ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ବିକାଶ ଏଜୁକେଶନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପି ଏମ୍ ସୂର୍ଯ୍ଯ ମାଗଣା ବିଜୁଳି ଯୋଜନା ତାଲିମ ଓ ଦକ୍ଷତା କାର୍ଯ୍ଯକ୍ରମ

ଶିକ୍ଷା ବିକାଶ ଏଜୁକେଶନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପି ଏମ୍ ସୂର୍ଯ୍ଯ ମାଗଣା ବିଜୁଳି ଯୋଜନା ତାଲିମ ଓ ଦକ୍ଷତା କାର୍ଯ୍ଯକ୍ରମ

ରାଇରଙ୍ଗପୁର:- ୮/୫/  ଆଜି ରାଇରଙ୍ଗପୁର ର ଫିଉଚର ଓଡିଶା ପବ୍ଲିକ ସ୍କୁଲ ପରିସରରେ ପି ଏମ୍ ମାଗଣା ବିଜୁଳୀ ଯୋଜନା ରେ ତାଲିମ ପ୍ରାପ୍ତ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ ଓ ଚତୁର୍ଥ ବ୍ଯାଚ୍ ନିମନ୍ତେ ପୁଞ୍ଜିକରଣ କରିବାର ପ୍ରକ୍ରିୟା ସହ କିପରି ବେକାରୀ ଯୁବକ ଯୁବତୀ ମାନେ ନିଜେ ନିଜକୁ ଆତ୍ମ ନିର୍ଭରଶୀଳ ସକ୍ଷମ ହୋଇପାରିବେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ଯ ପରିଚାଳକ ହରପ୍ରସାଦ ସର୍ଦ୍ଦାର, ନିର୍ଦେଶକ ନମିଲା ସର୍ଦ୍ଦାର, ସହକାରୀ ତପନ କୁମାର ମଣ୍ଡଳ ଓ ପରିଚାଳନା ତାଲିମ ସୂର୍ଯ୍ଯଘର ପରିବାର ରାଇରଙ୍ଗପୁର ପରିଚାଳକ ସଞ୍ଜୟ କୁମାର ନାୟକ ଓ ସର୍ବଶ୍ବରୀ ସର୍ଦ୍ଦାର ଉପସ୍ଥିତ ଥିଲେ । ତେବେ କାର୍ଯ୍ୟକ୍ରମ ର ଶିକ୍ଷା ବିକାଶ ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ଆନୁକୁଲ୍ଯ ରେ ବିଭିନ୍ନ ଜିଲ୍ଲାରେ ବେକାରୀ ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିର୍ଭରଶୀଳ ସକ୍ଷମ କରିବାର ଦାୟିତ୍ବ ଗ୍ରହଣ କରି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ ଦୀର୍ଘ ତିନି ମାସ ଧରୀ ପି ଏମ୍ ସୂର୍ଯ୍ଯଘର ମାଗଣା ବିଜୁଳୀ ଯୋଜନା ରେ ତାଲିମ ଓ ଦକ୍ଷତା ବିକାଶ ତାଲିମ୍ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଆସୁଅଛି । ଏହି ଦକ୍ଷତା ବିକାଶ ତାଲିମ ନେଇ ଅନେକ ଛାତ୍ର ଛାତ୍ରୀଙ୍କୁ ରୋଜଗାର କ୍ଷମ କରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରିଥିଲେ । ବର୍ତ୍ତମାନ ସୁଧା ତିନୋଟି ବ୍ଯାଚ୍ ର ୯୦ ଜଣ ଛାତ୍ର ଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ପ୍ରତ୍ଯେକ ବ୍ଯାଚ୍ ମୋଟ ୩୦ ଜଣ ଛାତ୍ର ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବା ପାଇଁ ମନୋନୟନ କରାଯାଇଥାଏ । ଏହି ତାଲିମ ପ୍ରକ୍ରିୟାରେ ଛାତ୍ର ଛାତ୍ରୀଙ୍କୁ ମାଗଣା ତାଲିମ ସହ ସମସ୍ତ ଖର୍ଚ୍ଚ ବହନ କରାଯାଇଥାଏ ବୋଲି ରାଇରଙ୍ଗପୁର ଜୋନର ପରିଚାଳକ ସଞ୍ଜୟ କୁମାର ନାୟକ ପ୍ରକାଶ କରିଥିଲେ ।।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ବିଦ୍ୟାଳୟ ସମ୍ମୁଖରେ ଗାତ ଖୋଳି ଛାଡି ଦେଇଛି ଠିକାଦାର :ବିପଦ ରେ ଛାତ୍ରଛାତ୍ରୀ 

masiha

ନୂଆପଡ଼ାର ଦୁଇ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ

ଚିନ୍ତାମଣି ବିଦ୍ୟାପୀଠ ୨୦୦୪ ବ୍ୟାଚର ୨୧ ତମ ବନ୍ଧୁ ମିଳନ 

masiha

Leave a Comment

error: Content is protected !!