ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତରୁ ପଡ଼ି ଶ୍ରମିକ ମୃତ 

ଛାତରୁ ପଡ଼ି ଶ୍ରମିକ ମୃତ 

ଢେ଼ଙ୍କାନାଳ /ସଦର – ଟାଉନ ଥାନା ବନମାଳିପ୍ରସାଦଠାରେ କାମକରୁଥିବା ଜଣେ ଶ୍ରମିକଙ୍କ ଛାତରୁ ଖସିପଡ଼ି ମୃତ୍ୟୁ ହୋଇଛି। ମୃତ ଶ୍ରମିକ ବାହାର ରାଜ୍ୟର ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ। ମଙ୍ଗଳବାର ପୂର୍ବାହ୍ନରେ ଏକ ଘରର କାନ୍ଥ ପ୍ଲାଷ୍ଟର ପାଇଁ ଛାତରେ ଭାଡ଼ା ବାନ୍ଧୁଥିବା ବେଳେ କୌଣସି କାରଣରୁ ତଳକୁ ଖସିପଡ଼ିଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଅନ୍ୟଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ,ଏକ ଠିକା ସଂସ୍ଥା ପକ୍ଷରୁ ଏହି ଘର ନିର୍ମାଣ କାର୍ଯ୍ୟ କରାଯାଉଥିଲା। ସଂସ୍ଥା କାର୍ଯ୍ୟରେ ବାହାର ରାଜ୍ୟର ଶ୍ରମିକଙ୍କୁ ନିୟୋଜିତ କରିଥିଲା। ଡାକ୍ତରଖାନାରୁ ସୂଚନା ପାଇ ଟାଉନ୍ ଥାନା ପୁଲିସ୍ ଶବ ବ୍ୟବଚ୍ଛେଦ କରାଇଛି। ବିଭିନ୍ନ ଠିକା ସଂସ୍ଥା ଶ୍ରମିକଙ୍କୁ କାମରେ ନିୟୋଜିତ କରୁଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଉନାହାନ୍ତି। ଏନେଇ ଶ୍ରମବିଭାଗ ମଧ୍ୟ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେଉଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବିଜାତଳା ରେ ଆୟୁଷ୍ମାନ କାର୍ଡ ଲାଗୁ 

masiha

ପ୍ରଫେସର ସ୍ବର୍ଗତ ପ୍ରହଲ୍ଲାଦ ପଣ୍ଡାଙ୍କ ଅଷ୍ଟମ ବାର୍ଷିକୀ ଶ୍ରାଦ୍ଧୋତ୍ସବ- ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପ୍ରସ୍ତାବ ଗୃହିତ

masiha

ଏସଡିସି ଉପଦେଷ୍ଟାପ୍ରଦୀପ ମାଝୀଙ୍କ ଚନ୍ଦାହାଣ୍ଡି ଗସ୍ତ

masiha

Leave a Comment

error: Content is protected !!