ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏସ.ଡି.ପି.ଓ ଙ୍କ ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି ପରେ ଧାରଣା ରୁ ଓହରିଲେ ମୃତକ ଙ୍କ ପରିବାର

କୋକସରା,୧୨/୫- (ମ ନି ସ )   କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ କେନ୍ଦୁଡଙ୍ଗରି ଗାଁ ରେ ଗତ ୩ ତାରିଖରେ ସେହି ଗ୍ରାମର ଜଣେ ଯୁବକ ଦ୍ଵାରିକା ଦାସ ଙ୍କୁ ହତ୍ୟା କରି ଅଭିଯୁକ୍ତ ମାନେ ଆତ୍ମହତ୍ୟା ର ରୁପ ଦେବାକୁ ଏକ ଗଛରେ ଟାଙ୍ଗି ଦେଇଥିଲେ। ସୁପରିକଳ୍ପିତ ହତ୍ୟା ନେଇ ପରିବାର ବର୍ଗଙ୍କ ଅଭିଯୋଗ ପରେ ଆମପାଣି ପୋଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ କରିବା ପରେ ଘଟଣା ର ଏକ ସପ୍ତାହ ପରେ ୩ ଜଣ ଯୁବକଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଛି। ତେବେ ମୃତ ଯୁବକ ଙ୍କ ବାପା ଟିକେଶ୍ୱର ଦାସ ଓ ପରିବାର ବର୍ଗ ଙ୍କ ଅଭିଯୋଗ କୁ ଅଣଦେଖା କରି ପୋଲିସ ହତ୍ୟା ଘଟଣାରେ ସଂପୃକ୍ତ ନଥିବା ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ପରିବାର ପ୍ରତିବାଦ କରିବା ସହ ବୁଧବାର ସନ୍ଧ୍ୟାରୁ ଆମପାଣି ପୋଲିସ ଆଗରେ ପ୍ରକୃତ ହତ୍ୟାକାରୀ କୁ ଗିରଫ କରିବା ଦାବି କରି ମୃତକ ଙ୍କ ପରିବାର ଓ ସମ୍ପର୍କୀୟ ମହିଳା ମାନେ ଧାରଣା ଦେଇଥିଲେ। ଘଟଣା ସମ୍ପର୍କରେ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କୁ ଅବଗତ କରାଇବା ପରେ ସେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ସହ ଆଲୋଚନା କରି ଧାରଣା ରେ ବସିଥିବା ମୃତକ ଙ୍କ କକା ନବାଵ ଦାସ ଙ୍କ ସହ ଫୋନ ରେ କଥା ହୋଇ ଗୁରୁବାର ତଦନ୍ତ ରେ ଯିବେ ଓ ପରିବାର ହତ୍ୟା ଅଭିଯୋଗ ଆଣିଥିବା ବ୍ୟକ୍ତି ଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ ବୋଳି କହିଥିଲେ। ତେବେ ପୋଲିସ ର କଥାରେ ଭରସା ନ କରି ଗୁରୁବାର ସକାଳେ ପୁଣି ପରିବାର ବର୍ଗ ଓ ମହିଳା ମାନେ ଥାନା ରେ ପହଞ୍ଚି ଧାରଣାରେ ବସି ରହିଥିଲେ। ମଧ୍ୟାହ୍ନ ରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ଓ ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପହଞ୍ଚି ଧାରଣାରେ ବସିଥିବା ମୃତ ଯୁବକ ଙ୍କ ବାପା ଓ ପରିବାର ବର୍ଗ ଙ୍କ ସହ କଥାବାର୍ତ୍ତା ହୋଇ ତଦନ୍ତ କରିବାକୁ ଏକ ସପ୍ତାହ ସମୟ ମାଗିବା ସହ ଅତିରିକ୍ତ ଏସ.ପି ଆସି ଘଟଣା ର ତଦନ୍ତ କରିବେ ପୋଲିସ ର ତଦନ୍ତ ସରିନାହିଁ ଯଦି ଆପଣଙ୍କ ଅଭିଯୋଗ ଅନୁସାରେ ଅନ୍ୟ କୌଣସି ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟଣା ରେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ମଧ୍ୟ ତଦନ୍ତ ପରିସର କୁ ନିଆଯିବ ବୋଳି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି।

Related posts

ଓଡ଼ିଶାରେ ଓଡ଼ିଆ ଭଦ୍ରଲୋକ ଡାକଘରେ ହଟହଟା 

Sunil Chandra Nayak

ଦୁନିଆରେ ଫୁଲର ବିଚିତ୍ର ସଂସାର…..

ଅବକାରୀ ବିଭାଗ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ: ଅଟୋ ସହ ଦେଶୀ ମଦ ଜବତ

Sunil Chandra Nayak

Leave a Comment

error: Content is protected !!