ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାରର କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା 

ଗରିମା ପରିବାରର କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା 

ରାଉରକେଲା: ଗରିମା ପରିବାରର ତରଫରୁ ସିବିଏସଇ,ଆଇସିଏସଇ ଓ ମାଟ୍ରିକ ବୋର୍ଡରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପରିବାରର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନର ମୁଖ୍ୟ ଶଙ୍କର ଜେନାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସୁନିଲ କାୟଲ,ପବନ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ ଓ ପୃଷ୍ଠପୋଷକ ଡ ସମ୍ପାଦିକା ମହାନ୍ତି, ଲଳିତା ମୁଦୁଲି, ଅଧ୍ୟକ୍ଷା ନିହାରିକା ବସ୍ତିଆ, ସଭାପତି ମମତା ନାୟକ, ସମ୍ପାଦିକା ଡ ସରିତା ମଲ୍ଲ ଓ କାର୍ଯ୍ୟକ୍ରମ ର ସଂଯୋଜିକା ସୁମିତା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବଚନ ସହ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ। ଗରିମା ପରିବାରର ସଦସ୍ୟା ଶଙ୍ଖରିନା ପ୍ରଧାନ, ତପସ୍ଵିନୀ ପାତ୍ର, ଶାନ୍ତିଲତା ବାରିକ ଓ ନିହାରିକା ବସ୍ତିଆଙ୍କ ପୁତ୍ର ତଥା କନ୍ୟା ସର୍ବଶ୍ରୀ ସାର୍ଥିକ ନିତ୍ୟାନ,ନବଜିତ୍ ବସ୍ତିଆ, ଶୁଭ୍ରାଂଶୁ ପ୍ରଧାନ,ଶୋଭନ ବାରିକ ଓ ଶ୍ରେୟାଂଶୀ ବାରିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ସମୟାନୁବର୍ତ୍ତିତା, ଦାୟିତ୍ୱବୋଧ, ଶୃଙ୍ଖଳା ଓ ସଂସ୍କାରିତ ହେବାକୁ ପରାମର୍ଶ ଦେବା ସହ ସମାଜରେ ଆଲୋକ ବର୍ତ୍ତିକା ହେବାପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଗରିମା ପରିବାରର ସମସ୍ତ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲାବେଳେ ଶେଷରେ ଆବାହକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଛାତ୍ରାବାସରେ ଅନ୍ତୋବାସିମାନଙ୍କ ସ୍ବାସ୍ଥ୍ୟର ପରୀକ୍ଷା ପାଇଁ ଏକ ଜରୁରୀ କାଳୀନ ବୈଠକ

masiha

ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ମ୍ୟାଲେରିଆ ନିରାକାରଣ ପାଇଁ ତାଲିମ୍ ଶିବିର ଅନୁଷ୍ଠିତ 

Leave a Comment

error: Content is protected !!