ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ: ବିଭିନ୍ନ ମାମଲାର ସମାଧାନ, ଲକ୍ଷାଧିକ ଟଙ୍କା ଆଦାୟ

ଧର୍ମଗଡରେ ରାଷ୍ଟ୍ରୀୟ ଲୋକ ଅଦାଲତ: ବିଭିନ୍ନ ମାମଲାର ସମାଧାନ, ଲକ୍ଷାଧିକ ଟଙ୍କା ଆଦାୟ

ଧର୍ମଗଡ : ତାଳୁକ ଆଇନ ସେବା ସମିତି, ଧର୍ମଗଡ ଆନୁକୂଲ୍ୟରେ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସରରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।

ଏହି ଲୋକ ଅଦାଲତରେ ୨ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ହିତାଧିକାରୀମାନଙ୍କୁ ମୋଟ ୪ ଲକ୍ଷ ୮୩ ହଜାର ୯୮୩ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୩ଟି ଦେୱାନୀ ମାମଲା, ୧୧ଟି ବ୍ୟାଙ୍କ ଋଣ ଖିଲାପୀ ମାମଲା ଓ ୬୬ଟି ଫୌଜଦାରୀ ମାମଲାର ସଫଳ ସମାଧାନ କରାଯାଇଥିଲା। ଏଥିରୁ ୨ ହଜାର ଟଙ୍କା ଆଦାୟ ହୋଇଥିଲା।ଲୋକ ଅଦାଲତରେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ୩ଟି ବ୍ୟାଙ୍କ ଋଣ ଖିଲାପୀ ମାମଲାର ସମାଧାନ ମାଧ୍ୟମରେ ସମୁଦାୟ ୩ ଲକ୍ଷ ୮୪ ହଜାର ଟଙ୍କା ଆଦାୟ କରାଯାଇଥିଲା।

ସେହିଭଳି ରାଜସ୍ୱ ବିଭାଗ ପକ୍ଷରୁ ୩୩୬ଟି ମାମଲାର ସମାଧାନ କରାଯାଇ ୨୩ ହଜାର ୧୬୦ ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀକାନ୍ତ ପାଢ଼ୀ, ସରକାରୀ ଓକିଲ ପ୍ରଶାନ୍ତ ତନ୍ତୀ, ବରିଷ୍ଠ ଆଇନଜୀବୀ ସମୀର କୁମାର ମୁଣ୍ଡ, ମିହିର ରଞ୍ଜନ ପଟ୍ଟଯୋଶୀ ଓ ସଂଯୁକ୍ତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ଓ ବିଶ୍ଵମୃତ୍ତିକା ଦିବସ ପାଳିତ

masiha

୮ଦଫା ଦାବି ପୂରଣ ଦାବିରେ ପରଜଙ୍ଗ ବିଡ଼ିଓ ଙ୍କୁ ଅଙ୍ଗନବାଡି କର୍ମୀ ଙ୍କ ଦାବିପତ୍ର  

Sunil Chandra Nayak

ଦିଲ୍ଲିପ ରାୟଙ୍କ ଜନ୍ମଦିନ ଉପଲକ୍ଷେ ଦ୍ବୀପ ପ୍ରଜ୍ଜ୍ୱଳନ 

masiha

Leave a Comment

error: Content is protected !!