ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଥାନାରେ ଯୁଭେଣ୍ଟିକା ସେଲ ର ଶୁଭାରମ୍ଭ

ଧରାକୋଟ ଥାନାରେ ଯୁଭେଣ୍ଟିକା ସେଲ ର ଶୁଭାରମ୍ଭ

ଆସିକା, ୮/୫/୨୬ (ଶିବ ଶଙ୍କର ମିଶ୍ର ) ରାଜ୍ୟ ସରକାରଙ୍କ ପକ୍ଷରୁ 10 ବର୍ଷରୁ 19 ବର୍ଷ ବୟସର କିଶୋର ଓ କିଶୋରୀ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ପାଇଁ ପ୍ରତ୍ୟେକ ଥାନାରେ ଜୁଭେଣ୍ଟିକା ସେଲ ର ଶୁଭାରମ୍ଭ ହୋଇଛି । ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ, ଇନ୍ସପେକ୍ଟର ଅଞ୍ଜଳି ବେହେରା, ସି ଡି ପି ଓ ସୁନିଲ ପ୍ରଭା ରଥ,ଶିଶୁ କଲ୍ୟାଣ ପୋଲିସ ଅଧିକାରୀ ସସ୍ମିତା ପଣ୍ଡା ପ୍ରମୁଖ ଆଜିର ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କିଶୋର ଓ କିଶୋରୀ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇଥିଲେ । ଉପସ୍ଥିତ ଅଧିକାରୀ ମାନେ ସାଇବର ସୁରକ୍ଷା, କିଶୋର କିଶୋରୀ ନିର୍ଯାତନା ବିଷୟରେ ସଚେତନ ହେବା, ସେମାନଙ୍କ ଡିଜିଟାଲ ଅଧିକାର, ସୁରକ୍ଷିତ ଅନ ଲାଇନ ବ୍ୟବହାର ସହ ପୀଡିତା ଓ ଆଇନ ସହ ସଂଘର୍ଷରତ ଶିଶୁର ସୁରକ୍ଷା ଓ ଅଧିକାର ବିଷୟରେ ସଚେତନ କରାଇବା ସହ ଥାନାରେ ସେମାନଙ୍କ ପ୍ରତି କରାଯାଉଥିବା ସାବଲୀଳ ବ୍ୟବହାର ସମ୍ପର୍କରେ ଅବଗତ କରାଯାଇଥିଲା । ଆଜିର ବୈଠକରେ ସୁପରଭାଇଯର ସୁଶୀଳା ମଲିକ, ପଦ୍ମାବତୀ ମଲିକ ଙ୍କ ସମେତ ଅଙ୍ଗନୱାଡି କର୍ମୀ, ଅଭିଭାବକ ମାନେ ଉପସ୍ଥିତ ରହିଥିଲେ ।

Related posts

ସଙ୍କଟକାଳୀନ ପ୍ରବାସ ହ୍ରାସ ପାଇଁ ଜିଲ୍ଲା ସ୍ତରୀୟ ସମନ୍ନୟ ବୈଠକ 

Sunil Chandra Nayak

ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ସାହୁ ଜିଲା ସ୍ୱାସ୍ଥ୍ୟସେବା ସମ୍ମାନ ରେ ସମ୍ମାନୀତ

masiha

ବନ୍ଧୁଗାଁ ସମନ୍ୱିତ ବିକାଶ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ 

masiha

Leave a Comment

error: Content is protected !!