରଛାତ୍ରୀ ସାଧାରଣ ଚାଷୀ ମୂଲିଆ ଗରିବ ଘରରୁ ଦୂରଦୂରାନ୍ତରୁ ଏଠି ଉଚ୍ଚଶିକ୍ଷା ନିମନ୍ତେ ପଢିବା ପାଇଁ ଆସିଥାନ୍ତି । ତେବେ ବର୍ତ୍ତମାନ କସନ ଟଙ୍କାରୁ ୭୦୦ ଟଙ୍କା କଟାଯିବାକୁ ନେଇ ସେମାନଙ୍କ ଉପରେ ଚଢକ ପଢିଛି । ଓଡ଼ିଶାର ଅନ୍ୟ ବିଶ୍ବବିଦ୍ୟାଳୟ ତୁଳନାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଆଡେ ଅଧିକ ହଷ୍ଟେଲ ଫି ଆଦାୟ କରୁଛନ୍ତି ବୋଲି ଶହ ଶହ ଛାତ୍ରଛାତ୍ରୀ ବର୍ଷେ ତଳେ ଆନ୍ଦୋଳନକୁ ଓହ୍ଲାଇଥିଲେ , ଯାହାଫଳରେ ବିଶ୍ବବିଦ୍ୟାଳୟ ନାକେଦମ ହୋଇ ଫି କମେଇବାକୁ ବାଧ୍ଯ ହୋଇଥିଲେ। ଏବଂ ହଷ୍ଟେଲ ରିଆଡମିସନ ଫି ୭୦୦ ଟଙ୍କା କମେଇ ବିଶ୍ଵବିଦ୍ୟାଳୟ ଏକ ନୋଟିସ ଜାରି କରିଥିଲେ । ସେନୁଯାୟୀ ସମସ୍ତେ ଛାତ୍ରଛାତ୍ରୀ ୭୦୦ ଟଙ୍କା କମେଇ ହଷ୍ଟେଲ ଫି ବାନ୍ଧିଥିଲେ । ତେବେ ପୁଣି ବର୍ଷ ଶେଷରେ ନିଜ କଥାରୁ ଓହରିଯାଇଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି। ସେ କଥା କୁଆଡେ ବିଧିବଦ୍ଧ ନଥିଲା ବୋଲି ପୁଣି କହିଛନ୍ତି । ତେବେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କସନ ଟଙ୍କାରୁ ୭୦୦ ଟଙ୍କା ଆଦାୟ କରାଯିବାକୁ ନେଇ ସିଣ୍ଡିକେଟରେ ନିଷ୍ପତ୍ତି ହୋଇଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ଏବେ ସମସ୍ତେ କହୁଛନ୍ତି କଥାଦେଇ ଓହରିଗଲେ ଭିସି ଗୀତାଞ୍ଜଳି ଦାସ ବୋଲି ଭଞ୍ଜବିହାର କେମ୍ପସରେ ଜୋରଦାର ଆଲୋଚନା ଚାଲିଛି ।

    ତେବେ ଏ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ଏଥିରେ ଛାତ୍ର ନେତା ଇଜୁ ଅମିନ ଖାନଙ୍କ ନେତୃତ୍ବରେ ସନ୍ତୋଷ କୁମାର ବେହେରା , ଅନିରୁଦ୍ଧ କୁମାର ରାଣା , ନୀଳାଞ୍ଚଳ ମହାନ୍ତି, ମନିଷା କହଁର, ଆଫିଆ ଖାନୁନ୍ , ବାଲ୍ମୀକି ସେଠୀ , ଏନ୍ କାମରାଜୁ ପାତ୍ର , ବିକାଶ ପ୍ରଧାନ ଓ ଅଭିଜିତ ଚିଛନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts

ସୁରଟ ରେ ଓଡ଼ିଆ ଶ୍ରମିକ ମୃତ 

Sunil Chandra Nayak

ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି 

Sunil Chandra Nayak

ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା

masiha

Leave a Comment

error: Content is protected !!