ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଥାନାରେ ଯୁଭେଣ୍ଟିକା ସେଲ ର ଶୁଭାରମ୍ଭ

ଧରାକୋଟ ଥାନାରେ ଯୁଭେଣ୍ଟିକା ସେଲ ର ଶୁଭାରମ୍ଭ

ଆସିକା, ୮/୫/୨୬ (ଶିବ ଶଙ୍କର ମିଶ୍ର ) ରାଜ୍ୟ ସରକାରଙ୍କ ପକ୍ଷରୁ 10 ବର୍ଷରୁ 19 ବର୍ଷ ବୟସର କିଶୋର ଓ କିଶୋରୀ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ପାଇଁ ପ୍ରତ୍ୟେକ ଥାନାରେ ଜୁଭେଣ୍ଟିକା ସେଲ ର ଶୁଭାରମ୍ଭ ହୋଇଛି । ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ, ଇନ୍ସପେକ୍ଟର ଅଞ୍ଜଳି ବେହେରା, ସି ଡି ପି ଓ ସୁନିଲ ପ୍ରଭା ରଥ,ଶିଶୁ କଲ୍ୟାଣ ପୋଲିସ ଅଧିକାରୀ ସସ୍ମିତା ପଣ୍ଡା ପ୍ରମୁଖ ଆଜିର ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କିଶୋର ଓ କିଶୋରୀ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇଥିଲେ । ଉପସ୍ଥିତ ଅଧିକାରୀ ମାନେ ସାଇବର ସୁରକ୍ଷା, କିଶୋର କିଶୋରୀ ନିର୍ଯାତନା ବିଷୟରେ ସଚେତନ ହେବା, ସେମାନଙ୍କ ଡିଜିଟାଲ ଅଧିକାର, ସୁରକ୍ଷିତ ଅନ ଲାଇନ ବ୍ୟବହାର ସହ ପୀଡିତା ଓ ଆଇନ ସହ ସଂଘର୍ଷରତ ଶିଶୁର ସୁରକ୍ଷା ଓ ଅଧିକାର ବିଷୟରେ ସଚେତନ କରାଇବା ସହ ଥାନାରେ ସେମାନଙ୍କ ପ୍ରତି କରାଯାଉଥିବା ସାବଲୀଳ ବ୍ୟବହାର ସମ୍ପର୍କରେ ଅବଗତ କରାଯାଇଥିଲା । ଆଜିର ବୈଠକରେ ସୁପରଭାଇଯର ସୁଶୀଳା ମଲିକ, ପଦ୍ମାବତୀ ମଲିକ ଙ୍କ ସମେତ ଅଙ୍ଗନୱାଡି କର୍ମୀ, ଅଭିଭାବକ ମାନେ ଉପସ୍ଥିତ ରହିଥିଲେ ।

Related posts

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ଉଦଯାପନି ସମାରୋହ ଅନୁଷ୍ଠିତ

masiha

କଳାହାଣ୍ଡି ଓ ନୂଆପଡା କୋଳାଧକ୍ଷଙ୍କ ସହିତ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ କୁଳପତିଙ୍କ ବୈଠକ

masiha

ରାୟଗଡ଼ା ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!