ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁଜନ ସଂଗ୍ରାମ ସମିତି ପକ୍ଷରୁ ତିନି ସକ୍ରିୟ ସଦସ୍ୟଙ୍କ ଜନ୍ମଦିନ ଧୁମଧାମରେ ପାଳିତ

ବହୁଜନ ସଂଗ୍ରାମ ସମିତି ପକ୍ଷରୁ ତିନି ସକ୍ରିୟ ସଦସ୍ୟଙ୍କ ଜନ୍ମଦିନ ଧୁମଧାମରେ ପାଳିତ

ଜୁନାଗଡ଼,୭/୫.(ମନୀ ସ):ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ସମିତିର ତିନିଜଣ ସକ୍ରିୟ ସଦସ୍ୟଙ୍କ ଜନ୍ମଦିନ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହିତ ବାବା ସାହେବ ଆମ୍ବେଦକରଙ୍କ ଷ୍ଟେଚୁ ସମ୍ମୁଖରେ ଧୁମ ଧାମରେ ପାଳନ କରାଯାଇଥିଲା। ସମିତି ସଭାପତି ରଞ୍ଜନ କୁମାର ଜାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁଜନ ଆନ୍ଦୋଳନର ବିଶିଷ୍ଟ ସମାଜସେବୀ ଉଦ୍ଧବଚରଣ ସାହୁ, କ୍ରାନ୍ତିକାରୀ ଯୁବ ସଦସ୍ୟ ବିକ୍ରମ କନ୍ଦପାନ ଓ ସକ୍ରିୟ ସଦସ୍ୟ ବିଶ୍ୱଜିତ ପୂଝାରୀଙ୍କ ଜନ୍ମଦିନକୁ ସମିତି ପକ୍ଷରୁ ମହାସମାରୋହରେ ପାଳନ କରାଯାଇଥିଲା।ଏହି ଅବସରରେ ପ୍ରଥମେ ସମସ୍ତ ସଦସ୍ୟ ସମ୍ବିଧାନ ପ୍ରଣେତା ଡ଼. ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସମାଜରେ ସମାନତା, ଭାଇଚାରା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ଡ଼. ଆମ୍ବେଦକରଙ୍କ ଆଦର୍ଶ ଆଜି ମଧ୍ୟ ପ୍ରେରଣାର ଉତ୍ସ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।ପରବର୍ତ୍ତୀ ସମୟରେ କେକ କାଟି ଜନ୍ମଦିନ ପାଳନ କରାଯାଇଥିଲା ଏବଂ ସମସ୍ତଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା। ସମିତିର ସଦସ୍ୟମାନେ ଜନ୍ମଦିନ ପାଳନ କରୁଥିବା ସଦସ୍ୟଙ୍କୁ ଫୁଲମାଳା ଓ ଶୁଭେଚ୍ଛା ଜଣାଇ ତାଙ୍କର ସାମାଜିକ କାର୍ଯ୍ୟ ଏବଂ ବହୁଜନ ସମାଜ ପ୍ରତି ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଯୁବକ, ସମାଜସେବୀ ଓ ସମିତିର କର୍ମକର୍ତ୍ତାମାନେ ଯୋଗଦେଇ ସାମାଜିକ ଏକତା ଓ ବହୁଜନ ସମାଜର ସଶକ୍ତି କରଣ ପାଇଁ ଏକତ୍ର ହୋଇ କାମ କରିବାକୁ ସଂକଳ୍ପ ନେଇଥିଲେ। ଶେଷରେ ସମିତି ପକ୍ଷରୁ ସମସ୍ତ ଅତିଥି ଓ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁଜନର ନରେନ୍ଦ୍ର କ୍ଷିତି, ଅଞ୍ଜନ କ୍ଷିତି, ସୁଶାନ୍ତ ନାଏକ, ପିର୍ନେନ୍ଦୁ ମାଝୀ, ବିଶ୍ଵନାଥ କର,ରବି ସୁନାନୀ, ସଚିନ ଆନଦାନି, ମିନୁ କନ୍ଦପାନ ପ୍ରମୁଖ ଉପସ୍ଥିତ ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓ ବେକାରୀ ବିରୁଦ୍ଧରେ ସିପିଆଇ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ରାଉରକେଲାରୁ ଆରମ୍ଭ

Sunil Chandra Nayak

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖପ୍ରାଖୋଲ ଭିଡିଓ କନଫରେନ୍ସ ମାଧ୍ୟମରେ ଆମ ହସ୍ପିଟାଲ ଯୋଜନାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

masiha

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ

masiha

Leave a Comment

error: Content is protected !!