ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳି ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣା ,୩ ବର୍ଷର ଅସହାୟ ଶିଶୁକୁ ବିଜେଡିର ଆର୍ଥୀକ ସହାୟତା

ହିଞ୍ଜିଳି ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣା ,୩ ବର୍ଷର ଅସହାୟ ଶିଶୁକୁ ବିଜେଡିର ଆର୍ଥୀକ ସହାୟତା

ଭୁବନେଶ୍ୱର,(ଲିପିକା ରାଣୀ ରାଉତ);୦୭/୦୫/୨୦୨୬: ହିଞ୍ଜିଳିର ଖରିଡା ଗ୍ରାମରେ ଗର୍ଭବତୀ ମହିଳା ହତ୍ୟା ଘଟଣାରେ ଜୀବିତ ୩ ବର୍ଷର ଶିଶୁଙ୍କୁ ବିଜୁ ଜନତା ଦଳ ତରଫରୁ ମାନ୍ୟବର ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଶିଶୁ ରହୁଥିବା ବ୍ରହ୍ମପୁର ସ୍ଥିତ ଉକ୍ରଳ ବାଳାଶ୍ରମ ଗସ୍ତ କରି ଦଳର ଏକ ପ୍ରତିନିଧିମଣ୍ଡଳୀ ଏହି ସହାୟତା ରାଶି ପ୍ରଦାନ କରିଥିଲେ । ଶିଶୁ ନାମରେ ବ୍ୟାଙ୍କରେ ସ୍ଥାୟୀ ଜମା ଆକାରରେ ଏହି ଅର୍ଥ ରାଶି ରଖିବା ପାଇଁ ବାଳାଶ୍ରମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା । ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଡ. ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ମେୟର ସଂଘମିତ୍ରା ଦଳାଇ ଓ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ପ୍ରମୁଖ ରହିଥିଲେ ।

Related posts

ରାଇଘର ବ୍ଲକରେ ମନରେଗା ଯୋଜନା , ଖୁଲମ୍ ଖୁଲା ଚାଲିଛି ମେସିନ କାର୍ଯ୍ୟ

Sunil Chandra Nayak

ରାଉରକେଲା ସୋସିଆଲ ସୋସାଇଟି ତରଫରୁ ଶିଶୁ ଦିବସ ପାଳନ 

Sunil Chandra Nayak

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ପ୍ରସ୍ତୁତି

masiha

Leave a Comment

error: Content is protected !!