ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , କାଦୁଆଣି – ଦୁମାତାଣ୍ଡି ରାସ୍ତା ରେ ବାଇକ୍ – ବାଇକ୍ ମୁହାଁମୁହିଁ, ଦୁଇ ମୃତ , ଜଣେ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , କାଦୁଆଣି – ଦୁମାତାଣ୍ଡି ରାସ୍ତା ରେ ବାଇକ୍ – ବାଇକ୍ ମୁହାଁମୁହିଁ, ଦୁଇ ମୃତ , ଜଣେ ଗୁରୁତର

ରାଇରଙ୍ଗପୁର – ୬/୦୫ —  ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର କାଦୁଆଣି ନିକଟସ୍ଥ ଦୁମାତାଣ୍ଡି ନିକଟସ୍ଥ ଢ଼ାବା ନିକଟରେ ଆଜି ପୂର୍ବାହ୍ନ ୧୧.୩୦ ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ଆସନା ସାମନା ହେବା ଫଳରେ ଦୁର୍ଘଟଣା ଘଟିଛି ‌ ଘଟଣାସ୍ଥଳୟେ ସମସ୍ତ ୩ ଆରୋହୀ ରାସ୍ତାରେ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।ସରକାରୀ ଆମ୍ବୁଲାନ୍ସରେ ଉଭୟଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଣାଯାଇଥିଲା ।ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣେ ଜୀବନ ମରଣ ସହ ସଂଘର୍ଷ କରୁଛି ।ମୃତକ ହେଲେ ଵହଳଦା ଥାନା ଅନ୍ତର୍ଗତ ଭୁରୁଷା ଗ୍ରାମର ଜୟେଶ ମହାନ୍ତ ପିତା ଫୁଲଚାନ୍ଦ ମହାନ୍ତ ।ଅନ୍ୟଜଣେ ବହଳଦା ଥାନା ଅନ୍ତର୍ଗତ କଣ୍ଟାସୋଳା ଗ୍ରାମର ଜଗଦିଶ ମୁର୍ମୁ ଙ୍କ ମୃତ୍ୟୁ ହୋଇଥିବାବେଳେ ନରସିଂହ ମୁର୍ମୁ ଗୁରୁତର ହୋଇଛନ୍ତି ।ଵହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଗରିବଙ୍କ ବନ୍ଧୁ ଅର୍ଣ୍ଣାଡା ଶଙ୍କର ଦାସ

Sunil Chandra Nayak

ଗୋଟିଏ ଦିନରେ ଭୁବନରେ ଦୁଇ ଦୁଇଟି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା/ବୋଲେରୋ ଧକ୍କାରେ ଚାଲିଗଲା ଦୁଇ ନାବାଳକ ସାଙ୍ଗଙ୍କ ଜୀବନ

Sunil Chandra Nayak

Leave a Comment

error: Content is protected !!