ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହରେକୃଷ୍ଣ ମହତାବ ଭବନ ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ ପ୍ରଶିକ୍ଷଣ ମହା ଅଭିଯାନ

ହରେକୃଷ୍ଣ ମହତାବ ଭବନ ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ ପ୍ରଶିକ୍ଷଣ ମହା ଅଭିଯାନ

ରାଇରଙ୍ଗପୁର – ୯/୦୫ —  ରାଇରଙ୍ଗପୁର ସହରର ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟ ରାଇରଙ୍ଗପୁର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଅଭିଯାନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ନବିନ ରାମ, ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି ସଭାପତି ଜୁରିଲାଲ ମହାନ୍ତ ,ସାଂସଦ ପ୍ରତିନିଧି ମନୋଜ ଦାସ,ରାଜ୍ୟ ମହିଳା ବିଜେପି ସଂପାଦିକା ମିଥିଳା ଟୁଡୁ , ଜିଲ୍ଲା ସଂପାଦକ ସରୋଜ ମହାନ୍ତ, ସୁନିଲ ମହାନ୍ତ,ରାଜ୍ୟ ଯୁବ ବିଜେଡ଼ି ସଂପାଦକ ଆଲୋକ ରଞ୍ଜନ ମହାନ୍ତି, ପ୍ରମୁଖଙ୍କ ବିଭିନ୍ନ ମଣ୍ଡଳ, ବୁଥ ସଭାପତି, ବିଏଲଓ, ଶକ୍ତି କେନ୍ଦ୍ର ର କର୍ମକର୍ତା ପ୍ରମୁଖ ଯୋଗଦେଇ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ସଭା ପରିସରରେ ଥିବା ଶ୍ୟାମା ପ୍ରସାଦ ମୁଖାଜୀ,ପଣ୍ଡିତ ଦୀନ ଦୟାଲ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ପ୍ରଦୀପ ପ୍ରଜ୍ବଳନ କରି ସରୋଜ ମହାନ୍ତଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।ଅତିଥିଗଣ ଉପସ୍ଥିତ ସମସ୍ତ ଦଳୀୟ ଦାୟିତ୍ଵରେ ଥିବା ନେତୃବୃନ୍ଦ ଙ୍କ କହିଥିଲେ ପ୍ରଥମେ ରାଷ୍ଟ୍ର,ପରେ ଦଳ ।ସମସ୍ତେ ଦଳୀୟ ନୀତି, ଆଦର୍ଶ ଉପରେ ବିଚାରଧାରା ରଖି ସମାଜର ସବୁ ବର୍ଗର ଲୋକଙ୍କ ସେବାରେ ନିଜକୁ ନିୟୋଜିତ କଲେ ଦଳ ପ୍ରତି ସମସ୍ତଙ୍କର ଆସ୍ଥା ଓ ବିଶ୍ବାସ ହେବ ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଳ କଲ୍ୟାଣ ନୀତିକୁ ଲୋକଙ୍କ ଘରେ‌ଘରେ ପହଞ୍ଚାଇବାକୁ ପଡ଼ିବ ।କିଛି ନା ସମାଜ ସେବା କରିବାକୁ ପଡ଼ିବ ।ମହାପୁରୁଷଙ୍କ ଜୟନ୍ତୀ, ବୃକ୍ଷ ରୋପଣ, ସ୍ବଛ ଭାରତ, ରକ୍ତଦାନ ଶିବିର , ଅସହାୟକୁ ସେବା , ଲୋକଙ୍କ ସୁଖ ଦୁଃଖର ସାଥୀ ହେବାକୁ ପଡିବ ବୋଲି କହିଥିଲେ ।ତେଣୁ ତୃଣମୂଳ ସ୍ତରରେ ଦାୟିତ୍ଵରେ ଥିବା କର୍ମୀ ମାନଙ୍କ ଗୁରୁ ଦାୟିତ୍ବ ରହିଛି ।ଦଳ ଯେତେବେଳେ ଯେଉଁ ଦାୟିତ୍ଵ ଦେବ ତାହାକୁ ନିଷ୍ଠାର ସହ ପାଳନ କରିବ ।ଯେଉଁଦିନ ତୃଣମୂଳ ସ୍ତରରେ ଯେତେ ସୁଦୃଢ ସେହି ଦଳ ସେତେ ସଶକ୍ତ ।ଆସିଥିଲା ପଶ୍ଚିମ ମୟୂରଭଂଜ ବିଜେପିର ଶେଷ ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ବିଜେପିର ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ 

masiha

ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ

masiha

ମାଳିଯୁବାଙ୍ଗଠାରେ କଂଗ୍ରେସର କର୍ମୀ ସମ୍ମିଳନୀ, ଗଠନ ହେଲା ପଞ୍ଚାୟତ କମିଟି

masiha

Leave a Comment

error: Content is protected !!